ଥାନାରେ ଅଭିଯୋଗ କଲେ ମହିଳା ନର୍ସିଂ ମହିଳା କର୍ମଚାରୀ

Spread the love

କଟକ,(ନାଗରାଜ ନ୍ୟୁଜ): ମହିଳା ନର୍ସିଂ କର୍ମଚାରୀଙ୍କ ବିରୁଦ୍ଧରେ ଅଶ୍ଳୀଳ ମନ୍ତବ୍ୟ ଦିଆଯାଇଥିବା କୁ ବିରୋଧ କରି କଟକ ମଙ୍ଗଳାବାଗ ଥାନା ରେ ଅଭିଯୋଗ। ଏହି ଅଭିଯୋଗ କରିଛନ୍ତି କଟକ ବଡ ମେଡିକାଲ ରେ କାର୍ଯ୍ୟରତ ନର୍ସିଂ ମହିଳା କର୍ମଚାରୀ ମାନେ। ଦୁଇଟି ନିର୍ଦ୍ଧିଷ୍ଟ ୱେବ୍ ଚ୍ୟାନେଲ ରେ ନର୍ସିଂ ମହିଳା ମାନଙ୍କର ବିରୁଦ୍ଧରେ ଅତି ଅପମାନ ଜନକ ମନ୍ତବ୍ୟ ଜଣେ ବ୍ୟକ୍ତି ଦେଇଥିଲେ। ଯାହା ନର୍ସିଂ ଭଳି ଏକ ପବିତ୍ର କର୍ମ ଉପରେ ଏକ କଳଙ୍କ ଲଗାଇଦେଇଚି। ଖାଲି ଏତିକି ନୁହେଁ ଏହି ଭିଡିଓ ର ପ୍ରଭାବ ପାରିବାରିକ ବିଶୃଙ୍ଖଳା ବି ବୃଦ୍ଧି ପାଉଛି । ଏହାପରେ ଏହାକୁ ଅତି କଦର୍ଥ ଭାବେ ପ୍ରସାରଣ କରିଥିବା କାରଣରୁ ଏମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ଥାନାରେ ଅଭିଯୋଗ କରାଯାଇଛି। ଯଦି ତୁରନ୍ତ ଏମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରା ଯାଏ ତେବେ ଅଦାଲତ ର ଆଶ୍ରୟ ନେବାକୁ ଚେତାବନୀ ଦେଇଛନ୍ତି ନର୍ସିଂ ମହିଳା କର୍ମଚାରୀମାନେ ।

Leave a Reply

Your email address will not be published. Required fields are marked *