39ତମ ରାଜ୍ୟସ୍ତରୀୟ ଶିଶୁ ଉତ୍ସବର ଦ୍ୱିତୀୟ ଦିବସ

Spread the love

କଟକ,(ନାଗରାଜ ନ୍ୟୁଜ): ଓଡ଼ିଶା ମାଧ୍ୟମିକ ସ୍କୁଲ୍ ଶିକ୍ଷକ ସଂଘ ଆନକୂଲ୍ୟରେ ଗତ କାଲି ଠାରୁ ଆରମ୍ଭ ହୋଇଥିବା 39 ତମ ରାଜ୍ୟ ସ୍ତରୀୟ ଶିଶୁ ଉତ୍ସବ ର ଦିତ୍ୱିୟ ଦିବସ । ଦିତ୍ଵିୟ ଦିବସରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଗଳ୍ପ ଲିଖନ,କବିତା ରଚନା,ଚିତ୍ରାଙ୍କନ,ବୁଦ୍ଧି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଏଥି ସହିତ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଏକକ ଅଭିନୟ ପରିବେଷଣ କରିଥିଲେ। ଦୀତ୍ୱିୟ ଦିବସରେ ମେୟର ଶ୍ରୀ ସୁବାସ ସିଂ ମୁଖ୍ୟ ଅତିଥି କଟକ ବାରବାଟି ବିଧାୟକ ଇଂଜିନିୟର ମହମ୍ମଦ ମିକିମ୍, ଖୋର୍ଦ୍ଧାର ପ୍ରାକ୍ତନ ବିଧାୟକ ଦିଲ୍ଲୀପ ଶ୍ରୀ ଚନ୍ଦନ ମୁଖ୍ୟ ବକ୍ତା ଭାବେ ଶିଶୁ ମାନଙ୍କ ର ମାନସିକ ଶାରୀରିକ ବିକାଶ ଉପରେ ଗୁରୁତ୍ବ ଆରୋପ କରିଥିଲେ। ସଂଘର ସଭାପତି ବିନୋଦ ବିହାରୀ ପାଣିଗ୍ରାହୀ ସଭାପତତ୍ବ କରିଥିଲେ। ଏହି ଅବସରରେ ପୂଜ୍ୟ ପୂଜା ଓ ପ୍ରତିଭା ସମ୍ମାନ ଅନୁଷ୍ଠିତ ହୋଇ କେତେକ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଡକ୍ଟର ଅଶୋକ କୁମାର ମହାପାତ୍ର, ସତ୍ୟବ୍ରତ ତ୍ରିପାଠୀ, ବିଷ୍ଣୁ ମୋହନ ମହାନ୍ତି, ସଞ୍ଜୟ ପଟ୍ଟନାୟକ ଓ ସୁଶ୍ରୀ ତୃପ୍ତି ନିଲାମ୍ବିକା ସାହୁ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରାରମ୍ଭରେ ସଂଘର ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି ସ୍ଵାଗତ ଭାଷଣ ଦେଇ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *