+୩ ପ୍ରଥମ ବର୍ଷ ଛାତ୍ର ଛାତ୍ରୀ ଙ୍କ ସ୍ୱାଗତ ଉତ୍ସବ

Spread the love

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଆଜି ଗୁରୁବାର ଦିନ ପୂର୍ବାହ୍ନ ୧୧ଟା ସମୟରେ ଢେ଼ଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ପିଙ୍ଗୁଆ ଡିଗ୍ରୀ କଲେଜ ର ପୂଜ୍ୟପୂଜା ପରମ୍ପରା କୁ ପାଥେୟକରି ପ୍ରଥମ ବାର୍ଷିକ ଛାତ୍ରଛାତ୍ରୀ ଙ୍କ ଉଦେଶ୍ୟ ରେ ଏକ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ,କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି |ଉକ୍ତ ସ୍ୱାଗତ ଉତ୍ସବ କୁ ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନକରି ଉଦଘାଟନ କରିଥିଲେ କଲେଜର ଅଦକ୍ଷ ଭଗବାନ ମିଶ୍ର ,ଅଧ୍ୟାପକ ଦୀପ୍ତିରଞ୍ଜନ ମହାଳିକ ଙ୍କ ସଂଯୋଜନା ରେ ସ୍ୱାଗତ ସଂଗୀତ ସହିତ ନୂତନ ଛାତ୍ରଛାତ୍ରୀ ମାନଙ୍କୁ ଗୋଲାପ ଫୁଲ ଏବଂ ଗୋଟିଏ ଲେଖାଏଁ କଲମ ପ୍ରଦାନ କରିଥିଲେ |ନୂତନ ଛାତ୍ରଛାତ୍ରୀ ମାନେ ସେମାନଙ୍କ ପରିଚୟ ପ୍ରଦାନ କରି ଉତ୍ସବ ସମ୍ପର୍କରେ ନିଜ ନିଜ ର ମତ ରଖିଥିଲେ | ସଂମ୍ମନିତ ଅତିଥି ଭାବେ କଲେଜର ରାଜନୀତି ବିଭାଗର ଅଧ୍ୟାପକ ରାମ ନାରାୟଣ ରାଉତ ,ଶିକ୍ଷା ବିଭାଗର ଅଧ୍ୟାପିକା ସୁଦ୍ଧତା ବିଶ୍ୱାଳ ଯୋଗଦେଇ ନିଜନିଜର ବକ୍ତବ୍ୟ ପ୍ରଦାନ କରିଥିଲେ |

କଲେଜର ପୂର୍ବତନ ଛାତ୍ର ଯୁବ ସଂଗଠକ ତଥା ଗଁଦିଆ ଡ଼ିଜିଟାଲ ମିଡ଼ିଆ ଆସୋସିଏସନ ସଭାପତି ପ୍ରଦୀପ କୁମାର ଦାସ ଓ ସମ୍ପାଦକ ବାଦଲ ମହାନ୍ତି ବିଶେଷ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ କର୍ତ୍ତବ୍ୟ ନିଷ୍ଠା ଏବଂ ସମୟାନୁବର୍ତ୍ତିତା ର ମନ୍ତ୍ର ପ୍ରଦାନ କରିଥିଲେ |ମୁଖ୍ୟ ବକ୍ତା ଭାବେ କଲେଜର ଅର୍ଥନୀତି ବିଭାଗର ବରିଷ୍ଠ ଅଧ୍ୟାପକ ପଙ୍କଜ କୁମାର ସାହୁ ଯୋଗଦେଇ ନିଜକୁ ଜଣେ ଶୃଙ୍ଖଳିତ ସୈନିକ ଭାବରେ ଗଢ଼ିତୋଳିବାର ବିଭିର୍ଣ୍ନ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ |ଛାତ୍ରୀ ଅର୍ଚନା ବାରିକ ଧନ୍ୟବାଦ ପ୍ରଦାନ କରିବା ସହିତ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା |ଛାତ୍ର ଦୁଷ୍ମନ୍ତ କୁମାର ସାହୁ ଙ୍କ ସଂଯୋଜନାରେ ଛାତ୍ର ଛାତ୍ରୀ ମାନେ ସେମାନଙ୍କର ନୃତ୍ୟ ଏବଂ ସଂଗୀତ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ |ଶେଷରେ କଲେଜର ସମସ୍ତ ଛାତ୍ରଛାତ୍ରୀ ମାନଙ୍କର ସମୂହ ପଂକ୍ତି ଭୋଜନ ର ଆୟୋଜନ କଲେଜ ତରଫରୁ କରାଯାଇଥିଲା |

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *