ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ଘେରାଉ

Spread the love

କଟକ,(ନାଗରାଜ ନ୍ୟୁଜ): ଶିକ୍ଷକଯୋଗ୍ୟତା ପରୀକ୍ଷାରେ ଆକୃତ୍ କାର୍ଯ୍ୟ ହୋଇଥିବା ଶହ ଶହ ଶିକ୍ଷକ ମାନେ ଆଜି ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ କୁ ଘେରାଉ କରିଛନ୍ତି। ଚଳିତ ମାସ 9 ତାରିଖ ଦିନ ଯୋଗ୍ୟତା ଶିକ୍ଷକ ମାନଙ୍କର ତାଲିକା ପ୍ରକାଶ ପାଇଥିଲା। ସେହି ତାଲିକାରେ ଶହ ଶହ ଶିକ୍ଷକ ବାଦ୍ ପଡ଼ିଥିଲେ। ସେହି ଶିକ୍ଷକ ମାନଙ୍କର ଅବସର ନେବା ପାଇଁ ମାତ୍ର ତିନି ଚାରି ବର୍ଷ ବାକି ରହିଛି।ଶିକ୍ଷକ ମାନେ ଅଭିଯୋଗ କରିଛନ୍ତି ଯେ ଶିକ୍ଷକ ଯୋଗ୍ୟତା ପରୀକ୍ଷାରେ ପ୍ରଶ୍ନ ପତ୍ର ରେ ବହୁତ୍ ତ୍ରୁଟି ଥିଲା। ଶିକ୍ଷକ ମାନେ ସଠିକ୍ ଉତ୍ତର ଦେଇ ଥିଲେ ମଧ୍ୟ ସେମାନଙ୍କ ଯୋଗ୍ୟତା ଭାବରେ ଗ୍ରହଣ କରାଗଲା ନାହିଁ।ତେଣୁ ବୋର୍ଡ କର୍ତ୍ତ୍ରୁ ପକ୍ଷ ଗ୍ରେସ୍ ମାର୍କ ଦେଇ ସେମାନଙ୍କୁ ଯୋଗ୍ୟ ଶିକ୍ଷକ ଭାବରେ ଘୋଷଣା କରନ୍ତୁ। ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଶହ ଶହ ଶିକ୍ଷକ ମାନେ ଆଜି ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟକୁ ଘେରାଉ କରିଥିଲେ ଏବଂ ଧାରଣା ମଧ୍ୟ ଦେଇଥିଲେ। ଶିକ୍ଷା ପରିଷଦ ର କୌଣସି କର୍ମଚାରୀଙ୍କୁ ପ୍ରବେଶ କରିବାକୁ ଦେଇ ନଥିଲେ। ଗତ କିଛି ମାସ ପୂର୍ବେ ଓ ଟି ଇ ଟି ପରୀକ୍ଷା ହୋଇଥିଲା। ଶିକ୍ଷକ ଯୋଗ୍ୟତା ପରୀକ୍ଷାରେ ବହୁ ଶିକ୍ଷକ ମାନେ ଅକୃତ୍ କାର୍ଯ୍ୟ ହୋଇଛନ୍ତି ତେଣୁ ଏମାନେ ଅବସର ନେବା ପୂର୍ବରୁ ଶିକ୍ଷକ ଯୋଗ୍ୟତା ଘୋଷଣା କରାଯାଉ ବୋଲି ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *