ଜମୁଛି ମିତ୍ରପୁରର ଜଗଦ୍ଧାତ୍ରୀ ମହୋତ୍ସବ

Spread the love

ଖଇରା,(ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ନୀଳଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମିତ୍ରପୁର ଜଗଦ୍ଧାତ୍ରୀ ମହୋତ୍ସବ ବହୁତ ଜାକ ଜମକ ରେ ଚାଲୁଅଛି ଓ ମୀନା ବଜାର ସାଙ୍ଗକୁ ମହୋତ୍ସବ,ବିଗତ ଦୁଇ ବର୍ଷ ଧରି କରୋନା ମହାମାରୀ କଟକଣା ତାର କରାଳ‌ ରୂପ ଦେଖାଇ କାୟା ବିସ୍ତାର କରିଚାଲିଥିଲା,‌ ସବୁ କିଛି ବନ୍ଦ ଥିଲା କିନ୍ତୁ କରୋନା ମହାମାରୀ କଟକଣା ଏ‌ ବର୍ଷ ହଟିବା ପରେ ସବୁ କିଛି ବେଶ୍ ଭଲ ଭାବରେ ଚାଲୁଅଛି, କିନ୍ତୁ ସବୁ ଠାରୁ ଏ ଜଗଦ୍ଧାତ୍ରୀ ମହୋତ୍ସବ ବହୁତ ଅଲଗା, ମିତ୍ରପୁର ଏରିଆ ପୂରା ଜଗଦ୍ଧାତ୍ରୀ ମହୋତ୍ସବ ପାଇଁ ପ୍ରସିଦ୍ଧ , ସାଙ୍ଗକୁ ମହୋତ୍ସବ, ମୀନା ବଜାର, ବହୁ ଆଧୁନିକ ଜିନିଷ ପତ୍ର, ନାମୀଦାମୀ ଖେଳଣା ଓ ବହୁ ଖାଇବା ଦୋକାନ ମଧ୍ୟ ବସିଅଛି, ଏହି ମେଳା ଏଠି 7 ଦିନ ଧରି ରହିଥାଏ, ‌ଏହି ଜାଗାକୁ ବୁଲିବାକୁ ବହୁ ଦୂରଦୂରାନ୍ତରୁ ହଜାର ହଜାର ଲୋକ ଙ୍କ ଭିଡ଼ ଲାଗିରହିଥିବା ର ଦେଖିବାକୁ ମିଳିଥାଏ, ତା ସାଙ୍ଗକୁ 32 ଫୁଟ୍ ଉଚ୍ଚତାରେ ଶିବ ଠାକୁରଙ୍କ ସହ ଶ୍ରୀ ଜଗତର ନାଥ ଜଗନ୍ନାଥ ଙ୍କ 32 ବେଶ, ଲୋକ ମାନେ ଏହି ମେଳା ଦେଖି ଏ‌ ବର୍ଷ ବହୁତ ଖୁସି ଅନୁଭବ କରୁଛନ୍ତି ବୋଲି ମଧ୍ୟ ସେମାନେ ନିଜେ ମତ ପ୍ରକାଶ କରିଛନ୍ତି।

ବାଲେଶ୍ବର ଜିଲ୍ଲା ଖଇରା ରୁ ଲୋଚନ ରାଉତ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *