ଇତିହାସ ରଚିଲା ରୌପ୍ୟ ନଗରୀ କଟକ

Spread the love

କଟକ,(ନାଗରାଜ ନ୍ୟୁଜ): ଇତିହାସ ରଚିଲା ରୌପ୍ୟ ନଗରୀ କଟକ । 15 ରୁ 20ମିନିଟ୍ ରେ 23 ହଜାର କାଗଜ ଡଙ୍ଗା ତିଆରି କରି ଗିନିଜ ୱାର୍ଲ୍ଡ ରେକର୍ଡ କରିପାରିଛି। ପୂର୍ବରୁ ବାହାର ରାଜ୍ୟରେ 1304 ଟି ଡଙ୍ଗା ନିର୍ମାଣ କରିଥିବା ବେଳେ ତାହାକୁ ଅତିକ୍ରମ କରିଛି କଟକ। ବାଲିଯାତ୍ରା କୁ ବିଶ୍ଵ ଦରବାରରେ ପ୍ରସିଦ୍ଧି ପାଇଁ କରାଯାଇଥିବା ଏହି ପ୍ରୟାସ ଆଜି ସଫଳ ହୋଇଛି ବୋଲି କହିଛନ୍ତି କଟକ ମହାନଗର ନିଗମର ମେୟର ଓ ଜିଲ୍ଲାପାଳ । ଆଜି ଗୀନିଜ୍ ୱାଲ୍ଡ ରେକର୍ଡ ପକ୍ଷରୁ ପାଖାପାଖି 60 ଜଣ ଅଫିସିଆଲ୍ ଆସିଥିଲେ। କଟକ ସହରର ୨୨ ଟି ସ୍କୁଲ ର ୨୨୩୪ଜଣ ଛାତ୍ର ଛାତ୍ରୀ ଭାଗ ନେଇଥିଲେ। କଟକ ବାରବାଟି ଷ୍ଟାଡିୟମ୍ ରେ ଏହାର ଆୟୋଜନ କରାଯାଇଥିଲା।

Leave a Reply

Your email address will not be published. Required fields are marked *