ଚାକିରୀ କରାଇଦେବା ଆଳରେ ଲକ୍ଷାଧିକ ଟଙ୍କା ଠକେଇ ଠକ ଗିରଫ

Spread the love

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଗଁଦିଆ ଥାନା ଅଂଚଳରେ ଚାକିରୀ କରାଇଦେବା ଆଳରେ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଠକକୁ ଆଜି ଗଁଦିଆ ପୋଲିସ ଗିରଫ କରିଥିବାର ଜଣାଯାଏ ପୋଲିସ ସୂତ୍ରରୁ ପ୍ରକାଶ ଗଁଦିଆ ଥାନା ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ଗ୍ରାମର ଶିକ୍ଷକ ଅଭୟ କୁମାର ପାଣିଗ୍ରାହୀ ନିଜ ଝିଅର ଚାକିରୀ ପାଇଁ ସେଅନୁଗୁଳ ଜିଲ୍ଲା ଅନ୍ତର୍ଗତ ବନରପାଳ ଥାନା ଅଧିନ ତଳମୂଳ ଗ୍ରାମର ଉପେନ୍ଦ୍ର ପାଣିଗ୍ରାହୀ ଙ୍କର ପୁଅ ପୁଲକ ପ୍ରସାଦ ପାଣିଗ୍ରାହୀ କୁ୮ଲକ୍ଷ୍ୟ ଟଙ୍କା ପ୍ରଦାନ କରିଥିଲେ ସେ ଠକ ତାଙ୍କ ଠାରୁ ଉକ୍ତ ଟଙ୍କା ନେଇ ଖୁବ ଶୀଘ୍ର ତାଙ୍କର ଝିଅକୁ ଚାକିରୀ କରାଇଦେବ ବୋଲି କହିଥିଲେ କିନ୍ତୁ ସେ ଚାକିରୀ ଦେବା ଆଳରେ ଦିନ ଗଡ଼େଇ ଚାଲିବାରୁ ତାଙ୍କର ସନ୍ଦେହ ସୃଷ୍ଟି ହେବା ସହିତ ନେଇଥିବା ଟଙ୍କା ଫେରସ୍ତ କରିବାକୁ ତାକୁ କହିଥିଲେ କିନ୍ତୁ ସେହି ଠକ ଧରା ଛୁଆଁ ନଦେବାରୁ ଘଟଣା ସମ୍ପର୍କରେ ସେ ଗଁଦିଆ ଥାନାରେ ଲିଖିତ ଭାବେ ଏପ୍ରିଲ ମାସରେ ଅଭିଯୋଗ କରିଥିଲେ ପୋଲିସ ପକ୍ଷରୁ କେସ ନଂ୧୧୭/୨୨ଏକ ମମାଲା ରୁଜୁକରିତଦନ୍ତ ଜାରି ରଖିଥିଲା ଏହି ଘଟଣା ସମ୍ପର୍କରେ ଗଁଦିଆ ଥାନାର ଭାରପ୍ରାପ୍ତ ଅଧିକାରୀ ସତ୍ୟବ୍ରତ ଭୁତିଆ ଙ୍କୁ ଯୋଗା ଯୋଗ କରିବାରୁ ସେ କହିଛନ୍ତି ତାକୁ ଧରିବା ପାଇଁ ପ୍ରଥମେ ତାର କେଉଁ ଅଂଚଳ ସହିତ ଯୋଗାଯୋଗ ରହିଛି ତାକୁ ସର୍ତକ ସହିତ ଫଲ ଅଫ କରି ସେ ହୀରାକୁଦ ଅଂଚଳରେ ଥିବାର ଖବର ପାଇ ସ୍ଥାନୀୟ ପୋଲିସ ସହାୟତାରେ ଆଜି ଗିରଫ କରାଯାଇଛି ଓ ତାକୁ ଆସନ୍ତା କାଲି କୋର୍ଟ ଚାଲାଣ କରାଯିବ ବୋଲି ଜଣାଯାଏ .

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *