ମହାପ୍ରଭୁଙ୍କ ରଥ ନିର୍ମାଣ ଲାଗି ଫାଶି କାଠ ଦାନ କରିଥିବା ଦାତାମାନଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା

Spread the love

ପୁରୀ,(ନାଗରାଜ ନ୍ୟୁଜ): ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ରେ ମହାପ୍ରଭୁ ଙ୍କ ରଥ ନିର୍ମାଣ ଲାଗି ଫାଶି କାଠ ଦାନ କରିଥିବା ଦାତା ମାନଙ୍କୁ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଛି l ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ , ଗତପତି ମହାରାଜ ଏବଂ ଶ୍ରୀ ମନ୍ଦିର ପରିଚାଳନା କମିଟି ସଦସ୍ୟ ମାନେ ନୀଳାଦ୍ରି ଭକ୍ତ ନିବାସ ଠାରେ ରାଜ୍ୟ ର ବିଭିନ୍ନ ସ୍ଥାନ ରୁ ଆସିଥିବା ଦାତା ମାନଙ୍କୁ ଶ୍ରୀ ଜୀଉ ଙ୍କ ଶ୍ରୀ ଅଙ୍ଗ ଲାଗି ଖଣ୍ଡୁଆ ପାଟ ସହ ମାନ ପତ୍ର ପ୍ରଦାନ କରାଯାଇ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି l ମହାପ୍ରଭୁ ଙ୍କ ରଥଯାତ୍ରା ସମୟରେ ଫାଶି କାଠ ଦାନ କରିଥିବା ସମସ୍ତ ଦାତା ମାନଙ୍କୁ ଜଗପତି ମହାରାଜ ସାଧୁବାଦ ଜଣାଇବା ସହ ଆଗାମୀ ଦିନ ରେ ସମସ୍ତ ଭକ୍ତ ମାନେ ମହାପ୍ରଭୁ ଙ୍କ ଉଦେଶ୍ୟ ରେ ଗୋଟିଏ ଗୋଟିଏ ଗଛ ଲଗାଇଲେ ଆଗାମୀ ଦିନ ରେ ମହାପ୍ରଭୁ ଙ୍କ ରଥ ନିର୍ମାଣ ଲାଗି କାଠ ର କୌଣସି ଅଭାବ ଦେଖା ଦେବନାହିଁ ବୋଲି କହିଥିଲେ l ତେବେ ମହାପ୍ରଭୁ ଙ୍କ ଏହି ମହାନ କାର୍ଯ୍ୟ ରେ ଫାଶି କାଠ ଦାନ କରି ନିଜକୁ ଧନ୍ୟ ମାନେ କରିଛନ୍ତି ଦାତା ମାନେ l ଆଗାମୀ ଦିନ ରେ ମଧ୍ୟ ଏହି ମହାନ କାର୍ଯ୍ୟ ଲାଗି ପ୍ରତେକ ଜଗନ୍ନାଥ ପ୍ରେମୀ ନିଜ ନିଜ ବାଡ଼ି ରେ ଫାଶି କାଠ ଲଗାଇ ରଥ ନିର୍ମାଣ କାର୍ଯ୍ୟ ରେ ସାମିଲ ହେବା ଲାଗି ମତ ରଖିଛନ୍ତି ଫାଶି କାଠ ଦାନ କରିଥିବା ଦାତା ମାନେ l

Leave a Reply

Your email address will not be published. Required fields are marked *