ଆସନ୍ତାକାଲିଠାରୁ ଦଶମ ଶ୍ରେଣୀ ସମିଟିଭ 1 ପରୀକ୍ଷା ଆରମ୍ଭ

Spread the love

କଟକ,(ନାଗରାଜ ନ୍ୟୁଜ): ଆଜି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆସନ୍ତା କାଲି ହେବାକୁ ଥିବା ଦଶମ ଶ୍ରେଣୀ ସମିଟିଭ 1 ପରୀକ୍ଷା ପାଇଁ ସ୍ପଷ୍ଟି କରଣ କରିଛି l ଦିନ 10 ରୁ ପରୀକ୍ଷା ଆରମ୍ଭ ହୋଇ ମାଧ୍ୟାନ୍ନ 12 ରେ ସରିବ l ୨୩ ତାରିଖ ଦିନ ଇଂରାଜୀ ୨୫ ରେ ଗଣିତ ୨୬ ରେ ମାତୃଭାଷା ୨୭ ରେ ପ୍ରାକ୍ଟୀକାଲ୍ ୨୮ ରେ ସାଧାରଣ ବିଜ୍ଞାନ ୨୯ ରେ ସାମାଜିକ ବିଜ୍ଞାନ ଏବଂ ୩୦ ରେ ତୃତୀୟ ଭାଷା ହେବ । ଚଳିତ ଥର ୩୦୨୯ ପରୀକ୍ଷା କେନ୍ଦ୍ରରେ ହେବ ପରୀକ୍ଷା। ସେଥିପାଇଁ ୩୧୬ ନୋଡାଲ ସେଣ୍ଟରେ ପ୍ରଶ୍ନପତ୍ର କଡ଼ା ସୁରକ୍ଷାରେ ରହିବ। ମାଓ ପ୍ରବଣ ଅଞ୍ଚଳ କନ୍ଧମାଳରେ ୭ଟି, ମାଲକାନଗିରିରେ ୧୦ଟି କୋରାପୁଟରେ ୫ଟି ଥାନାରେ ନୋଡ଼ାଲ ସେଣ୍ଟର୍ ହେବ। ଚଳିତଥର ପରୀକ୍ଷା ପାଇଁ 5 ଲକ୍ଷ 40 ହଜାରରୁ ଉର୍ଦ୍ଧ୍ୱ ପିଲାମାନେ ପରୀକ୍ଷା ଦେବେ l ପରୀକ୍ଷା କେନ୍ଦ୍ର ଭିତରକୁ ମୋବାଇଲ୍ କେହି ବି ନେଇପାରିବେ ନାହିଁ। ପରୀକ୍ଷାର୍ଥୀ କେବଳ ପେନ୍ ଓ ଆଡମିଟ କାର୍ଡ ବ୍ୟତୀତ ଅନ୍ୟ କିଛି ନେବେନି।

Leave a Reply

Your email address will not be published. Required fields are marked *