ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ

Spread the love

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଆଜି ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ରେ ବିଧାୟକ ସୁଧିର କୁମାର ସାମଲ ଙ୍କ ନେତୃତ୍ୱରେ ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଅକ୍ଟୋବର ଦୁଇ ରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ନଭେମ୍ବର ଦୁଇ ତାରିଖରେ ଶେଷ ହେବ। ଶ୍ରୀ ସାମଲ ଙ୍କ ନେତୃତ୍ୱରେ ଗଁନ୍ଦିଆ ନିକଟସ୍ଥ ପୋରୁହଖୋଜ ଶ୍ରୀରାମ ମନ୍ଦିର ରୁ ଜନ ସଂପର୍କ ପଦଯାତ୍ରା ଆରମ୍ଭ ହୋଇ ଗଁନ୍ଦିଆ, ସନ୍ଥପୁର,କାଵେରା ଆଦି ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଦଳିୟ କର୍ମୀ ମାନଙ୍କ ସହ ଘରକୁ ଘର ବୁଲି ସରକାର ଙ୍କ ବିଭିନ୍ନ ସଫଳ ଯୋଜନା ଗୁଡିକ ସଂପର୍କରେ ଲୋକଙ୍କୁ ଅବଗତ କରାଉଥିବା ଦେଖିବାକୁ ମିଳିଛି। ପଦଯାତ୍ରା ରେ ବିଧାୟକ ଙ୍କ ସହ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ,ଗଁଦିଆ ବ୍ଲକ ଅଧକ୍ଷା ରୀନାରାଣୀ ଖଟୁଆ, ବିଧାୟକ ଙ୍କ ପ୍ରତିନିଧି ନିରାକାର ରାଉତ,ଗଁଦିଆ ବ୍ଲକ ବିଜୁଜନତା ଦଳ ର ସଭାପତି ବିଶ୍ଵନାଥ ଜେନା,ବିଜୁ ଯୁବ ଜନତାଦଳ ସଭାପତି ପ୍ରଦୀପ କୁମାର ରାଉତ,ଜୋନ ଏକ ର ଜିଲ୍ଲାପରିଷଦ ବିଶ୍ଵନାଥ ଚୀନରା, ଜୋନ ଦୁଇ ର ଜିଲ୍ଲାପରିଷଦ ମମତା ମଞ୍ଜରୀ ବେହେରା, ସନ୍ଥପୁର ସରପଞ୍ଚ ବନମାଳୀ ଲେଙ୍କା, ଙ୍କ ସମେତ ଜିଲ୍ଲା ତଥା ବ୍ଲକ ସ୍ତରୀୟ ବହୁ ନେତା ଓ କର୍ମୀ ମାନେ ଉକ୍ତ ପଦଯାତ୍ରାରେ ଯୋଗ ଦେଇଥିଲେ।

ଢେଙ୍କାନାଳରୁ ସୌମ୍ୟରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *