ଆସନ୍ତା ନଭେମ୍ବର ୧ ରେ ଅନୁଷ୍ଠିତ ହେବ ଗୋପଷ୍ଟମୀ ମେଳା

Spread the love

କଟକ,(ନାଗରାଜ ନ୍ୟୁଜ): ଆସନ୍ତା ନଭେମ୍ବର ୧ ରେ ଅନୁଷ୍ଠିତ ହେବ ଗୋପଷ୍ଟମୀ ମେଳା। ଶ୍ରୀ ଗୋପାଳ କୃଷ୍ଣ କଟକ ଗୋଶାଳା ପକ୍ଷରୁ ଏହି ପବିତ୍ର ଅଷ୍ଟମୀକୁ ବେଶ୍ ଧୁମଧାମରେ ପାଳନ କରାଯିବ ବୋଲି ଗୋଶାଳା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଏହି ପବିତ୍ର ଦିନରେ ସକାଳୁ ଗୋ ପୂଜନ ସହ ଅନନ୍ୟା କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ନିଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିରର ଆୟୋଜନ କରାଯିବ। ଚକ୍ଷୁ,ଡାଇବେଟିସ, ବ୍ଲଡ୍ ପ୍ରେସର୍ ଆଦି ପରୀକ୍ଷା କରାଯିବ। ଏହି ଅବସରରେ ଗୋଶାଳା ପରିସରରେ ଏକ ମେଳଣ ଅନୁଷ୍ଠିତ ହେବ। ମେଳଣକୁ ଦେଖିବା ପାଇଁ ବିଭିନ୍ନ ସ୍ଥାନରୁ ପ୍ରତିବର୍ଷ ଜନସମାଗମ ହୋଇଥାଏ। ସଂଧ୍ୟା ସମୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଏକ ସଭାର ଆୟୋଜନ କରାଯାଇଛି। ଡିସିପି ପିନାକ ମିଶ୍ର,ସିଏମସି ମେୟର ସୁବାଷ ସିଂ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେବେ ବୋଲି ପ୍ରେସମିଟ୍ ରେ ସୂଚନା ଦେଇଛନ୍ତି ଗୋଶାଳାର ସାଧାରଣ ସମ୍ପାଦକ ଗଣେଶ ପ୍ରସାଦ କାଣ୍ଡୋଇ।

Leave a Reply

Your email address will not be published. Required fields are marked *