କଟକ ସଦର ବ୍ଲକ ସ୍ପୋର୍ଟ୍ସ ଉଦଯାପିତ

Spread the love

କଟକ,(ନାଗରାଜ ନ୍ୟୁଜ): ଦୁଇ ଦିନ ଧରି ଚାଲିଥିବା କଟକ ସଦର ବ୍ଲକ ଓ କଟକ ମହାନଗର ନିଗମ ର ସ୍ପୋର୍ଟ୍ସ ଓ ଗେମ୍ସ ଆଜି ଅପରାହ୍ନ ରେ ଉଦଯାପିତ ହୋଇଯାଇଛି! ଖାନନଗର ଖେଳପଡିଆ ରେ ଆଜି ଦ୍ୱିତୀୟ ଦିନର ପ୍ରଥମlର୍ଦ୍ଧରେ ଅlଥଲେଟିକ ବିଭାଗରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା! ଅପରାହ୍ନ ରେ ଖାନନଗର ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ଷଡ଼ଙ୍ଗୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଉଦଯାପନୀ ତଥା ପୁରସ୍କାର ବିତରଣ ଉତ୍ସବ ରେ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀମତୀ ସରସ୍ବତୀ କାନୁନଗୋ କୃତୀ ପ୍ରତିଯୋଗୀ ମାନଙ୍କୁ ସାର୍ଟିଫିକେଟ ବଣ୍ଟନ କରିଥିଲେ! ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଅନନ୍ତ ଚରଣ ଦେହୁରୀ,ସରୋଜିନୀ ମିଶ୍ର,ବିଜୟିପ୍ରଭା ଦାଶ, ବିଶ୍ୱବିହାରୀ ଜେନା ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗୀ ମାନଙ୍କୁ ପ୍ରଶଂସାପତ୍ର ବଣ୍ଟନ କରିଥିଲେ! ଖେଳଶିକ୍ଷକ ସୌଭାଗ୍ୟ ପଟନାୟକ,ଜୟଧର୍ମ ସେନାପତି, ଚନ୍ଦ୍ରଭାନୁ ନାୟକ,ଭାନୁ ପ୍ରତାପ ରଣା, ଅସୀମା ମହାପାତ୍ର,ମୋଜେସ ବେହେରା, ରଂଜିତ ଦାସ ପ୍ରଭୃତି ବ୍ଲକ ଓ ସି ଏମ ସି ର ସମସ୍ତ ଉଚ୍ଚବିଦ୍ୟାଳୟ ର କ୍ରୀଡା ଶିକ୍ଷକ ଏବଂ ଉଭୟ ର ସମସ୍ତ ସି. ଆର ସି ସି ଙ୍କ ସକ୍ରିୟ ସହଯୋଗ ରେ ଏହି କାର୍ଯ୍ୟକ୍ରମ ସଫଳତାର ସହିତ ସମ୍ପନ୍ନ ହୋଇଛି!

ଏଥିରେ ମନୋନୀତ କ୍ରୀଡ଼ାବିତ ଛାତ୍ରଛାତ୍ରୀ ମାନେ ଆସନ୍ତା ଜାନୁଆରୀ 2023 ରେ ଅନୁଷ୍ଠିତ ହେବାକୁ ଯାଉଥିବା ଜିଲ୍ଲାସ୍ତରୀୟ ସ୍ପୋର୍ଟ୍ସ ଓ ଗେମ୍ସ ପ୍ରତିଯୋଗିତାରେ ଭାଗ ନେବେ! ଆମରାଜ୍ୟରେ ହେବାକୁ ଯାଉଥିବା ହକି ବିଶ୍ୱକପ ଅବ୍ୟବହିତ ପୂର୍ବରୁ ଏଭଳି ମେଗା ସ୍ପୋର୍ଟ୍ସ ଓ ଗେମ୍ସ କାର୍ଯ୍ୟକ୍ରମ କ୍ରୀଡାଜଗତ ରେ ଓ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଏକ ଅଦ୍ଭୁତ ଜାଗରଣ ସୃଷ୍ଟି କରିପାରିଛି !

Leave a Reply

Your email address will not be published. Required fields are marked *