ସିଟି କଲେଜରେ ଜାତୀୟ ଯୁବ ଦିବସ

Spread the love

କଟକ,(ନାଗରାଜ ନ୍ୟୁଜ): ରାଜା ବଗିଚା ସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସ୍ମାରକୀ ସିଟି ମହାବିଦ୍ୟାଳୟରେ ଆଜି ଜାତୀୟ ଯୁବ ଦିବସ ଏବଂ ସ୍ଵାମୀ ବିବେକାନନ୍ଦଙ୍କ ର v ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଭାରତ ସରକାର ସ୍ଵାମୀ ବିବେକା ନନ୍ଦ ଙ୍କ ଯୁବ ଶକ୍ତିକୁ ଶୃଙ୍ଖଲିତ ଓ ସଙ୍ଗଠିତ କରିବା ପାଇ ପ୍ରତି ବର୍ଷ ଜାନୁଆରୀ 12 ତାରିଖ ଦିନ ସ୍ଵାମୀ ବିବେକାନନ୍ଦ ଙ୍କ ର ଜନ୍ମ ଦିବସକୁ ଜାତୀୟ ଯୁବ ଦିବସ ପାଳନ ପାଇଁ ନିଷ୍ପତି ଗ୍ରହଣ କରାଯାଇଛି।ଆଜି ଏହି ଅବସରରେ ନେତାଜୀ ସିଟି କଲେଜ ଠାରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦୃଢସଂକଳ୍ପ ଯୁବା -ଏକ ଶକ୍ତିଶାଳୀ ଭାରତ ‘ଶୀର୍ଷକ ବକ୍ତୃତା ପ୍ରତିଯୋଗିତା ବକ୍ତୃତା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିବେକାନନ୍ଦ କେନ୍ଦ୍ର, କନ୍ୟାକୁମାରୀ, କଟକ କଲେଜ ଛକ ଶାଖାର ସଭ୍ୟା ରଶ୍ମିତା, ବସନ୍ତ ପଟ୍ଟନାୟକ ଓ ନବ କିଶୋର ଦାସ ଯୋଗ ଦେଇ କହିଲେ ଯୁବକ ମାନଙ୍କୁ ଶ୍ରୁଙ୍ଖଳିତ୍ ସଂଗଠିତ ଏବଂ ସେମାନଙ୍କର ଚରିତ୍ର ଗଠନ ପାଇଁ ସ୍ଵାମୀ ବିବେକାନନ୍ଦ ଯେଉଁ ମାର୍ଗ ଦର୍ଶନ ଦେଇ ଯାଇଛନ୍ତି ସେହି ମାର୍ଗ ଦର୍ଶନକୁ ଯୁବ ଶକ୍ତି ଅନୁକରଣ କରିପାରିଲେ ତାହା ହେବ ସ୍ବାମୀ ବିବେକାନନ୍ଦ ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି। ଅଧ୍ୟକ୍ଷ ଡଃ ସରୋଜ ଦେଓଭଞ୍ଜ ପ୍ରତିଯୋଗୀ ଛାତ୍ରଛାତ୍ରୀ ଓ ଅତିଥିମାନଙ୍କୁ ସ୍ଵାଗତ କରି ଯୁବ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଇତିହାସ ବିଭାଗର ମୁଖ୍ୟ ପ୍ରାଧ୍ୟାପକ ଡଃ ଧରଣୀଧର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରାଧ୍ୟାପକ ଡଃ ସନ୍ତୋଷ କୁମାର ସାମଲ ଓ ଅଧ୍ୟାପିକା ଅନନ୍ୟା ଅସ୍ମିତା ବିଚାରକ ଭାବେ ଯୋଗ ଦେଇଥିଲେ। କନ୍ୟାକୁମାରୀ ବିବେକାନନ୍ଦ କେନ୍ଦ୍ରର ଉପସଭାପତି ଶ୍ରୀ ହନୁମନ୍ତ ରାଓ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଭାରତୀୟ ଧର୍ମ, ସଂସ୍କୃତି ଓ ସ୍ଵାଧୀନତା ସଂଗ୍ରାମକୁ ସ୍ଵାମୀ ବିବେକାନନ୍ଦଙ୍କ ଅବଦାନ ସଂପର୍କରେ ଆଲୋଚନା କରିଥିଲେ।

କନ୍ୟାକୁମାରୀ ବିବେକାନନ୍ଦ କେନ୍ଦ୍ରର ଉପସଭାପତି ଶ୍ରୀ ହନୁମନ୍ତ ରାଓ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଭାରତୀୟ ଧର୍ମ, ସଂସ୍କୃତି ଓ ସ୍ଵାଧୀନତା ସଂଗ୍ରାମକୁ ସ୍ଵାମୀ ବିବେକାନନ୍ଦଙ୍କ ଅବଦାନ ସଂପର୍କରେ ଆଲୋଚନା କରିଥିଲେ। ବକ୍ତୃତା ପ୍ରତିଯୋଗିତାରେ ପ୍ରଜ୍ଜଳିତା ବସ୍ତିଆ ଓ ସୋନାଲୀନ ଶତପଥି ଯୁଗ୍ମ ପ୍ରଥମ, ମାଧୁରୀ ପରିଡା ଓ ସୁଶୀଲ ମିଶ୍ର ଯୁଗ୍ମ ଦ୍ଵିତୀୟ ଏବଂ ସୌରଭ ମାଲିକ ତୃତୀୟ ସ୍ଥାନ ଅଧିକାର କରି ବିବେକାନନ୍ଦ କେନ୍ଦ୍ର ତରଫରୁ ପ୍ରମାଣପତ୍ର ସହ ପୁରସ୍କାର ଲାଭ କରିଥିଲେ। ଅଧ୍ୟାପକ ଡଃ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *