ହେତୁବାଦୀଙ୍କ ନାଁରେ ଏତଲା

Spread the love

ପୁରୀ,(ନାଗରାଜ ନ୍ୟୁଜ): ଚନ୍ଦ୍ରଗ୍ରହଣରେ ଖାଲି ବିରିୟାନି ଖାଇକି ନୁହେଁ ଜଗନ୍ନାଥଙ୍କୁ ଚିକେନ ଭୋଗ ଭଳି ବିବାଦୀୟ ଓ ବେଧର୍ମୀ ବକ୍ତବ୍ୟକୁ ନେଇ ପୁଣି ଦେଖାଦେଇଛି ବିବାଦ ।ଆଉ ମହାପ୍ରସାଦ ସହ ଚିକେଂ ଭୋଗ ଭଳି ହେତୁବାଦୀଙ୍କ ଏଭଳି ନିନ୍ଦନୀୟ ବକ୍ତବ୍ୟକୁ ନେଇ ଶ୍ରୀମନ୍ଦିର ଯୁବ ସେବାୟତ ସଙ୍ଘ ପକ୍ଷରୁ ସିଂହଦ୍ୱାର ଥାନାରେ ଦିଆଯାଇଛି ଏତେଲା ।ତେବେ ହେତୁବାଦୀଙ୍କ ଧର୍ମ ବିରୋଧୀ କାର୍ଯ୍ୟ ପରେ ଏବେ ବିଶ୍ୱର ଆରାଧ୍ୟ ଠାକୁରଙ୍କ ପ୍ରତି ଏଭଳି କହିବା ଆମ ଭାବାବେଗ ଓ ଜଗନ୍ନାଥ ସଂସ୍କୃତି ପ୍ରତି ଅପମାନ ସୂଚକ ।ତେଣୁ ସମ୍ପୃକ୍ତ ହେତୁବାଦୀଙ୍କୁ ଗିରଫ କରିବା ସହ ଆଇନ ଅନୁଯାୟୀ ଦଣ୍ଡ ବିଧାନ କରାଯାଉ ।ନ ହେଲେ ଏଭଳି ହେତୁବାଦୀଙ୍କ ବିରୁଦ୍ଧରେ ଲଢେଇ ଜାରି ହେବା ସହ ଆକ୍ରମଣ କରାଯିବ ବୋଲି ଚେତାବନୀ ଦେଇଛି ଏକାଦଶୀ ସେବାସଙ୍ଘ ଶ୍ରୀମନ୍ଦିର ଯୁବ ସେବାୟତ ।

Leave a Reply

Your email address will not be published. Required fields are marked *