ଜିଲ୍ଲାସ୍ତରୀୟ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ

Spread the love

କଟକ,(ନାଗରାଜ ନ୍ୟୁଜ): ଜିଲ୍ଲା ସ୍ତରୀୟ ବାର୍ଷିକ କ୍ରୀଡା ଓ ଖେଳ କୁଦ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଖାନ ନଗର ହାଇସ୍କୁଲ ଠାରେ ଅନୁଷ୍ଠିତ ଉଦଯାପନ ଉତ୍ସବରେ କଟକ ଜିଲ୍ଲା ପରିଷଦ ର ଅଧକ୍ଷ କିଶୋର ଚନ୍ଦ୍ର ମିଶ୍ର ମୁଖ୍ୟ ଅତିଥି ଭାବରେ ଏବଂ ଜିଲ୍ଲାପାଳ ଡକ୍ଟର ଭବାନୀ ଶଙ୍କର ଚଇନି ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ କୃତି ପ୍ରତି ଯୋଗୀ ଏବଂ ଦଳ ମାନଙ୍କୁ ସାର୍ଟିଫିକେଟ ଓ ଟ୍ରଫି ପ୍ରଦାନ କରିଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ କୃଷ୍ଣ ଚନ୍ଦ୍ର ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡକ୍ଟର ସନ୍ତୋଷ କୁମାର ରାଉତ, ଶ୍ରୀମତୀ ସୋନମିକା ରାୟ ଦିପ୍ତିମୟୀ ସୁଭ୍ଦର୍ଷିନି, ଆଇ ପି ସୌଦାମିନୀ ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଜିଲ୍ଲା ବିଜ୍ଞାନ ପରିଦର୍ଶକ ଅକ୍ଷୟ କୁମାର ନନ୍ଦ ପୁରସ୍କାର ବିତରଣ କାର୍ଯ୍ୟକୁ ସଂଚାରଣ କରିଥିଲେ। ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ଷଡଙ୍ଗୀ ଅତିଥି ପରିଚୟ ପ୍ରଦାନ କରିବା ସଙ୍ଗେ ମଞ୍ଚ ପରିଚାଳନା କରିଥିଲେ। ପ୍ରଧାନ ଶିକ୍ଷକ ଚୌଧୁରୀ ରମାକାନ୍ତ ପ୍ରହରାଜ, ସୁକାନ୍ତ କୁମାର ଷଡଙ୍ଗୀ, ମିହିର କୁମାର ପରିଡ଼ା,ଡକ୍ଟର ସୁଜାତା ମହାପାତ୍ର, ଦିପ୍ତିବାଲା ସାହୁ, ତପସ୍ଵିନୀ ଦାସ, ଅସୀମା ମହାପାତ୍ର, ବିଶ୍ଵ ବିହାରୀ ଜେନା, ବିଶ୍ୱଜିତ୍ ପଟ୍ଟନାୟକ ଜୟ ଧର୍ମ ସେନାପତି ପ୍ରମୁଖ କାର୍ଯ୍ୟ କ୍ରମ ସଫଳତାରେ ସହ ଯୋଗ କରିଥିଲେ । ଶେଷରେ ରେଭେନ୍ସା କଲିଯିଏଟ ସ୍କୁଲର ପ୍ରଧାନ ଶିକ୍ଷକ ଡକ୍ଟର ଅନୁସ୍ମିତା ସ୍ଵାଇଁ ଧନ୍ୟବାଦ୍ ଅର୍ପଣ କରିଥିଲେ।ଏକ ସପ୍ତାହବ୍ୟାପି ଚାଲିଥିବା ଏହି କ୍ରୀଡା ଉତ୍ସବ ରେ ବିଭିନ୍ନ ବ୍ଲକ ରୁ 22 ଗୋଟି ବିଭାଗ ରେ ଅଂଶଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀ ଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା!

Leave a Reply

Your email address will not be published. Required fields are marked *