ମା’ ଚଣ୍ଡିମାତାଙ୍କ ସ୍ବାଗତ ଗେଟ୍ ର ଶୁଭପୂଜନ କଲେ ବିଧାୟକ

Spread the love

ଖଇରା,(ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ମାଣତ୍ରୀ ପଞ୍ଚାୟତ ଜଳଙ୍ଗ-ଗଣ୍ଡିବେଡ଼ ଗ୍ରାମରେ ଅଛି ମା’ ଜଳଙ୍ଗ ଚଣ୍ଡିମାତାଙ୍କ ମନ୍ଦିର । ଏହା ପରିସରରେ ପଞ୍ଚ ମହାଦେବଙ୍କ ସମେତ ବିଭିନ୍ନ ମନ୍ଦିର ବିଦ୍ଯମାନ ଅଛି । ବହୁ ପୁରାତନ ଏହି ପୀଠ ନିମନ୍ତେ କୌଣସି ସ୍ବାଗତ ଗେଟ୍ ନଥିଲା । ଏଥି ନିମନ୍ତେ ଦୀର୍ଘ ଦିନ ଧରି ଟ୍ରଷ୍ଟ ବୋର୍ଡ, ଟ୍ରଷ୍ଟୀ ଓ ଗ୍ରାମବାସୀ ମାନେ ଅଭିଯୋଗ କରି ଆସୁଥିଲେ । ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ଓ ବର୍ତ୍ତମାନର ମନ୍ଦିର ଟ୍ରଷ୍ଟ ବୋର୍ଡର ଟ୍ରଷ୍ଟୀ ପ୍ରଫୁଲ୍ଲ କୁମାର ଦାସଙ୍କ ଉଦ୍ୟମ କ୍ରମେ ତା ୧୨/୧୨/୨୦୨୨ ରିଖ ସୋମବାର ଶୁଭ ପୂଜନ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ଏହି ଶୁଭ ପୂଜନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ଜ୍ଯୋତିପ୍ରକାଶ ପାଣିଗ୍ରାହୀ ଯୋଗ ଦେଇଥିଲେ । ପଣ୍ଡିତ ତ୍ରୈଲୋକ ତିଆଡି, ବେଣୁଧର ପଣ୍ଡା ଓ ଉମାକାନ୍ତ ପଣ୍ଡାଙ୍କ ମନ୍ତ୍ରପାଠ ପରେ ରାଣିତାଲ- କୁପାରୀ ରାସ୍ତାରୁ ମନ୍ଦିର ପର୍ଯ୍ୟନ୍ତ ଯାଇଥିବା ରାସ୍ତା ଛକ ଠାରେ ବିଧାୟକ ପ୍ରଥମେ ନଡ଼ିଆ ବାଡେଇ ମା ଚଣ୍ଡିମାତାଙ୍କ ସ୍ବାଗତ ଗେଟର ଶୁଭ ପୂଜନ କରିବା ପରେ ଅତିରିକ୍ତ ତହସିଲଦାର ଗଦାଧର ସେଠୀ, ଜିଲ୍ଲାପରିଷଦ ସଦସ୍ୟା ସୁଷମା ମହାପାତ୍ର, ସରପଞ୍ଚ ମନ୍ଦାକିନୀ ଦାସ, ସମିତି ସଭ୍ୟ ନାରାୟଣ ଦାସ ଓ ବ୍ଲକ ଉପାଧ୍ୟକ୍ଷ ପ୍ରମୁଖ ନଡ଼ିଆ ବାଡେଇ ଥିଲେ ।

ଉକ୍ତ ଶୁଭ ପୂଜନ ସମୟରେ ଯୁବନେତା ସଞ୍ଜୟ ତିଆଡି, ନାରାୟଣ ଦାସ, ସୁଶାନ୍ତ ମହାପାତ୍ର, ଅନନ୍ତ ପଣ୍ଡା, ବନବିହାରୀ ନାୟକ, କୈଳାସ ରଣା, ଭଗବାନ ଦାଶ, ନିମାଇ ଚରଣ ବାରିକ, ପୂର୍ଣ୍ଣ ଚନ୍ଦ୍ର ଦାସ, ସିଆରପି ଗୌରୀ ନାୟକ ଓ ଲକ୍ଷ୍ମୀପ୍ରିୟା ନାୟକ, ସାବିତ୍ରୀ ପଣ୍ଡା, ଚିତ୍ରରେଖା ତିଆଡି, ରୁକ୍ମଣୀ ବେହେରା, ପୂର୍ଣ୍ଣିମା ପଣ୍ଡା, ମମତା ବେହେରା, ଉର୍ମିଳା ଦାସ, ସୁସ୍ମିତା ସାହୁ, ସସ୍ମିତା ବେହେରା, ତପସ୍ବିନୀ ଦାସ ଓ ଇତିପ୍ରଭା ମହାପାତ୍ରଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟ ପାଇଁ ବିଧାୟକ ହାତ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ଦେବା ପାଇଁ ସମସ୍ତଙ୍କ ସାମ୍ନାରେ ବିଧାୟକ ଶ୍ରୀ ପାଣିଗ୍ରାହୀ ଘୋଷଣା କରିଥିଲେ । କିନ୍ତୁ ମନ୍ଦିର ବେଢାର ପକ୍କା ହତାବନ୍ଦୀ କାର୍ଯ୍ୟ କରାଯାଇଥିଲେ ମଧ୍ୟ କାର୍ଯ୍ୟ କରିଥିବା ବ୍ଯକ୍ତିଙ୍କୁ ଏପର୍ଯ୍ୟନ୍ତ ବିଲ୍ ନ ମିଳିବା ବଡ଼ ଦୁଃଖ ଓ ପରିତାପର ବିଷୟ ପାଲଟିଛି । ଯାହା ଟ୍ରଷ୍ଟୀ ଗଣମାଧ୍ୟମ ପ୍ରତିନିଧିଙ୍କ ସାମ୍ନାରେ ପ୍ରକାଶ କରିଛନ୍ତି । ଦେଖିବାକୁ ବାକି ରହିଲା ଗେଟ୍ କାର୍ଯ୍ୟ କେବେ ସରୁଛି ଓ ହତାବନ୍ଦୀ ନିର୍ମାଣକାରୀଙ୍କୁ ବିଲ୍ ମିଳୁଛି ।

ବାଲେଶ୍ଵର ଜିଲ୍ଲା ଖଇରା ରୁ ଲୋଚନ ରାଉତ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *