ରେଭେନ୍ସା ସମାଜଶାସ୍ତ୍ର ବିଭାଗ ପକ୍ଷରୁ ରେଭେନ୍ସା କପ୍ ୨୦୨୨ ଉଦଯାପିତ

Spread the love

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ରେଭେନ୍ସା ବିଶ୍ୱ ବିଦ୍ୟାଳୟର ସମାଜ ଶାସ୍ତ୍ର ବିଭାଗ ଦ୍ୱାରା ଆୟୋଜିତ ତିନି ଦିନିଆ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେଭେନ୍ସା କପ୍ ୨୦୨୨ ଡିସେମ୍ବର ୬ ରୁ ଆରମ୍ଭ ହୋଇ ଡିସେମ୍ବର ୮ରେ ଶେଷ ହୋଇଛି | ଏଥିରେ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ୧୨ଟି ବିଭାଗର ଛାତ୍ର ଅଂଶଗ୍ରହଣ କରିଥିଲେ | କମ୍ପ୍ୟୁଟର ସାଇନ୍ସ ବିଭାଗ ଓ ଗଣିତ ବିଭାଗ ସେମିଫାଇନାଲ ଜିତି ଫାଇନାଲରେ ପ୍ରବେଶ କରିଥିଲେ | କମ୍ପ୍ୟୁଟର ସାଇନ୍ସ ବିଭାଗ ଫାଇନାଲ ମ୍ୟାଚ ଜିତି ବିଜୟୀ ହୋଇଥିଲେ | ସମାଜ ଶାସ୍ତ୍ରର ପ୍ରଥମ ବର୍ଷର ଛାତ୍ର ୟଶ୍ ଶର୍ମା ଶ୍ରେଷ୍ଠ ବୋଲର୍ ଏବଂ କମ୍ପ୍ୟୁଟର୍ ସାଇନ୍ସର ଅଧ୍ୟାପକ ଓମପ୍ରକାଶ ଜେନା ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ,ସମାଜ ଶାସ୍ତ୍ରର ଛାତ୍ର ବି ଏସ ଲଲିତ କୁମାର ଶ୍ରେଷ୍ଠ କ୍ଷେତ୍ରରକ୍ଷକ ଏବଂ ଛାତ୍ର ସାବିରାମ୍ ମାଝୀ ଟୁର୍ନାମେଣ୍ଟର ଶ୍ରେଷ୍ଠ କ୍ରୀଡ଼ାବିତ ରୂପେ ଘୋଷିତ ହେଲେ | ଉଦଯାପନୀ ସମାରୋହରେ ସମ୍ମାନିତ ଅତିଥି ରୂପେ ସମାଜ ଶାସ୍ତ୍ରର ବିଭାଗୀୟ ମୁଖ୍ୟ ପ୍ରଫେସର ବିକ୍ରମ କେଶରୀ ମିଶ୍ର, ଅଧ୍ୟାପିକା ଡକ୍ଟର ମନୋସ୍ମିତା ମହାପାତ୍ର,ଅଧ୍ୟାପକ ଡ଼କ୍ଟର ମନୋରଞ୍ଜନ ଦାସ, ଡକ୍ଟର ଈଶ୍ୱର ଚନ୍ଦ୍ର ନାୟକ, ଡକ୍ଟର ଜ୍ଞାନ ରଞ୍ଜନ ପୃଷ୍ଟି, ଅଧ୍ୟାପିକା ଡକ୍ଟର ରୋଶିନା ୟୁସୁଫୀ, ଲୁସି ମିଶ୍ର କମ୍ପ୍ୟୁଟର ସାଇନ୍ସର ବିଭାଗୀୟ ମୁଖ୍ୟ ଡ଼କ୍ଟର ଆଲୋକ ରଞ୍ଜନ ତ୍ରିପାଠୀ ଏବଂ ଗଣିତର ବିଭାଗୀୟ ମୁଖ୍ୟ ଡ଼କ୍ଟର ଦ୍ବିତିକୃଷ୍ଣ ବେହେରା ପ୍ରମୁଖ ଯୋଗ ଦେଇ କ୍ରୀଡା ଛାତ୍ର ଜୀବନର ଏକ ପ୍ରମୁଖ ଅଙ୍ଗ ବୋଲି ମତବ୍ୟକ୍ତ କରିଥିଲେ | ବିଜୟୀ ଦଳ କମ୍ପ୍ୟୁଟର୍ ସାଇନ୍ସ ଏବଂ ରନର୍ସ ଅପ୍ ଗଣିତ ବିଭାଗର କ୍ରୀଡ଼ାବିତଙ୍କୁ ଅତିଥି ମାନେ ମାନପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ | ବିଶ୍ୱ ବିଦ୍ୟାଳୟର ଅନ୍ୟାନ୍ୟ ବିଭାଗର ଅଧ୍ୟାପକ,ଅଧ୍ୟାପିକା ଉପସ୍ଥିତ ରହି କ୍ରୀଡ଼ାବିତ ମାନଙ୍କୁ ଉତ୍ସାହିତ କରିଥିଲେ |ସମାଜଶାସ୍ତ୍ର ବିଭାଗର ଛାତ୍ର ମାନେ କାର୍ଯ୍ୟକ୍ରମର ସଫଳ ଆୟୋଜନ ଏବଂ ପରିଚାଳନା କରିଥିଲେ |

Leave a Reply

Your email address will not be published. Required fields are marked *