ଏକ ଶୃଙ୍ଖଳିତ ସମାଜ ପାଇଁ ଶିକ୍ଷାନୁଷ୍ଠାନ ତମାଖୁମୁକ୍ତ ହେବା ପ୍ରଥମ ଆବଶ୍ୟକତା

Spread the love

ପୁରୀ,(ନାଗରାଜ ନ୍ୟୁଜ): ଏକ ଶୃଙ୍ଖଳିତ ସମାଜ ପାଇଁ ଶିକ୍ଷାନୁଷ୍ଠାନ ଗୁଡିକ ପ୍ରଥମେ ତମାଖୁମୁକ୍ତ ହେବା ଆବଶ୍ୟକ ବୋଲି କହିଛନ୍ତି ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟ ର କୁଳପତି ରବିନ୍ଦ୍ର କୁମାର ପଣ୍ଡା। ଜାତୀୟ ସ୍ବାସ୍ଥ୍ୟ ମିଶନ, ଜିଲ୍ଲା ସ୍ବାସ୍ଥ୍ୟ ସମିତି ଓ ଜିଲ୍ଲା ତମାଖୁ ନିୟନ୍ତ୍ରଣ ବିଭାଗ ର ମିଳିତ ସହଯୋଗରେ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାର ୪୧ ଜଣ ଜାତୀୟ ସେବା ସଂସ୍ଥା ର କାର୍ଯ୍ୟକ୍ରମ ଅଧିକାରୀଙ୍କୁ ନେଇ ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଆନୁକୁଲ୍ୟରେ “ତମାଖୁମୁକ୍ତ ଶିକ୍ଷାଞ୍ଚଳ”ଶୀର୍ଷକ ତାଲିମ୍, ଅନୁସ୍ଥାପନ ଓ ଆଲୋଚନା ଚକ୍ର କୁ ଉଦଘାଟନ କରି ଶ୍ରୀପଣ୍ଡା,ତମାଖୁ ର ଭୟାବହତା ଓ କ୍ୟାନସର ରୋଗୀ ଉପରେ ବକ୍ତବ୍ୟ ରଖିଥିଲେ। ଏଥିରେ ଡାକ୍ତର ବିରଜା ଶଂକର ରଥ, ଡାକ୍ତର ଲଳିତ କୁମାର ଦାସ, ଡିଏସପି ମନୋବ୍ରତା ଶତପଥୀ,କମିଟି ସଭ୍ୟ ତଥା ସମାଜସେବୀ ବଦ୍ରି ହମିଶ୍ର, ରାଷ୍ଟ୍ରୀୟ ବାଲ୍ୟ ସ୍ବାସ୍ଥ୍ୟ ସମିତି ର ପ୍ରଶାନ୍ତ ପରିଜା,ପିଜି କାଉନସିଲ ଅଧ୍ୟକ୍ଷ ଶତୃଘ୍ନ ପାଣିଗ୍ରାହୀ, ଜିଲ୍ଲା ଏନ୍ଏସଏସ ର କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ଜଗବନ୍ଧୁ ମିଶ୍ର ଓ ସଭ୍ୟ ମଧୁସୂଦନ ମିଶ୍ର ଅତିଥି ଭାବେ ଯୋଗଦେଇ ତମାଖୁ ବିକ୍ରୀ, ଶିକ୍ଷାନୁଷ୍ଠାନ ଓ ସରକାରୀ-ବେସରକାରୀ କାର୍ଯ୍ୟାଳୟ କୁ ସଂପୂର୍ଣ୍ଣ ତମାଖୁମୁକ୍ତ,କୋଟପା ଆଇନ୍ ର କାର୍ଯ୍ୟକାରିତା, ବିଜ୍ଞାପନ ରେ ସତର୍କ ସୂଚନା, ତମାଖୁ ସେବନରେ କ୍ୟାନସର,ହୃଦରୋଗ ,ଯକୃତ ରୋଗ ସହ ପରିବାର ବିଶୃଙ୍ଖଳା ଉପରେ ମତାମତ ରଖିଥିଲେ ।

ଏହି କାର୍ଯ୍ୟକ୍ରମ ରେ ତମାଖୁ ନିୟନ୍ତ୍ରଣ ଜନିତ ପରିସଂଖ୍ୟାନ ଓ ତଥ୍ୟ ଉପରେ ଭିଜୁଆଲ ଚଳଚିତ୍ର ପ୍ରଦର୍ଶିତ ହୋଇଥିଲା।ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରି ଜିଲ୍ଲା ତମାଖୁ ନିୟନ୍ତ୍ରଣ ପରାମର୍ଶଦାତା ଡକ୍ଟର ସୁଶାନ୍ତ କୁମାର ବିଶ୍ବାଳ, ଆଗାମୀ ଦିନରେ ଜିଲ୍ଲାର ୪୧ଟି ମହାବିଦ୍ୟାଳୟ ଓ ୨୭ଟି ବିଦ୍ୟାଳୟ ରେ ତମାଖୁ ବର୍ଜନ ସଚେତନତା କାର୍ଯ୍ୟକ୍ରମ ସହ ଏଦିଗରେ ସଫଳ ଶିକ୍ଷାନୁଷ୍ଠାନମାନଙ୍କୁ ପୁରସ୍କାର ପ୍ରଦାନ ସଂପର୍କ ରେ ବକ୍ତବ୍ୟ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ପବିତ୍ର ମୋହନ ଦାଶ,ଡାକ୍ତର ସ୍ନେହମୟୀ ମିଶ୍ର, ପ୍ରାଧ୍ୟାପକ ବସନ୍ତ କୁମାର ମିଶ୍ର, ବିଶ୍ବରଂଜନ ପତି, ଲକ୍ଷ୍ମୀଧର ପଣ୍ଡା ଶଂକର୍ଷଣ ପ୍ରଧାନ, ଅକ୍ଷୟ କୁମାର ରାଉଳ,କଲ୍ୟାଣୀ ନନ୍ଦୀ ଓ ଅମିତ ପାତ୍ର ନିଜର ମତାମତ ରଖିଥିଲେ।ଏହି କାର୍ଯ୍ୟକ୍ରମ ରେ ବିଶ୍ଵବିଦ୍ୟାଳୟ ର ଅନେକ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ। ଶ୍ରୀ ମନୋଜ କୁମାର ପଣ୍ଡା କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ।

Leave a Reply

Your email address will not be published. Required fields are marked *