ଗତକାଲି ରାତିରେ ଦେଓଗାଁ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଚୋରି ଲୁଟିନେଲେ ମୂଲ୍ୟବାନ ସାମଗ୍ରୀ

Spread the love

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଗତକାଲି ରାତିରେ ଘଟିଯାଇଛି ଏକ ଅଭାବନୀୟ ଘଟଣା,ଜୀବନ ସୁରକ୍ଷା କେନ୍ଦ୍ର ଦେଓଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ ମଧ୍ୟ ରାତ୍ରିରେ ଲୁଟେରା ମାନେ କେନ୍ଦ୍ରର କବାଟ ଭାଙ୍ଗି ଏଠାରେ ବ୍ୟବହୃତ ଗୋଟିଏ ଫ୍ରିଜ ଗୋଟିଏ ଫ୍ରିଜ଼ର ଗୋଟିଏ ଇନଭଟର strit ଲାଇଟ ଓ ସ୍ୱାସ୍ଥ୍ୟ କେନ୍ଦ୍ରରେ ବ୍ୟବହୃତ ଅନ୍ୟାନ୍ୟ ଆନୁଷଙ୍ଗିକ ସରଞ୍ଜାମ ସବୁ ଗୋଟିଏ ଗାଡ଼ିରେ ନେଇ ଯାଇଥିବାର ଜଣାଯାଇଛି ଆଜି ସକାଳୁ ଝାଡୁଦାର ଉକ୍ତ କେନ୍ଦ୍ରକୁ ସଫା କରିବାକୁ ଆସି ଚୋରି ହୋଇଥିବାର ଦେଖିବାକୁ ପାଇଥିଲା ତୁରନ୍ତ ସେ ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଜଣାଇଥିଲା ଘଟଣା ସ୍ଥଳରେ ଉକ୍ତ ଚିକିତ୍ସା କେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ପହଁଚି ଚୋରି ଘଟଣା ସମ୍ପର୍କରେ ଗଁଦିଆ ଥାନାରେ ଲିଖିତ ଭାବେ ଜଣାଇଥିଲେ ଏହି ଚୋରି ଘଟଣା ସମ୍ପର୍କରେ ଗଁଦିଆ ଥାନାର ଭାରପ୍ରାପ୍ତ ଅଧିକାରୀ ସତ୍ୟବ୍ରତ ଭୁତିଆ କୁହନ୍ତି ଯେ ଅଭିଯୋଗ ପାଇଲା ପରେ କେସ ନଂ306ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି .

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *