ଲାଉଲଇ ଓ ବେଗା ପଞ୍ଚାୟତରେ ବିଶ୍ୱ ଭିଜିଲାନ୍ସ ଦିବସ ପାଳିତ

Spread the love

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଆଜି ଦିବା ୧୦ଘଟିକା ସମୟରେ ଗଁଦିଆ ବ୍ଲକ୍ ଅନ୍ତର୍ଗତ ଲାଉଲଇ ଠାରେ ପ୍ରିୟ ସ୍ବେଚ୍ଛାସେବୀ ସଂଗଠନ ତାଲିମ ଗୃହଠାରେ ଏବଂ ବେଗା ପଞ୍ଚାୟତ ର ଗ୍ରାମପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣ ରେ ନେହେରୁ ଯୁବ କେନ୍ଦ୍ର, ଢେଙ୍କାନାଳ ଦ୍ଵାରା ବିଶ୍ବ ଭିଜିଲାନ୍ସ ଦିବସ ପାଳିତ ହୋଇଯାଇଅଛି।ଉକ୍ତ ଦିବସରେ ଯୁବ ଆଇନ୍ ଜିବୀ ତଥା ସରପଞ୍ଚ ବେଗା ଗ୍ରା଼.ପ. ରାହୁଲ ରାୟ ମହାଳିକ, ସାମ୍ବାଦିକ ତଥା ସାମାଜିକ କର୍ମୀ ପୂର୍ବତନ ସରପଞ୍ଚ ପ୍ରଦୀପ କୁମାର ଦାସ, ପ୍ରିୟର ନିର୍ଦ୍ଦେଶକ ଟଙ୍କଧର ବାରିକ ବେଗା ଉତ ବିଦ୍ୟାଳୟର ଛାତ୍ରଛାତ୍ରୀ ଙ୍କ ଉପସ୍ଥିତ ରେ ଅନୁଷ୍ଠିତ ସଭାରେ ପ୍ରିୟ ର ଅଦକ୍ଷ ଆହ୍ୱାନ କଲେ ସର୍ବସାଧାରଣ ଲାଞ୍ଚ ଦେବାନାହଁ କିମ୍ବା ଲାଞ୍ଚ ନେବା ନାହିଁ। ନେବା ଦେବାର ବିରୋଧ କରିବା ସୋଗାନ ଦେଇଥିଲେ।ଉକ୍ତ ବିଦ୍ୟାଳୟ ଛାତ୍ରଛାତ୍ରୀ, ପ୍ରଶିକ୍ଷିତ କିଶୋରୀ, ଗ୍ରାମବାସୀ ମାନେ ମଧ୍ୟ ଲାଞ୍ଚ ଦେବାନାହିଁ କିମ୍ବା ଲାଞ୍ଚ ନେବାନାହିଁର ଶପଥ ପାଠ କରିଥିଲେ। ଏହି ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ରାଲି କରି ସୋଗାନ ମାଧ୍ୟମରେ ସଚେତନ କରିଥିଲେ।ଉକ୍ତ ଦିବସଟିକୁ ସ୍ୱଚ୍ଛାସେବୀ ଇଲନ୍ ପ୍ରଭା ସେନାପତି,ସୌଭାଗ୍ୟଲକ୍ଷ୍ମୀ ତରାଇ, ସ୍ୱାଗତିକା ରାଉତ, ଅନ୍ନପୂର୍ଣ୍ଣା ଧଳ, ରବିନ୍ଦ୍ର କୁମାର ସାମଲ, ପ୍ରକାଶ ସାମଲ ପରିଚାଳନା କରିଥିଲେ।

ଢେ଼ଙ୍କାନାଳରୁ ସୌମ୍ୟରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *