ରେଭେନ୍ସା କଲିଯିଏଟ ସ୍କୁଲରେ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ

Spread the love

କଟକ,(ନାଗରାଜ ନ୍ୟୁଜ): କଟକ ଜିଲ୍ଲା ସମଗ୍ର ଶିକ୍ଷା ଆନୁକୁଲ୍ୟରେ ଆଜି ରେଭେନ୍ସା କଲିଯିଏଟ ସ୍କୁଲ ଠାରେ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୨ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ୩୫୦ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ନୃତ୍ୟ,ସଙ୍ଗୀତ, ଚିତ୍ରାଙ୍କନ, କୁଇଜ୍ ପ୍ରଭୃତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ୧୪ ଟି ବ୍ଲକ୍ ଦୁଇଟି ମୁନସି ପାଲ୍ଟିରୁ ,୩୫୦ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ମାନେ ନୃତ୍ୟ ସଙ୍ଗୀତ ଚିତ୍ରକଳା, ଅଭିନୟ ପ୍ରଭୃତି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।ଏହି ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନେ ଭୁବନେଶ୍ୱର ଠାରେ ହେବାକୁ ଥିବା ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ରେ କଟକ ଜିଲ୍ଲାରୁ ପ୍ରତିନିଧିତ୍ଵ କରିବେ। କଟକ ମହାନଗର ନିଗମ ର ମେୟର ଶ୍ରୀ ସୁବାସ ଚନ୍ଦ୍ର ସିଂ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୨ କୁ ଉଦ୍ଘାଟନ କରି କହିଲେ ଶିଶୁ ମାନଙ୍କ ଠାରେ ବହୁ ପ୍ରତିଭା ରହିଛି କିଏ ସଙ୍ଗୀତରେ ଆଉ କେହି ନୃତ୍ୟ, ଚିତ୍ରାଙ୍କନ ରେ ବହୁ ପ୍ରତିଭା ରହିଛି,ତେଣୁ ପ୍ରତିଯୋଗିତା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭା ଲୋକ ଲୋଚନକୁ ଆସିପାରିବ। ଉତ୍ସବରେ ସମ୍ମାନୀତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଦୀପ୍ତିମୟୀ ଶୁଭଦର୍ଷିନୀ, ଶୋନାମିକା ରାଏ, ଡକ୍ଟର ସନ୍ତୋଷ କୁମାର ରାଉତ ପ୍ରମୁଖ ଯୋଗଦେଇ କହିଲେ ଶିଶୁ ମାନେ ହେଉଛନ୍ତି ଦେଶର ସମ୍ପଦ ସେମାନଙ୍କୁ ଭଲ ମଣିଷ ଭାବରେ ଗଢି ତୋଳିବା ଆମ ସମସ୍ତଙ୍କର ଦାୟିତ୍ୱ ଏବଂ କର୍ତ୍ତବ୍ୟ ।ଉଦଘାଟନ ଉତ୍ସବ ରେ ଜିଲ୍ଲା ଶିକ୍ଷା ଅଧିକାରୀ କୃଷ୍ଣଚନ୍ଦ୍ର ନାୟକ ସଭାପତିତ୍ବ କରି ରାଜ୍ୟସରକାର ଙ୍କର ଶିଶୁ ମହୋତ୍ସବ ସୁରଭି ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କ ଅନ୍ତର୍ନିହିତ ପ୍ରତିଭା ପରିପ୍ରକାଶ ଓ ବିକାଶ କରିବା ପାଇଁ ଏକ ଭଲ ସୁଯୋଗ ଦେଇପାରିଛି ।

ସୁନାମଧନ୍ୟ କଣ୍ଠଶିଳ୍ପୀ ବିଷ୍ଣୁମୋହନ କବି ବିଶିଷ୍ଟ ଅତିଥି ଭାବେ ଶଙ୍କର ଚରଣ ପ୍ରଧାନ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ପ୍ରେରଣା ଦେଇଥିଲେ। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଦିପ୍ତିମୟୀ ଶୁଭଦର୍ଶିନୀ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। କଲିଜିଏଟ୍ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଡକ୍ଟର ଅନୁସ୍ମିତା ସ୍ଵାଇଁ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ପ୍ରାରମ୍ଭରେ ଶିକ୍ଷକ ବିଶ୍ଵନାଥ ମିଶ୍ରଙ୍କ ନିର୍ଦ୍ଦେଶନାରେ ସ୍ଵାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା। ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ନୃତ୍ୟ ସଙ୍ଗୀତ ପରିବେଷଣ କରାଯାଇଥିଲା। ଜିଲ୍ଲା ର ସବୁ ବ୍ଲକ ର ବ୍ଲକ ଶିକ୍ଷା ଅଧିକାରୀ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ,ସି. ଆର. ସି. ସି. ଓ ପ୍ରଧାନଶିକ୍ଷକ ଓ ସହକାରୀ ଶିକ୍ଷକ ମାନେ ଉପସ୍ଥିତ ଥିଲେ । ରେଭେନ୍ସା କଲିଜିଏଟ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ଏବଂ ସମଗ୍ର ଶିକ୍ଷାର ଜିଲ୍ଲା ଅନୁସୂଚିତ ଜାତି ଓ ଜନଜାତି ଶିକ୍ଷା ସଂଯୋଜିକା ଡକ୍ଟର ସୁଚିଶ୍ମିତା ମହାନ୍ତି ଙ୍କ ସମେତ୍ ସମଗ୍ର ଶିକ୍ଷାର ସମସ୍ତ କର୍ମଚାରି ସହଯୋଗ କରି ଏହାକୁ ସଫଳ କରିଥିଲେ

Leave a Reply

Your email address will not be published. Required fields are marked *