ଖାନନଗରରେ ଜିଲ୍ଲାସ୍ତରୀୟ କଳା ଉତ୍ସବ ଅନୁଷ୍ଠିତ

Spread the love

କଟକ,(ନାଗରାଜ ନ୍ୟୁଜ): ଜିଲ୍ଲାସ୍ତରୀୟ କଳା ଉତ୍ସବ 2022 ଖାନନଗର ହାଇସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ନାୟକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରୀୟ ବିଦ୍ୟାଳୟ 2 ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ତ୍ରିପାଠୀ ଯୋଗ ଦେଇ ଛତ୍ର ଛାତ୍ରୀ ମାନଙ୍କ ଭିତରେ ଥିବା ସଙ୍ଗୀତ ଚିତ୍ରକଳା, ନାଟ୍ୟ କଳା ଓ ଯନ୍ତ୍ର ସଙ୍ଗୀତରେ ଥିବା ଅନ୍ତର୍ନିହିତ ପ୍ରତିଭାର ପରିପ୍ରକାଶ ପାଇଁ କଳା ଉତ୍ସବ ଏକ ପ୍ରକୃଷ୍ଟ ମାଧ୍ୟମ । ଜିଲ୍ଲା ଓ ଜୋନ ସ୍ତରରୁ ଶ୍ରେଷ୍ଠ ବିବେଚିତ ପ୍ରତିଯୋଗୀ ମାନେ ରାଜ୍ୟସ୍ତରୀୟ କଳା ଉତ୍ସବ ରେ ପ୍ରତିନିଧିତ୍ଵ କରିବାର ସୁଯୋଗ ଲାଭ କରି ଜାତୀୟ ସ୍ତରରେ ପ୍ରତିନିଧିତ୍ଵ କରିବାର ଏକ ଅପୂର୍ବ ସୁଯୋଗ କଳା ଉତ୍ସବ ମାଧ୍ୟମ ରେ ସେମାନେ ପାଇ ଥାନ୍ତି ବୋଲି କହିଥିଲେ ।ସମ୍ମାନିତ ଅତିଥି ଭାବେ ଜିଲ୍ଲା ଅନୁ ସୂଚିତ ଜାତି ଓ ଜନଜାତି ସଂଯୋଜିକା ଡକ୍ଟର ସୁଚିଶ୍ମିତା ମହାନ୍ତି, ଜିଲ୍ଲା ବାଳିକା ଶିକ୍ଷା ସଂଜୋଜିକା ମାନସୀ ଧଳ,ଓ ରେଲୱେ ସେଟେଲ ମେଣ୍ଟ ହାଇସ୍କୁଲର ପ୍ରଧାନ ଶିକ୍ଷକ ସୁକାନ୍ତ କୁମାର ଷଡଙ୍ଗୀ ଯୋଗ ଦେଇ ପ୍ରତି ଯୋଗୀ ମାନଙ୍କୁ ସେମାନଙ୍କର କଳା ପ୍ରତିଭାର ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଉପାଦେୟ ପରାମର୍ଶ ପ୍ରଦାନ କରିଥିଲେ ।

ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ଷଡଙ୍ଗୀ ସମସ୍ତ କାର୍ଯ୍ୟ କ୍ରମକୁ ପରିଚାଳନା କରିଥିଲେ। ରାଜ୍ୟର ବହୁ ବିଶିଷ୍ଟ କଳାକାର ପରମାନନ୍ଦ ସାହୁ, ଅଜୟ କୁମାର ବାରିକ, ବିଶ୍ଵନାଥ ମିଶ୍ର,ତନ୍ମୟ ହୋତା, ଅଜୟ କୁମାର ମହାନ୍ତି ସତ୍ୟକାମ ମହାପାତ୍ର, ଅମର ସାହୁ ପ୍ରମୁଖ ପ୍ରତି ଯୋଗୀ ମାନଙ୍କର ବିଭିନ୍ନ ବିଭାଗରେ କାର୍ଯ୍ୟ କ୍ରମକୁ ମୂଲ୍ୟାୟନ କରିଥିଲେ। ଜିଲ୍ଲା ସ୍ତରୀୟ ପ୍ରତି ଯୋଗୀତା ରେ ପ୍ରତି ବିଭାଗରୁ ମନୋନୀତ ହୋଇଥିବା ଜଣେ ବାଳକ ଓ ଜଣେ ବାଳିକା ଖାନ ନଗର ହାଇସ୍କୁଲରେ ହେବାକୁ ଥିବା ଜୋନ ସ୍ତରୀୟ ପ୍ରତିଯୋଗିତାରେ ଆସନ୍ତା 7 ତାରିଖ ଦିନ ଅଂଶ ଗ୍ରହଣ କରିବେ।

Leave a Reply

Your email address will not be published. Required fields are marked *