ପୁରୀରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

Spread the love

ପୁରୀ,(ନାଗରାଜ ନ୍ୟୁଜ): ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଙ୍କ ପବିତ୍ର ଜନ୍ମ ଜୟନ୍ତୀ ଅବସରରେ ପୁରୀ ଜିଲ୍ଲା ପ୍ରଶାସନ, ନେହେରୁ ଯୁବକେନ୍ଦ୍ର, ସ୍ୱଛାସେବୀ ସଂଗଠନ ସମ୍ପର୍କ,ଜନ ଶିକ୍ଷଣ ସଂସ୍ଥାନ,ଜଂଗଲି କ୍ଳବ,ଡିଫେନ୍ସ କ୍ଳବ,ପଞ୍ଚମୁଖୀ କ୍ଳବ ର ମିଳିତ ଆନୁକୂଲ୍ୟରେ ଏକତା ଦୌଡ଼ର ଆୟୋଜନ କରାଯାଇଥିଲା। ଶ୍ରୀମନ୍ଦିର ନିକଟରୁ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶ୍ରୀ ପ୍ରଦୀପ କୁମାର ସାହୁ ଏହି ଏକତା ଦୌଡ ଶୋଭାଯାତ୍ରା କୁ ପତାକା ଦେଖାଇ ଉଦଘାଟନ କରିଥିଲେ। ଏହା ପୂର୍ବରୁ ଉପସ୍ଥିତ ସମସ୍ତ ଙ୍କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ ଦେଶର ଏକତା, ଅଖଣ୍ଡତା ଓ ସୁରକ୍ଷାକୁ ଅକ୍ଷୂର୍ଣ୍ଣ ରଖିବା ପାଇଁ ଏକ ଶପଥ ପାଠ କରାଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ସେଠୀ ରେ,ନେହେରୁ ଯୁବକେନ୍ଦ୍ରର ସଂଯୋଜକ ଶ୍ରୀ ଜୟ ଶଙ୍କର ଯୋଶୀ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ଚନ୍ଦନ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ।ଏକତା ଶୋଭାଯାତ୍ରା ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା ।

ଭାରତ ବିକାଶ ପରିଷଦ ର କାର୍ଯ୍ୟକର୍ତ୍ତା ସର୍ବଶ୍ରୀ ପୂର୍ଣ୍ଣ ଚନ୍ଦ୍ର ଖୁଣ୍ଟିଆ, ଶରତ ଜୟସିଂ,ସନ୍ତୋଷ କୁମାର ମହାନ୍ତି, ପୁରୀ ସେବା ସମିତି ର ସମ୍ପାଦକ ରବୀନ୍ଦ୍ର ନାଥ ସେନାପତି,ଉଦ୍ୟମିତା ପ୍ରକଳ୍ପ ର ଡ଼ଃ ରତ୍ନାକର ପାଣିଗ୍ରାହୀ,ଶ୍ରୀଜଗନ୍ନାଥ ଭକ୍ତ ସେବା ସଂସ୍ଥା ର ଗୋବିନ୍ଦ ଚନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ସମ୍ପର୍କ ର ସାଧାରଣ ସମ୍ପାଦକ ଶ୍ରୀ ସୌମେନ୍ଦ୍ର ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସର୍ବଶ୍ରୀ ବାସୁଦେବ ସେନାପତି,ରାକେଶ ସେଠି,ସତ୍ୟକାମ ସାହୁ,କୃଷ୍ଣଚନ୍ଦ୍ର ସାହୁ, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ର ତାରା ପ୍ରସାଦ ଦାସ,ଶିବାନନ୍ଦ ତ୍ରିପାଠୀ,ବିସ୍ମୟ ପଟନାୟକ ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *