ରଂଜିତ ଟ୍ରଫି ପାଇଁ ଓଡ଼ିଶା ଦଳର ଖେଳାଳି ମାନଙ୍କର ନାମ ଘୋଷଣା

Spread the love

କଟକ,(ନାଗରାଜ ନ୍ୟୁଜ): ଓଡ଼ିଶା କ୍ରିକେଟ ଆସୋସିଏସନର ସିଲେକ୍ସନ କମିଟି ପକ୍ଷରୁ ଆଜି ରଂଜିତ ଟ୍ରଫି ପାଇଁ ଓଡ଼ିଶା ଦଳର ଖେଳାଳି ମାନଙ୍କର ନାମ ଘୋଷଣା କରାଯାଇଛି। ଶିଲେକ୍ସନ କମିଟିର ମୁଖ୍ୟ ଶ୍ରୀ ପ୍ରଭଞ୍ଜନ ମଲ୍ଲିକ ଆଜି ବାରବାଟି ଷ୍ଟାଡିୟମ୍ ଠାରେ ଏକ ସାମ୍ବାଦିକ ସମ୍ମିନୀରେ ଖେଳାଳୀ ମାନଙ୍କର ନାମ ଘୋଷଣା କରିଛନ୍ତି। ଶ୍ରୀ ମଲ୍ଲିକ ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଲେ ଚଳିତ ରଂଜିତ ଟ୍ରଫି କ୍ରିକେଟ ପ୍ରତିଯୋଗିତାରେ ଓଡ଼ିଶା ଦଳ ଭଲ ପ୍ରଦର୍ଶନ କରିବ। ଅଭିଜ୍ଞ ଖେଳାଳି ମାନଙ୍କୁ ନେଇ ଦଳ ଗଠନ କରାଯାଇଛି। ଏଥି ସହିତ ଚାରିଜଣ ନୂତନ ଖେଳାଳିଙ୍କୁ ଦଳରେ ସାମିଲ କରାଯାଇଛି ।ଖେଳାଳି ମାନଙ୍କୁ ଅଭିଜ୍ଞ କୋଚ ରଶ୍ମି ରଞ୍ଜନ ପରିଡ଼ା ପ୍ରଶିକ୍ଷଣ ଦେଇଛନ୍ତି। ଆସନ୍ତା ଡ଼ିସେମ୍ବର ୧୩ ତାରିଖ ଦିନ ଓଡ଼ିଶା ଦଳ ପ୍ରଥମ ବାରୋଦାକୁ ବାରୋଦା ସ୍ଥିତ ବିକାଶ ସ୍କୁଲ ପଡିଆ ଠାରେ ଭେଟିବେ। ୨୦ ତାରିଖ ଦିନ ଓଡ଼ିଶା ଉତ୍ତରା ଖଣ୍ଡ କୁ ଉତ୍ତରା ଖଣ୍ଡ ଠାରେ ଭେଟିବେ। ଅଭିଜ୍ଞ ଖେଳାଳି ଶୁଭ୍ରାଂଶୁ ସେନାପତି ଦଳର ଅଧିନାନୟକ୍ ନିମନ୍ତେ ମନୋନୀତ କରାଯାଇଛି। ରଶ୍ମି ରଂଜନ ପରିଡ଼ା ମୁଖ୍ୟ କୋଚ ଭାବେ ମନୋନୀତ କରାଯାଇଛି।ଓଡ଼ିଶା ଦଳର ଖେଳାଳି ମାନେ ହେଲେ ଶାନ୍ତନୁ ମିଶ୍ର,ଅନୁରାଗ ଷଡଙ୍ଗୀ, ସ୍ୱାସ୍ତିକ ସାମଲ,ଶୁଭ୍ରାଂଶୁ ସେନାପତି, ଗୋବିନ୍ଦ ପୋଦାର, ବିପ୍ଳବ ସାମନତରାୟ,କାର୍ତ୍ତିକ ବିଶ୍ଵାଳ, ରାକେଶ ପଟ୍ଟନାୟକ, ଅଭିଷେକ ରାଉତ,ରାଜେଶ୍ ଧୂପର ଓ ସୁଜିତ୍ ଲେଙ୍କା( ୱିକେଟ କିପର) ସ୍ୱରଭ କାନୋଜିଆ,ଶୁଭମ୍ ନାୟକ,ବସନ୍ତ ମହାନ୍ତି, ସୂର୍ଯ୍ୟକାନ୍ତ ପ୍ରଧାନ,ତାରେନି ସା ଓ ଦେବ ବ୍ରତ ପ୍ରଧାନ ୧୭ ଜଣ ଙ୍କୁ ନେଇ ଓଡ଼ିଶା ଦଳ ଗଠନ ହୋଇଛି।ଇତି ମଧ୍ୟରେ ଦଳ ଅଭ୍ୟାସ ଆରମ୍ଭ କରିଦେଇଛି।ଆସନ୍ତା ୧୦ ତାରିଖ ଦିନ ଦଳ ବରୋଦା ଅଭିମୁଖେ ଯାତ୍ରା କରିବ।

Leave a Reply

Your email address will not be published. Required fields are marked *