ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରକାଶିତ ତାଲିକାକୁ ନେଇ ସମଗ୍ର ବ୍ଲକରେ ତୀବ୍ର ଅସନ୍ତୋଷ, ବ୍ଲକ କାର୍ଯ୍ୟାଳୟରେ ପଡିଲା ତାଲା

Spread the love

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ସଦ୍ୟ ପ୍ରକାଶିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାହିତାଧିକାରୀ ଲିଷ୍ଟ କୁ ନେଇ ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକରେ ଦେଖାଦେଇଛି ତୀବ୍ର ଅସନ୍ତୋଷ ଯାହାର ଫଳ ସ୍ୱରୂପ ଆଜି କିଛି ପୁରୁଷ ଓ ମହିଳା ମିଳିତ ଭାବେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ସହିତ ଗ୍ରୀଲରେ ତାଲା ପକାଇ ଦେଇଥିଲେ ଯାହା ଫଳରେ କିଛି ସମୟ ପାଇଁ ପରିସର ମଧ୍ୟରେ ଉତେଜେନା ଦେଖିବାକୁ ମିଳିଥିଲା,ଘଟଣାରୁ ସ୍ପଷ୍ଟ ସରକାର ଙ୍କ ପକ୍ଷରୁ ଯେଉଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯେଉଁ ହିତାଧିକାରୀ ମାନଙ୍କର ନାମ ପ୍ରକାଶିତ ହୋଇଛି ତାହାକୁ ନେଇ ଏଇ ହୋ ହାଲା ପୁର ପଲି ଠାରୁ ଆରମ୍ଭ କରି ପଂଚାୟତଓ ବ୍ଲକ ପର୍ଯ୍ୟନ୍ତ ଲାଗିରହିଛି କାରଣ ଉକ୍ତ ପ୍ରକାଶିତ ଲିଷ୍ଟରେ ସର୍ଭେ ସମୟରେ ଯେଉଁ ହିତାଧିକାରୀ ମାନଙ୍କର ନାମକୁ ପ୍ରଶାସନିକ ଅଧିକାରୀ ମାନେ ନାମ ଗୁଡିକୁ ପଞ୍ଜିକରଣ କରିଥିଲେ ତନ୍ମଧ୍ୟରୁ ସଦ୍ୟ ପ୍ରକାଶିତ ତାଲିକାରୁ ସେମାନଙ୍କର ନାମ ଗୁଡିକ ବାଦ କରାଯାଇ ଥିବା ସ୍ଥଳେ ଅନେକ ଅଯୋଗ୍ୟ ହିତାଧିକାରୀ ମାନଙ୍କର ନାମ ଉକ୍ତ ତାଲିକାରେ ସାମିଲ ଥିବାକୁ ନେଇ ଏହି ଅସନ୍ତୋଷ ଦେଖାଦେଇଛି ବିଶେଷ କରି ଷଡଙ୍ଗୀ ଗ୍ରାମ ପଞ୍ଚାୟତରେ ସର୍ବେ ତାଲିକାରୁ ପ୍ରାୟ ଅଧାରୁ ଅଧିକ ଯୋଗ୍ୟ ହିତାଧିକାରୀ ମାନଙ୍କର ନାମ ଉକ୍ତ ପ୍ରକାଶିତ ତାଲିକାରୁ ବାଦ ପଡ଼ିଥିବାରୁ ତାହାକୁ ନେଇ ଆଜି ଉକ୍ତ ପଂଚାୟତର ମହିଳା ଓ ପୁରୁଷ ପ୍ରଥମେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହିତ ଗ୍ରୀଲରେ ଦୀର୍ଘ ସମୟ ଧରି ତାଲା ପକାଇ ଦେଇଥିଲେ ଏହାକୁ ଦେଖି ବ୍ଲକରେ ଉପସ୍ଥିତ ଅନ୍ୟ ପଂଚାୟତର ହିତାଧିକାରୀମନେ ଏହାକୁ ସମର୍ଥନ ଜଣାଇତାଙ୍କ ସହିତଧାରଣାରେ ସାମିଲ ହୋଇଥିବାର ଦେଖିବାକୁ ମିଳିଥିଲା ଏଠାରେ ଗହଳି ବହୁ ମାତ୍ରାରେ ବଢିଯିବାରୁ ଗଁଦିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶାନ୍ତି ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିଥିଲା, ଅପର ପକ୍ଷରେ ଏଠାରେ ଉପସ୍ଥିତ ଜନସାଧାରଣ ଅଭିଯୋଗ କରିଛନ୍ତି ଯେ ଯେତେବେଳେ ସର୍ଭେ ପ୍ରତି ଗ୍ରାମରେ କରାଗଲା ସେତେବେଳ ପର୍ଯ୍ୟନ୍ତ ସବୁ ଠିକ ଥିଲା ପରେ କିପରି ସେମାନଙ୍କର ନାମ ଉକ୍ତ ପ୍ରକାଶିତ ତାଲିକାରୁ କଟିଗଲା ବୋଲି ସେହି ଯୋଗ୍ୟ ହିତାଧିକାରୀ ମାନେ ପ୍ରଶ୍ନ କରିଛନ୍ତି ସେହିପରି ଅନେକ ବ୍ୟକ୍ତି କୁହନ୍ତି ସର୍ଭେ ସମୟରେ ବ୍ଲକର କିଛି ଅଧିକାରୀ ମାନଙ୍କର ତାଲିକା ପ୍ରସ୍ତୁତ କରିବା ସମୟରେ ଏକର ସେକର କରିବାରେ ହାତ ଥିବାର ମତ ପ୍ରକାଶ କରୁ ଥିବାର ଦେଖିବାକୁ ମିଳିଥିଲା .

ସେହିପରି ଉକ୍ତ ବ୍ଲକର୨୯ଗୋଟି ପଂଚାୟତମଧ୍ୟରୁ ହାତ ଗଣତି କେତୋଟି ପଂଚାୟତଗୁଡିକରେ ସର୍ବେସମୟ ପ୍ରସ୍ତୁତ ତାଲିକା ସହିତ ପ୍ରକାଶିତ ତାଲିକା ଠିକ ଥିବା ବେଳେ ଅନ୍ୟ କେତେକ ପଂଚାୟତଗୁଡିକରେ ସର୍ଭେ ସମୟର ପ୍ରସ୍ତୁତ ତାଲିକା ରେ ଥିବା ନାମ ପ୍ରକାଶିତ ତାଲିକାରୁ ଅନେକ ନାମ ବାଦ ପଡ଼ିବାକୁନେଇ ଅନେକ ନବ ନିର୍ବାଚିତ ଜନ ପ୍ରତିନିଧି ମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଖବର ପାଇ ଗଁଦିଆ ଗୋଷ୍ଠି ଉନ୍ନୟନ ଅଧିକାରୀ ତୁରନ୍ତ ଗଁଦିଆ ବ୍ଲକ କାର୍ଯ୍ୟାଳୟ ଠାରେ ପହଁଚି ଥିଲେ,ପୂର୍ବରୁ ସେଠାରେ ଉପସ୍ଥିତ ଜନତା ତାଙ୍କୁ ଘେରି ଯାଇଥିଲେ ସେ ଲୋକ ମାନଙ୍କୁ ବୁଝା ସୁଝା କରିବା ପରେ ଉପସ୍ଥିତ ମହିଳା ଓ ପୁରୁଷ ମାନେ ଶାନ୍ତ ପଡ଼ିବା ସହିତ ତାଲା ଖୋଲିବା ସହିତ ଧାରଣରୁ ହଟିଥିଲେ ଏହି ଘଟଣା ସମ୍ପର୍କରେ ଗୋଷ୍ଠି ଉନ୍ନୟନ ଅଧିକାରୀ କୁହନ୍ତି ଯେଉଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାତାଲିକା ପ୍ରକାଶିତ ହୋଇଛି ତାହା ଫାଇନାଲ୍ର ନୁହେ ଏହା ସମ୍ଭାବ୍ୟ ତାଲିକା ଅଟେ ପ୍ରକାଶିତ ତାଲିକାରେ ଯଦି କୌଣସି ଅଯୋଗ୍ୟ ହିତାଧିକାରୀ ଙ୍କର ନାମ ରହିଛି ତାହାଲେ ପଂଚାୟତଓ ବ୍ଲକ ତଥା ଅନ ଲାଇନ ମାଧ୍ୟମରେ ସେହି ଅଯୋଗ୍ୟ ହିତାଧିକାରୀଙ୍କ ନାମ କୁ ତାଲିକାରୁ ବାଦ ଦେବା ପାଇଁ ଅଭିଯୋଗ କଲେ ତଦନ୍ତ କରାଯାଇ ସେହି ଅଯୋଗ୍ୟ ହିତାଧିକାରୀଙ୍କ ନାମ ତାଲିକାରୁ ବାଦ ଦେଇ ଅପେକ୍ଷା ରେ ଥିବା ଯୋଗ୍ୟ ହିତାଧିକାରୀ ଙ୍କର ନାମକୁ ପଞ୍ଜୀକୃତ କରାଯିବ ବୋଲି ସେପ୍ରକାଶ କରିଛନ୍ତି,ଅଭିଯୋଗ କରିବାର ଶେଷ ତାରିଖ ଚଳିତ ମାସ୨୪ତାରିଖରହିଛି
ଢେଙ୍କାନାଳ ରୁ ସୌମ୍ୟ ରଞ୍ଜନ ମହାନ୍ତି ଙ୍କ ରିପୋର୍ଟ ନାଗରାଜ ନିୟୁଜ

Leave a Reply

Your email address will not be published. Required fields are marked *