ବଡ଼ ଦାଣ୍ଡ ସେବା କାର୍ଯ୍ୟକ୍ରମ ଆରମ୍ଭ

Spread the love

ପୁରୀ,(ନାଗରାଜ ନ୍ୟୁଜ): ଆଜି ଧନୁସଂକ୍ରାତି ଅବସରରେ ଶ୍ରୀମନ୍ଦିରରେ ପହିଲି ଭୋଗ ନୀତି ଆରମ୍ଭ ହେବା ସହ ବଡ଼ ଦାଣ୍ଡ ବେବସାୟୀ ଭିତରେ ଉତ୍ସାହ ଦେଖିବାକୁ ମିଳିିଛି । ବେବସାୟୀ ମାନେ ସିଂହଦ୍ୱାର ସମ୍ମୁଖରେ ଦ୍ଵୀପ ଦାନ କରି “ବଡ଼ ଦାଣ୍ଡ ସେବା ” କାର୍ଯ୍ୟକ୍ରମ କରିଛନ୍ତି । ସ୍ୱଚ୍ଛତା ରେ ଜଗନ୍ନାଥ ଧାମ ପୁରୀ ଏକ ନମ୍ବର କରିବାରେ ସ୍ଲୋଗାନ ଦେଇ ବଡ଼ ଦାଣ୍ଡରେ ଶୋଭାଯାତ୍ରା କରିଛନ୍ତି । ଏଥିସହ ଅଳିଆ ନ ପକାଇ ଡଷ୍ଟପିନ ବ୍ୟବହାର କରିବାକୁ ସମସ୍ତେ ସପଥ ନେଇଥିଲେ। ସାଲବେଗ ପୀଠ ସମ୍ମୁଖରେ ‘ ମା ଙ୍କୁ ସମ୍ମାନ ‘ କାର୍ଯ୍ୟକ୍ରମ ଜରିଆରେ ବର୍ଷ ବର୍ଷ ହେଲା ବଡ଼ ଦାଣ୍ଡରେ ସେବା ଦେଇ ଆସୁଥିବା ରଜନୀ ନାୟକ, ସୁଜାତା ନାୟକ, ପ୍ରଭାତୀ ସାହୁ , ସରୋଜିନୀ ନାୟକ ସହ ୪ଜଣ ମହିଳା ସଫେଇ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଛି।ବଡ ଦାଣ୍ଡରେ ଅଳିଆ ନ ପକାଇଲେ ମା” ମାନେ ଏହାକୁ ଗୋଟାଇବାକୁ ମୁଣ୍ଡ ତଳକୁ କରିବେନି। କିମ୍ବା ଯନ୍ତ୍ରଣା ସହି ରାସ୍ତାରୁ ଅଳିଆ ଗୋଟାଇବେନି ।

ଯାତ୍ରୀ ତଥା ପର୍ଯ୍ୟଟକଙ୍କୁ ବଡ଼ ଦାଣ୍ଡ ମଇଳା ନ କରିବାରୁ ଅନୁରୋଧ କରାଯାଇଛି । ସ୍ୱଚ୍ଛତା ଦିଗରେ ବେଶ୍ ଆଗରେ ଥିବା ବଡ଼ ବଜାର ଉଠା ଦୋକାନୀ ସଂଘ କର୍ମକର୍ତ୍ତା ସଭାପତି ଯଶୋବନ୍ତ ପାତ୍ର, ସଂପାଦକ ଜିତେନ୍ଦ୍ର ରାଉତ୍, ଭେଣ୍ଡର ଲିଡର କୃଷ୍ଣ ଚନ୍ଦ୍ର ସାହୁ, ଓ କୋଷାଧ୍ୟକ୍ଷ ହରେକୃଷ୍ଣ ସାହୁଙ୍କୁ ଆୟୋଜକ ଙ୍କ ପକ୍ଷରୁ ଉପଢ଼ୋକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ, ଦେବପ୍ରସାଦ ପଣ୍ଡା, ବାଳକୃଷ୍ଣ ମହାପାତ୍ର, ବିନୋଦିନୀ ରାୟସିଁ, ସଚ୍ଚିକାନ୍ତ ଷଡ଼ଙ୍ଗୀ, ଜାପାନୀ ବାରିକ, ଜଗନ୍ନାଥ ଦୋରା, ପପୁ ମଲ୍ଲିକ, ଚାନ୍ଦିନୀ ଦତ୍ତ,ମଞ୍ଜୁଲତା ସାହୁ, ସୁନିଲ ମହାପାତ୍ର ମନୋଜ ସାହୁ, ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *