ଓଡିଆ ଭାଷାର ସୁରକ୍ଷା ସହ ସାହିତ୍ୟ-ସଂସ୍କୃତିର ବିକାଶ ପାଇଁ ରାଜ୍ୟ ସରକାର, ପ୍ରଶାସନ ପ୍ରତିଶ୍ରୁତିବଦ୍ଧ: ଜିଲ୍ଲାପାଳ

Spread the love

ଓଡିଆ ଭାଷାର ସୁରକ୍ଷା ସହ ସାହିତ୍ୟ -ସଂସ୍କୃତିର ବିକାଶ ପାଇଁ ରାଜ୍ୟ ସରକାର ତଥା ପ୍ରଶାସନ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତିି ଜିଲ୍ଲାପାଳ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଜିଲ୍ଲା ପ୍ରଶାସନ ଓ ଶ୍ରୀକ୍ଷେତ୍ର ପୁସ୍ତକ ମେଳା କମିଟି ପକ୍ଷରୁ ଶରଧାବାଲି ରେ ଆୟୋଜିତ ୨୭ତମ ଵହିମେଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ବର୍ମା , ଇଣ୍ଟରନେଟ ର ଆଶାତୀତ ବିକାଶ ପରେ ମଧ୍ୟ ଓଡ଼ିଆ ଭାଷା ର ସୁରକ୍ଷା ଓ ବିକାଶ ପାଇଁ ପ୍ରତିଟି କବି, ଗାଳ୍ପିକ, ଔପନ୍ୟାସିକ,ଗବେଷକ ସଂକଳ୍ପବଦ୍ଧ ହୋଇ ପାଠକଙ୍କ ପାଇଁ ପୁସ୍ତକ ପ୍ରକାଶ କରୁଛନ୍ତି,ଏହା କମ୍ କଥା ନୁହେଁ ବୋଲି ପ୍ରକାଶ କରିଥିଲେ। ।ମେଳାର ସଭାପତି ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ପୁରୀ ର ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଅତିଥି ଭାବେ ଯୋଗଦେଇ ଲେଖକ ଓ ପ୍ରକାଶକଙ୍କ ମିଳିତ ପ୍ରୟାସ ରେ ଓଡ଼ିଆ ପାଠକମାନଙ୍କ ପାଇଁ ଅଧିକ ରୁ ଅଧିକ ମୂଲ୍ୟବୋଧ ଭିତ୍ତିକ ସାହିତ୍ୟ ସୃଷ୍ଟି ହେବା ଆଜିର ଆବଶ୍ୟକତା ବୋଲି କହିଥିଲେ।

ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉପ ଜିଲ୍ଲାପାଳ ଭବତାରଣ ସାହୁ, ପର୍ଯ୍ୟଟକଙ୍କ ପାଇଁ ଵହିମେଳା ରେ ବିଭିନ୍ନ ଭାଷାର ପୁସ୍ତକ ପ୍ରକାଶନ ସଂସ୍ଥା, ପାଠକଙ୍କୁ ଭଲବହି ଦେବାର ନିବେଦନ ସହ ଆଗାମୀ ଦିନରେ ବହିମେଳାକୁ ଅଧିକ ଆକର୍ଷଣୀୟ କରିବାଲାଗି ପ୍ରଶାସନ ସମସ୍ତ ସହଯୋଗ ଦେବ ବୋଲି ପ୍ରକାଶ କରିଥିଲେ।

ସଂପାଦକ ଚକ୍ରଧର ମହାପାତ୍ରଙ୍କ ପରିଚାଳନା ରେ ଅନୁଷ୍ଠିତ ଏହି ବହିମେଳା ଉତ୍ସବରେ କାର୍ଯ୍ୟକାରୀ ସଭାପତି ଅନାମ ସାହୁ, ଉପସଭାପତି ରାଜକିଶୋର ମିଶ୍ର ଓ ଜଟାଧାରୀ ମିଶ୍ର, ସଂଗଠନ ସଂପାଦକ ପ୍ରସନ୍ନ ମିଶ୍ର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ତଥା ଉପ ନିର୍ଦ୍ଦେଶକ ପର୍ଯ୍ୟଟନ ସରୋଜ ପ୍ରଧାନ ଓ ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ମଞ୍ଚାସୀନ ଥିଲେ। ଏହି ପରିପ୍ରେକ୍ଷୀରେ ଵହିବିଚିତ୍ରା,ଅନାମ ସାହୁ ଙ୍କ ଜାତକ ସମୀକ୍ଷା,ଅଜୟ ପଣ୍ଡା ଙ୍କ ପାଠପଢ-ଦେଶ ଗଢ ଓ ରବିନ୍ଦ୍ରନାଥ ପ୍ରଧାନ ଙ୍କ ପୁସ୍ତକ କୁ ଅତିଥିମାନେ ଉନ୍ମୋଚନ କରିଥିଲେ।ଏହି କାର୍ଯ୍ୟକ୍ରମ ର ପରିଚାଳନା ରେ ପୁଷ୍କର ମହାପାତ୍ର, ପ୍ରଫୁଲ୍ଲ କୁମାର ସାମନ୍ତରାୟ, ବୀରେନ୍ଦ୍ର ମହାନ୍ତି, ରଘୁନାଥ ମହାପାତ୍ର,ସ୍ବାଧିନ ପଣ୍ଡା,ପ୍ରତିମା ମିଶ୍ର, ନାରାୟଣ ନନ୍ଦ,ରଘୁନାଥ ମିଶ୍ର, ବିପିନ ଦଳାଇ, ସୁକାନ୍ତ ପଣ୍ଡା, ସୁରେନ୍ଦ୍ର ମିଶ୍ର, ଭବାନୀ ବଳିଆର ସିଂହ, ଶ୍ରୀକାନ୍ତ ମହାନ୍ତି,ଶ୍ୟାମପ୍ରକାଶ ସେନାପତି, ଗୀତାଞ୍ଜଳି ପଣ୍ଡା,ସୁନିଲ ରଥ ପ୍ରମୁଖ ସହଯୋଗ କରିଥିଲେ।ଏହି ପରିପ୍ରେକ୍ଷୀରେ ବହିମେଳା ର ମୁଖପାତ୍ର ଉନ୍ମୋଚିତ ହୋଇଥିଲା।ଏହି ମେଳା ରେ ରାଜ୍ୟ ଓ ରାଜ୍ୟ ବାହାରୁ ଗ୍ରନ୍ଥ ମନ୍ଦିର, ବିଦ୍ୟାପୁରୀ ଏ.କେ ମିଶ୍ର ଆଣ୍ଡ କୋ, ଚିତ୍ରୋତ୍ପଳା, ସାଇଯମୁନା,ଓଡ଼ିଶା ବୁକ୍ ଷ୍ଟୋର,କଟକ ଲ-ଏଜେନ୍ସି , ଅନୁରାଗ ପବ୍ଲିକେଶନସମେତ ୬୦ଟି ପ୍ରକାଶନ ସଂସ୍ଥା ସହ ୧୪୫ଟି ଷ୍ଟଲ ଯୋଗଦାନ କରିଛନ୍ତି।

ଚନ୍ଦ୍ରବିଜୟୀଙ୍କ କୁଇଜ୍ ସହ ପ୍ରତିଦିନ ସଂଗୀତ -ନୃତ୍ୟ କୁ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପରିବେଷଣ କରିବେ।ଏଥିସହ ପ୍ରତିଦିନ ମେଳା ମଞ୍ଚରେ କବିତା ପାଠୋତ୍ସବ, ସାହିତ୍ୟ ଆଲୋଚନା ଓ ଜନମଞ୍ଚ ଭଳି କାର୍ଯ୍ୟକ୍ରମ କରାଯିବ ବୋଲି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଓ ଵହିମେଳା ର ଗଣମାଧ୍ୟମ ସଂପାଦକ ବଦ୍ରି ମିଶ୍ର ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *