ମାଦ୍ରାସା ବୋର୍ଡର ପାଠ୍ୟକ୍ରମରେ ବିବାଦ, ଅଭିଯୋଗ ଆଣିଲେ ମାଦ୍ରାସା ସୁଲତାନିଆ ପୁରାତନ ଛାତ୍ର ସଂସଦ

Spread the love

କଟକ,(ନାଗରାଜ ନ୍ୟୁଜ): ମାଦ୍ରାସା ସୁଲତାନିଆ ପୂରାତନ ଛାତ୍ର ସଂସଦ ପକ୍ଷରୁ ବିଭିନ୍ନ ସମସ୍ୟା କୁ ନେଇ ଆଜି ବକ୍ସିବଜାର ସ୍ଥିତ ମଦ୍ରାସା ସୁଲତାନିଆ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଓଡିଶା ସରକାର ଙ୍କ ଅଧୀନ ରେ ଥିବା ରାଜ୍ୟ ମାଦ୍ରାସା ଶିକ୍ଷା ବିଭାଗ ବିନା ଅନୁମୋଦନ ରେ ଖୋଲାଯାଇ ଲୁଚାଛପା ରେ ଶିକ୍ଷା ବ୍ୟବସ୍ଥା ପ୍ରଚଳିତ କରି ଓଡ଼ିଶା ବାହାରୁ ସମସ୍ତ ସମ୍ପ୍ରଦାୟ ର ଛାତ୍ରଛାତ୍ରୀ ମାନଙ୍କୁ ଅନ୍ତର୍ଭୁ୍କ୍ତ କରାଇ ମଦ୍ରାସା ବୋର୍ଡ ର ନିୟମ ଉଲଂଘନ କରୁଥିବା ଅଭିଯୋଗ କରାଯାଇଛି। ଏଥି ସହିତ ମଦ୍ରାସା ଶିକ୍ଷା ବୋର୍ଡ ରେ ବହୁ ଅନିୟମିତତା ରହିଥିବା ପୂରାତନ ଛାତ୍ର ସଂସଦ ପକ୍ଷରୁ ଅଭିଯୋଗ କରାଯାଇଛି। ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ସହିତ ଏ ସମ୍ପର୍କ ରେ ଆଲୋଚନା କରାଯାଇ ଗତବର୍ଷ ଅକଟୋବର ୨୫ତାରିଖ ଦିନ ଏହି ନିୟମ କୁ ବାତିଲ କରାଯାଇଥିଲା। ଯାହାକି ଆଜି ବିଭିନ୍ନ ନାୟାଳୟରେ ମଦ୍ରାସା ବୋର୍ଡ ନାମ ରେ ମୋକଦ୍ଦମା ର ବିଚାର ଚାଲିଛି। ପୁନରାୟ ମଦ୍ରାସା ଦ୍ଵାରା ନିର୍ଦ୍ଧାରିତ ସିଲାବସ କୁ ଉପେଖ୍ୟା କରାଯାଉଛି। ସିଲାବସ୍ କମିଟି ରେ କାମଚଳା ପାଇଁ ୩ ଜଣ ସଦସ୍ୟ ଏକ ନୂତନ ସିଲାବସ କରିଛନ୍ତି। ମୌଲବୀ ଭାଷା ପାଇଁ ସିଲାବସ ରେ ବଧ୍ୟକମୁଲକ୍ କରଯାଇଛି l ଏହା ବ୍ୟତୀତ ଉର୍ଦ୍ଦୁ, ହିନ୍ଦୀ, ଆରବୀ ଓ ମାତୃଭାଷା ମଧ୍ୟ ରୁ ଯେ କୋଣସି ଗୋଟିଏ ଭାଷା ଇଛାଧିନ ବିଷୟ ମଧ୍ୟ ରେ ରଖାଯାଇଛି। ବୋର୍ଡ ପକ୍ଷ ରୁ ଯେ କୋଣସି ୩ ଟି ଭାଷା ( କୋରାନ, ହଦିସି,ଫିକା,ପାର୍ସୀ,ଗଣିତ,ସାମାଜିକ ବିଜ୍ଞାନ,ସାଧାରଣ ବିଜ୍ଞାନ) ରଖି ମୌଲବୀ ସଟିର୍ଫିକେଟ ହାସଲ କରିପାରିବେ। ପରୀକ୍ଷା ପରିଚାଳନା କମିଟି ସମସ୍ତ ନିୟମ କୁ ଉଲଂଘନ କରି ଏକ ଘରୋଇ ସଂସ୍ଥା କୁ ପରୀକ୍ଷା ପରିଚାଳନା ପାଇଁ ଦାୟିତ୍ବ ଦିଆଯାଇଛି। ବର୍ତ୍ତମାନ ମଦ୍ରାସା ବିଦ୍ୟାଳୟ ଗୁଡିକ ବିପର୍ଯ୍ୟସ୍ତ ଅବସ୍ଥା ରେ ପଡ଼ିରହିଛି। ତେଣୁ ରାଜ୍ୟ ସରକାର ଏହି ଘଟଣାର ଅନୁସନ୍ଧାନ କରି ପରୀକ୍ଷା ପାଇଁ ଦିଆଯାଇ ଥିବା ଅନୁମତି କୁ ବାତିଲ କରିବାପାଇଁ ପୂରାତନ ଛାତ୍ର ସଂସଦ ପକ୍ଷରୁ ଦାବି କରାଯାଇଛି .

Leave a Reply

Your email address will not be published. Required fields are marked *