ଭୋଟର ସଚେତନତା ରଥ ଉଦଘାଟିତ

Spread the love

ପୁରୀ,(ନାଗରାଜ ନ୍ୟୁଜ): ଆଜି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରୁ ଭୋଟର ସଚେତନତା ରଥ ର ଉଦଘାଟନ କରାଯାଇଛି।ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶ୍ରୀ ପ୍ରଦୀପ କୁମାର ସାହୁ ଓ ଉପଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ ଏହାକୁ ଉଦଘାଟନ କରିବା ସହ ନୂତନ ଭୋଟର ମାନଙ୍କୁ ଭୋଟର ତାଲିକାରେ ନାମ ଅନ୍ତର୍ଭୁକ୍ତ, ଭୋଟର ତାଲିକାରେ ସଂଶୋଧନ ଇତ୍ୟାଦି ପାଇଁ ଏହା ସମସ୍ତଙ୍କୁ ସଚେତନ କରାଇବ ବୋଲି କହିଥିଲେ। ଏହି ରଥ ସମଗ୍ର ଜିଲ୍ଲା ପରିକ୍ରମା କରିବ ବୋଲି ଡେପୁଟି କଲେକ୍ଟର ଶ୍ରୀ ଜିତେନ୍ଦ୍ର କୁମାର ପାତ୍ର ସୂଚନା ଦେଇଥିଲେ।ଏହି କାର୍ଯ୍ୟକ୍ରମ ରେ ଡେପୁଟି କଲେକ୍ଟର ଶ୍ରୀ ରଞନ ବେହେରା, ଶ୍ରୀ ରାମଚନ୍ଦ୍ର ପଟ୍ଟନାୟକ, ସହକାରୀ ଜିଲ୍ଲାପାଳ ଶ୍ରୀ ରାଜ ବଲ୍ଲଭ ନାୟକ, ଶିକ୍ଷାବିତ ପ୍ରଫେସର ମାନସ ରଞନ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *