ସ୍ୱଚ୍ଛତା ଅଭିଯାନ ମାଧ୍ୟମରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ

Spread the love

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ଦେଓଗାଁ ଗ୍ରାମ ପଂଚାୟତର ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ଆନୁକୂଲ୍ୟରେ ଆଜି ଅପରାହ୍ନ ରେ ଏଠାରେ ଏକ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ସରକାରୀ ଉଚ୍ଚ ବିଦ୍ୟାଳୟ ଦେଓଗାଁ, କପିଳାଶ ପରିସର ମଧ୍ୟରେ ଉକ୍ତ ବିଦ୍ୟାଳୟରସମର ଶିକ୍ଷାର୍ଥୀ ବାହିନୀ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱଚ୍ଛତା ଅଭିଯାନ ମାଧ୍ୟମରେ ସଫେଇ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ଉକ୍ତ କାର୍ଯ୍ୟକ୍ରମରେ ଦେଓଗାଁ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରର ମୂଖ୍ୟ ଚିକିତ୍ସାଧିକାରୀ ଡା ଶୁଭଲକ୍ଷ୍ମୀ ମହାପାତ୍ର ଫାର୍ମାସିଷ୍ଟ ପ୍ରଜ୍ଞାଞ୍ଜଳି ଦେବୀ ଆରୁଷି ଧୀର ଓ ଅନ୍ୟ କର୍ମଚାରୀ ତଥା ଉକ୍ତ ବିଦ୍ୟାଳୟରପ୍ରଧାନ ଶିକ୍ଷକ ଙ୍କ ସମେତ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହିଥିଲେ ଚଳିତ ମାସ୧୧ତାରିଖରେ ଉକ୍ତ ସ୍ୱଚ୍ଛତା ଉପରେ ଅନୁଷ୍ଠିତ ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରି ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ଙ୍କୁ ଦେଓଗାଁ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ପକ୍ଷରୁ ମୁଖ୍ୟ ଚିକିସ୍ତାଅଧିକାରୀ ପୁରସ୍କାର ପ୍ରଦାନ କରିଥିଲେ .

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *