ୟୁକୋ ବ୍ୟାଙ୍କ ତରଫରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ

Spread the love

ପୁରୀ,(ନାଗରାଜ ନ୍ୟୁଜ): ପୁରୀ ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ, ୟୁକୋ ବ୍ୟାଙ୍କ ତରଫରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଓ ଦସ୍ତଖତ ଅଭିଯାନ ପୁରୀ ବେଳାଭୂମି ଠାରେ ତା-୦୪-୧୧-୨୦୨୨ରିଖ ଦିନ ୟୁକୋ ବ୍ୟାଙ୍କର ମୁଖ୍ୟ ପ୍ରବନ୍ଧକ ତଥା ପୁରୀ ଅଗ୍ରଣୀ ଜିଲ୍ଲା ପ୍ରବନ୍ଧକ ଶ୍ରୀ କିଶୋର କୁମାର ଆଚାର୍ଯ୍ୟଙ୍କ ତତ୍ବାବଧାନରେ ସମ୍ପନ୍ନ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ପୁରୀ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ସ୍ଵାଇଁ ସଭାପତିତ୍ଵ କରିଥିଲେ। ଏଥିରେ ସ୍ଥାନୀୟ ୟୁକୋ ବ୍ୟାଙ୍କର ଶାଖା ପରିଚାଳକ, ବ୍ୟାଙ୍କ ଅଧିକାରୀ, ଗ୍ରାହକ ଓ ସ୍ଥାନୀୟ ପର୍ଯ୍ୟଟକମାନେ ସମ୍ମିଳିତ ହୋଇ ଦୁର୍ନୀତି ମୁକ୍ତ ବିକଶିତ ଭାରତ ଗଠନ ନିମନ୍ତେ ଶପଥ ଗ୍ରହଣ କରିଥିଲେ। ୟୁକୋ ବ୍ୟାଙ୍କର ଭୁବନେଶ୍ବର ଆଞ୍ଚଳିକ କାର୍ଯାଳୟର ଉପମହାପ୍ରବନ୍ଧକ ଶ୍ରୀ ରମେଶ ଚନ୍ଦ୍ର ସାହୁ, ପୁରୀ ୟୁକୋ ବ୍ୟାଙ୍କ ଶାଖାର ମୁଖ୍ୟ ପ୍ରବନ୍ଧକ ଶ୍ରୀମତୀ ମଧୁସ୍ମିତା ଜେନା, ପୁରୀ ଡ଼ି ବି ୟୁ ଶାଖାର ମୁଖ୍ୟ ପ୍ରବନ୍ଧକ ଶ୍ରୀ ନୀଳମାଧବ ବେହେରା ଓ ମାନବସମ୍ବଳ ପରିଚାଳନା ବିଭାଗର ବରିଷ୍ଠ ପ୍ରବନ୍ଧକ ଶ୍ରୀ ରମଣୀ ରଞ୍ଜନ ମଲ୍ଲିକ ପ୍ରମୁଖ ଯୋଗଦେଇ ଉପସ୍ଥିତ ଗ୍ରାହକ, ପର୍ଯ୍ୟଟକ ଏବଂ ଜନସାଧାରଣଙ୍କୁ ଦୁର୍ନୀତି ଠାରୁ ଦୂରରେରହିବା ପାଇଁ ଆହ୍ୱାନ ଦେଇଥିଲେ I ତା ସହିତ ନିଜର ପରିଚିତମାନଙ୍କୁ ଦୁର୍ନୀତି ନିବାରଣ ସମ୍ବନ୍ଧରେ ସଚେତନ କରାଇବା ପାଇଁ ଅନୁରୋଧ କରିଥିଲେ।

Leave a Reply

Your email address will not be published. Required fields are marked *