ଉତ୍କଳ ମାଟିରେ ଠାକୁର ଶ୍ରୀ ଶ୍ରୀ ଅନୁକୂଳ ଚନ୍ଦ୍ରଙ୍କ ପଦାର୍ପଣ ସ୍ମୃତିର ପୁଲକ ଆଜି ପ୍ରତ୍ୟେକଙ୍କ ପ୍ରାଣକୁ ଭକ୍ତି ରସାଣିତ କରିଛି: ମୁଖ୍ୟମନ୍ତ୍ରୀ

Spread the love

ପୁରୀ,(ନାଗରାଜ ନ୍ୟୁଜ): ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ଆଜକୁ ଶହେ ଏକ ବର୍ଷ ତଳେ ୧୯୨୩ ମସିହା ଜାନୁଆରୀ ୨ ତାରିଖ ଦିନ ବିଶ୍ଵର ଅନନ୍ୟ ଆଧ୍ୟାତ୍ମିକ ପୀଠ ଉତ୍କଳର ପୁରୀ ମାଟିରେ ପଦାର୍ପଣ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି। ଆଜି ପୂର୍ବାହ୍ନରେ ତାଳବଣିଆ ସ୍ପୋର୍ଟ କମ୍ଲେକ୍ସ ଠାରେ ଠାକୁର ଅନୁକୁଳଚନ୍ଦ୍ର ଙ୍କ ଉତ୍କଳ ଆଗମନି ଶତ ବର୍ଷ ପୂର୍ତ୍ତି ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଣ୍ରୀ ପଟ୍ଟନାୟକ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପିତା ଜାନକୀ ନାଥ ବୋଷ ଓ ମାତା ପ୍ରଭାବତୀ ଦେବୀ ଙ୍କ ଆମନ୍ତ୍ରଣ ଓ ଅନୁରୋଧ କ୍ରମେ ଶ୍ରୀ ଶ୍ରୀ ଠାକୁର ଭକ୍ତ ଓ ପାର୍ଷଦ ମାନଙ୍କ ମେଳରେ ପଦାର୍ପଣ କରି ମାସାଧିକ କାଳ ତାଙ୍କର ଦିବ୍ୟ ଲୀଳାରେ ସଭିଙ୍କୁ ଆକର୍ଷିତ କରିଥିଲେ। ଉତ୍କଳ ମାଟିରେ ପୁରୁଷୋତ୍ତମ ଙ୍କର ସେହି ପଦାର୍ପଣ ସ୍ମୃତି ର ପୁଲକ ଆଜି ପ୍ରତି ପ୍ରତ୍ୟେକଙ୍କ ପ୍ରାଣକୁ ଭକ୍ତି ରସାଣିତ କରିଛି ବୋଲି କହିଥିଲେ।ମୁଖ୍ୟ ବକ୍ତା ଭାବେ ସୁପ୍ରିମକୋର୍ଟ ର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ର କର୍ମ କରିବା ଆମର ଅଧିକାର।ଭାଗ୍ୟ ଓ ଫଳ ପ୍ରଭୁ ଙ୍କୁ ସମର୍ପଣ କରିବା ଉଚିତ ବୋଲି କହିଥିଲେ। ଠାକୁରଙ୍କ ଉତ୍କଳ ଆଗମନର ଶହେ ବର୍ଷ ପୂର୍ତ୍ତି ସମସ୍ତଙ୍କୁ ସତକର୍ମ ଓ ନିଷ୍ଠାବାନ ହେବାକୁ ପ୍ରେରଣା ଦେବ ବୋଲି ସେ କହିଥିଲେ। ବିଧାୟକ ଦେବୀ ପ୍ରସାଦ ମିଶ୍ର ପରମ ପ୍ରେମମୟ ଠାକୁର ନିଜ କାର୍ଯ୍ୟ କଳାପ,ଜୀବନୀ ଓ ଆଦର୍ଶ ର ଯେଉଁ ବାର୍ତ୍ତା ଦେଇଛନ୍ତି ତାହା ମାନବ ଜାତିକୁ ସଂସ୍କାର ଓ ସୁସ୍ଥ ସମାଜ ପାଇଁ ମାର୍ଗଦର୍ଶନ କରାଇ ଚାଲିଥିବ ବୋଲି କହିଥିଲେ।ଉତ୍କଳ ଆଗମନୀର ସ୍ୱାଗତ ସଙ୍ଗୀତ ସମାବେଶରେ ପ୍ରଦର୍ଶନ କରାଯାଇଥିଲା।ଏଥିରେ ସତସଙ୍ଗ ସହ ସମ୍ପାଦକ ପ୍ରତି ରିତ୍ବିକ୍ ଡ଼ା. ବିନାୟକ ମହାପାତ୍ର ଅଧ୍ୟକ୍ଷତା କରିଥିଲେ। ଏଥିରେ ସତସଙ୍ଗ ଦେଓଘର ପ୍ରଚାର କମିଟିର ଉପାଧ୍ୟକ୍ଷ ଯତୀନ୍ଦ୍ରନାଥ ମହାନ୍ତି, ଆୟକର ବିଭାଗର ପୂର୍ବତନ ମହା ନିର୍ଦ୍ଦେଶକ ତଥା ଉତ୍ସବ କମିଟିର ସଭାପତି ଡ଼. ନୃସିଂହ ପ୍ରସାଦ ତ୍ରିପାଠୀ ଯୋଗ ଦେଇଥିଲେ।

ଉତ୍ସବ କମିଟିର ସମ୍ପାଦକ ଡମ୍ବରୁଧର ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଉତ୍କଳ ଆଗମନୀ ସ୍ମୃତି କମିଟି ତରଫରୁ ଆୟୋଜିତ ଏହି ବିଶାଳ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ପ୍ରତ୍ୟୁଷ ରୁ ବେଦ,ମାଙ୍ଗଳିକ, ନହବତ, ଉଷା କୀର୍ତ୍ତନ, ଉଷା ବିନତୀ ପ୍ରାର୍ଥନା ଓ ସଦ୍ ଗ୍ରନ୍ଥାଦି ପାଠ ପରେ ସକାଳ ୭:୩୦ ମିନିଟ୍ ସମୟରେ ଉତ୍ସବ ର ଉଦଘାଟନୀ ସମାବେଶ ଅନୁଷ୍ଠିତ ହୋଇଥିଲା। ଉତ୍ସବ କମିଟି ର ସମ୍ପାଦକ ତଥା ସହ ପ୍ରତିରିତ୍ବିକ ଡମ୍ବରୁଧର ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ସମାବେଶରେ ଉଦଘାଟକ ଭାବେ ସ୍ଥାନୀୟ ବିଧାୟକ ଜୟନ୍ତ କୁମାର ଷଢଙ୍ଗୀ ଯୋଗଦେଇ ଏହି ମହୋତ୍ସବ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଡ଼.ସୁରେଶ ଚନ୍ଦ୍ର ଦଳାଇ ଉପସ୍ଥିତ ଥିଲେ । ବିଶିଷ୍ଟ ଅତିଥି ଭାବେ ବରୀ ବିଧାୟିକା ସୁନନ୍ଦା ଦାସ, ସତସଙ୍ଗ ଦେଓଘର ର ସହ ସମ୍ପାଦକ ଶିବାନନ୍ଦ ପ୍ରସାଦ, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ,ପୁରୀ ପୌର ପାଳିକା ର ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । ପ୍ରାରମ୍ଭ ରେ . ଓଏୟୁଟି ବୈଷୟିକ ବିଶ୍ୱ ବିଦ୍ୟାଳୟର ପ୍ରାକ୍ତନ ଡିନ୍ ତଥା ଉତ୍ସବ କମିଟିର ଉପସଭାପତି ଡ଼. ହୃଷିକେଶ ସେନାପତି ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ସକାଳ ୮:୩୦ ମିନିଟ୍ ସମୟରେ ପୁରୀ ଠାକୁରବାଡି ପରିସରରୁ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ହଜାର ହଜାର ଭକ୍ତ ଶ୍ରଦ୍ଧାଳୁଙ୍କ ମେଳରେ ରଥାରୂଢ଼ ଶ୍ରୀ ଶ୍ରୀ ଠାକୁର, ଶ୍ରୀ ଶ୍ରୀ ବଡ଼ମା ଓ ପରମ୍ ପୁଜ୍ୟପାଦ ଶ୍ରୀ ଶ୍ରୀ ବଡ଼ଦା ଙ୍କର ଶ୍ରୀବିଗ୍ରହକୁ ବିଶାଳ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରା ମଧ୍ୟରେ ଉତ୍ସବ ସ୍ଥଳକୁ ନିଆ ଯାଇଥିଲା। ଏହି ଅବସରରେ ଏକ ବିଶାଳ ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଥିଲା। ଏତଦ୍ ଭିନ୍ନ ଏକ ଆଲୋକ ଚିତ୍ର ପ୍ରଦର୍ଶନୀ ଉଦଘାଟିତ ହୋଇଥିଲା। ଶ୍ରୀ ଶ୍ରୀ ଠାକୁର, ଶ୍ରୀ ଶ୍ରୀ ବଡମା, ଶ୍ରୀ ଶ୍ରୀ ବଡ଼ଦା, ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ଦାଦା ଓ ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ଆଚାର୍ଯ୍ୟଦେବଙ୍କର ଉତ୍କଳ ଆଗମନୀ ର ସ୍ମୃତିକୁ ବହନ କରୁଥିବା ବିଭିନ୍ନ ବିରଳ ଫଟୋ ଏହି ଆଲୋକ ଚିତ୍ର ପ୍ରଦର୍ଶନୀରେ ସ୍ଥାନିତ ହୋଇଥିବା ଦେଖିବାକୁ ମିଳିଥିଲା। ଏହି ଉତ୍ସବଟିକୁ ସହ ପ୍ରତିଋତ୍ବିକ ନିରଞ୍ଜନ ବେହେରା, ଡ. ବିଜୟ କୁମାର ନାୟକ, ପ୍ରଫେସର କେଦାରନାଥ ମହାନ୍ତି. ବି ଆଶିଷ କୁମାର ସୁବୁଦ୍ଧି,ସ୍ବାଧୀନ କୁମାର ଦାଶ, ଅରୁଣ କୁମାର ସାହୁ, ବୀରକିଶୋର ସାହୁ,ସ୍ବାଇଁଶ୍ରୀ ନ୍ରୁସିଂହ ଶ୍ରୀଚନ୍ଦନ, ଡ.ନନ୍ଦକିଶୋର ପ୍ରଧାନ, ଅଭୟ ପରିଡା,ରତନଲାଲ ଭୂୟାଁଙ୍କ ସମେତ ବହୁ କର୍ମୀ ମାନଙ୍କର ଉଦ୍ୟମ ଯୋଗୁ ଅତ୍ୟନ୍ତ ସଫଳତାର ସହିତ ସମ୍ପନ୍ନ ହୋଇଥିଲା।

Leave a Reply

Your email address will not be published. Required fields are marked *