ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁ ନିଖୋଜ, ମଙ୍ଗଳାବାଗ ଥାନାରେ ଏତଲା

Spread the love

କଟକ,(ନାଗରାଜ ନ୍ୟୁଜ): ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁ ନିଖୋଜ ହୋଇଯାଇଛନ୍ତି। ରାଜଶ୍ରୀ ନିଖୋଜ ହୋଇଥିବା ନେଇ କଟକ ମଙ୍ଗଳାବାଗ ଥାନାରେ ତାଙ୍କ କୋଚ୍ ଏତଲା ଦେଇଛନ୍ତି । ରାଜଶ୍ରୀ ୧୧ ତାରିଖରୁ ନିଖୋଜ ହୋଇଥିବା ନେଇ ଏତଲାରେ ସେ ଉଲ୍ଲେଖ କରିଛନ୍ତି। ମହିଳା ସିନିୟର ଦଳରେ ରାଜଶ୍ରୀ ଖେଳୁଥିଲେ। ୨୫ ଜଣିଆ ଟିମ୍ ସହ ରାଜଶ୍ରୀ କଟକ ବଜ୍ରକବାଟିରେ ଥିବା ଏକ ହୋଟେଲରେ ରହୁଥିଲେ। ସେଠାରେ ରହି ସେ ପ୍ରଶିକ୍ଷଣ ଶିବିରରେ ଯୋଗ ଦେଉଥିଲେ। ଗତ ୧୧ ତାରିଖରେ ରାଜଶ୍ରୀ ହୋଟେଲରୁ ବାହାରି ଯାଇଥିଲେ। ହେଲେ ପ୍ରଶିକ୍ଷଣ ଶିବିରରେ ପହଞ୍ଚି ନଥିଲେ। ଦୀର୍ଘ ସମୟ ଧରି ପ୍ରଶିକ୍ଷଣ ଶିବିରରେ ନ ପହଞ୍ଚିବାରୁ କୋଚ୍ ତାଙ୍କୁ ଫୋନ୍ କରିଥିଲେ। ହେଲେ ତାଙ୍କ ଫୋନ୍ ଲାଗି ନଥିଲା। ଏନେଇ ରାଜଶ୍ରୀଙ୍କୁ ବହୁତ ଖୋଜାଖୋଜି କରାଯାଇଥିଲେ ମଧ୍ୟ ତାଙ୍କ ପତ୍ତା ମିଳି ନଥିଲା। ଶେଷରେ ତାଙ୍କ କୋଚ୍ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିଲେ । ଅନ୍ୟପକ୍ଷରେ ରାଜଶ୍ରୀଙ୍କ ମୃତ ଶରୀର ଓ ବାଇକ୍ ହେଲମେଟ୍ ଆଠଗଡ଼ ଓରନ୍ଦା ଜଙ୍ଗଲରୁ ମିଳିଛି।

Leave a Reply

Your email address will not be published. Required fields are marked *