କଟକ ଖାନ ନଗର ହାଇସ୍କୁଲଠାରେ ଜୋନାଲସ୍ତରୀୟ କଳା ଉତ୍ସବ ଅନୁଷ୍ଠିତ

Spread the love

କଟକ,(ନାଗରାଜ ନ୍ୟୁଜ): କଟକ ଖାନ ନଗର ହାଇସ୍କୁଲ୍ ଠାରେ ଜୋନାଲ ସ୍ତରୀୟ କଳା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କଟକ ମେୟର ସୁବାସ ଚନ୍ଦ୍ର ସିଂ ଉତ୍ସବ କୁ ଉଦ୍ଘାଟନ କରି କହିଲେ ଏହି ଭଳି ପ୍ରତିଯୋଗିତା ମାଧ୍ୟମରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାର ପରିପ୍ରକାଶ ପାଇବ। ପ୍ରତ୍ୟେକ ଛାତ୍ର ଛାତ୍ରୀ ପାଠ ପଢ଼ିବା ସହିତ ଗୀତ, ନାଚ,ଚିତ୍ରାଙ୍କନ, ଅଭିନୟ ଆଦିରେ ରୁଚି ରଖିବା ଦରକାର। ବିଦ୍ୟାଳୟ ସ୍ତରରୁ ସେମାନଙ୍କୁ ଉତ୍ସାହିତ କରିବା ଦରକାର। ଉତ୍ସବରେ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଦୀପ୍ତି ଶୁଭ ଦର୍ଶିନୀ, ଜିଲ୍ଲା ଜାତି ଜନଜାତି ଶିକ୍ଷା ସଂଯୋଜୀକା ଡକ୍ଟର ସୁଚିସ୍ମିତା ମହାନ୍ତି ପ୍ରମୁଖ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ କହିଲେ ଶିଶୁ ମାନେ ଦେଶର ଭବିଷ୍ୟତ ସେମାନଙ୍କୁ ଗଢି ତୋଳିବା ଆମ ସଭିଙ୍କର ଦାଇତ୍ୱ। ଉଦ୍ଘାଟନ ଉତ୍ସବରେ ଜିଲ୍ଲା ଶିକ୍ଷାଧିକାରୀ କୃଷ୍ଣ ଚନ୍ଦ୍ର ନାୟକ ସଭାପତିତ୍ବ କରି ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ଖାନ ନଗର ହାଇସ୍କୁଲ୍ ର ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ଷଡଙ୍ଗୀ ଧନ୍ୟ ବାଦ ଅର୍ପଣ କରିଥିଲେ। ସୁନାମ ଧନ୍ୟ କଣ୍ଠ ଶିଳ୍ପୀ ବିଷ୍ଣୁ ମୋହନ କବି ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରେରଣା ଦେଇଥିଲେ। ଏହି ଜୋନାଲ ସ୍ତରୀୟ କଳା ଉତ୍ସବରେ କୃତିତ୍ଵ ଅର୍ଜନ କରିଥିବା ଛତ୍ରଛାତ୍ରୀ ମାନେ ହେବାକୁ ଥିବା ରାଜ୍ୟସ୍ତରୀୟ କଳା ଉତ୍ସବରେ ପ୍ରତିନିଧିତ୍ଵ କରିବେ।

ପ୍ରାରମ୍ଭରେ ଶିକ୍ଷକ ବିଶ୍ଵନାଥ ମିଶ୍ର ଙ୍କ ନିର୍ଦ୍ଦେଶନାରେ ସ୍ଵାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା। ଏହି ଜୋନାଲ ସ୍ତରୀୟ କଳା ଉତ୍ସବ ରେ କଟକ,କେନ୍ଦ୍ରାପଡ଼ା, ଖୋର୍ଦ୍ଧା,ଅନୁଗୁଳ, ଢେଙ୍କାନାଳ ଜଗତ ସିଂହ ପୂର୍ ଜିଲ୍ଲାରୁ 70 ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରି ନିଜ ନିଜର କଳା ପ୍ରଦର୍ଶନ କରିଥିଲେ। ଉଦଯାପନୀ ଉତ୍ସବରେ କେନ୍ଦ୍ରୀୟ ବିଦ୍ୟାଳୟର ଅଧକ୍ଷ ଦିଲ୍ଲୀପ କୁମାର ତ୍ରିପାଠି ଯୋଗ ଦେଇ ଶେଷରେ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *