ଆଜି ପବିତ୍ର ଛଟ ପୂଜା

Spread the love

କଟକ,(ନାଗରାଜ ନ୍ୟୁଜ): ଆଜି ପବିତ୍ର ଛଟ ପୂଜା । କଟକ ସହରର ଉଭୟ ପାର୍ଶ୍ୱରେ ଥିବା ମହାନଦୀ ଏବଂ କାଠଯୋଡ଼ି ନଦୀ କୂଳରେ ଶହ ଶହ ମହିଳା ମାନେ ଓଷା ବ୍ରତ ରଖି ସୂର୍ଯ୍ୟ ଦେବତାଙ୍କୁ ପୂଜା କରୁଛନ୍ତି । ବିଶେଷ କରି କଟକ ସହରରେ ବସ ବାସ କରୁଥିବା ବିହାରୀ ସମ୍ପ୍ରଦାୟ ପକ୍ଷରୁ ଏହି ଛଟ ପୂଜା କରାଯାଏ। ଏହା ଏକ ପ୍ରକୃତିର ପୂଜା। ସୂର୍ଯ୍ୟ ଦେବତା ଜଳ ଏବଂ ବାୟୁ ମଣ୍ଡଳ କୁ ପୂଜା କରାଯାଏ। ଦୀର୍ଘ ଦୁଇ ବର୍ଷ ବ୍ୟବଧାନ ପରେ ଏହି ପୂଜା ଅନୁଷ୍ଠିତ ହେଉଥିବାରୁ ବିହାରୀ ସମ୍ପ୍ରଦାୟ ପକ୍ଷରୁ ବେଶ୍ କିଛି ଉତ୍ସାହ ଦେଖା ଦେଇଛି। ଆଜି କାଥଯୋଡ଼ି ଏବଂ ମହାନଦୀ ନଦୀ କୂଳରେ ଛଟ ପୂଜା ପାଇଁ ଲୋକାରଣ୍ୟ ହୋଇଯାଇଥିବା ଦେଖିବାକୁ ମିଳି ଥିଲା। ବହୁ ସଂଖ୍ୟକ ମହିଳା ମାନେ ଏକ ଶୋଭା ଯାତ୍ରା ରେ ଆସି ନଦୀ କୂଳରେ ପୂଜାର୍ଚ୍ଚନା କରିଛନ୍ତି।

ଆଖୁ,ଫଳ ମୂଳ,ଏବଂ ଅର୍ଘ୍ୟ ଦେଇ ସୂର୍ଯ୍ୟ ଦେବତାଙ୍କୁ ପୂଜା କରିଥିଲେ। କାର୍ତ୍ତିକ ମାସ ଶୁକ୍ଳପକ୍ଷ ଷଷ୍ଠୀ ତିଥିରେ ନିଜ ପରିବାର ର ସୁଖ ଶାନ୍ତି ସମୃଦ୍ଧି ଲାଗି ଏହି ପୂଜା କରା ଯାଏ। ବିଶେଷ କରି ପୂର୍ବ ଭାରତର ଓଡ଼ିଶା ସମେତ ଛତିଶଗଡ଼,ବିହାର, ପଶ୍ଚିମ ବଙ୍ଗ, ଉତ୍ତର ପ୍ରଦେଶ ପ୍ରମୁଖ ରାଜ୍ୟ ଗୁଡ଼ିକ ଛଟ ପୂଜା ପାଇଁ ବେଶ୍ ପ୍ରସିଦ୍ଧ। ଏହି ଛଟ ପୂଜା ବିହାରୀ ସମ୍ପ୍ରଦାୟ ର ଗଣ ପର୍ବ ଭାବରେ ପରିଚିତ। ଏହି ପୂଜା ନିମନ୍ତେ ମହାନଦୀ ଏବଂ କାଠଯୋଡି ନଦୀ କୂଳରେ ସୁରକ୍ଷା ବ୍ୟବସ୍ଥା କୁ କଡା କଡି କରାଯାଇଛି। କାଠ ଯୋଡ଼ି ନଦୀ କୂଳ ଦେବୀ ଗଡା ଠାରେ ଏକ ସାମାଜିକ ସଂଗଠନ ପକ୍ଷରୁ ଛଟ ପୂଜାର ଆୟୋଜନ କରାଯାଇଛି । ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଏହି କାର୍ଯ୍ୟ କ୍ରମରେ ଯୋଗ ଦେଇଛନ୍ତି।

Leave a Reply

Your email address will not be published. Required fields are marked *