ମହାନଦୀର ଐତିହ୍ୟ ସମ୍ପର୍କିତ ଦସ୍ତାବିଜ୍ ଲୋକାର୍ପଣ

Spread the love

କଟକ,(ନାଗରାଜ ନ୍ୟୁଜ): ଭାରତୀୟ ରାଷ୍ଟ୍ରୀୟ ଆର୍ଟ ଏବଂ କଲ୍ଚରାଲ ହେରିଟେ ଜ ପକ୍ଷରୁ ଆଜି। ଯୋବ୍ରା ସ୍ଥିତ ନୌବାଣିଜ୍ୟ ସଂଗ୍ରାହଳୟ ଠାରେ ମହାନଦୀର ଐତିହ ତଥା ଅତୀତ ବର୍ତ୍ତମାନ ଏବଂ ଭବିଷ୍ୟତ ସମ୍ପର୍କରେ ଏକ ଦସ୍ତାବିଜ୍ ଲୋକାର୍ପଣ କରାଯାଇଛି। ଏହି ଦସ୍ତାବିଜ୍ ରେ ମହାନଦୀର ଅତୀତର ଭୌଗଳିକ ଚିତ୍ର ଏବଂ ବର୍ତ୍ତମାନ ଭବିଷ୍ୟତର ଚିତ୍ର ଦର୍ଶା ଯାଇଛି। ମହାନଦୀର ଅତୀତ ର ସ୍ଥିତି ବିଭିନ୍ନ ଦିଗକୁ ବିଚାର କରାଯାଇ ଏହି ଦସ୍ତାବିଜ୍ ରେ ଦର୍ଶାଯାଇ ଉପସ୍ଥାପନ କରାଯାଇଛି। ବିଶେଷ କରି ଓଡ଼ିଶାର ଅତୀତ ନୌ ବାଣିଜ୍ୟ ପରମ୍ପରାକୁ ଉଦ୍ଧାର କରାଯାଇ ଏହାର ବିଭିନ୍ନ ଦିଗ ଉପରେ ଆଲକପାତ କରାଯାଇଛି। ଆଜି ଯୋବ୍ରା ସ୍ଥିତ ନୌବାଣିଜ୍ୟ ସଂଗ୍ରାହଳୟ ଠାରେ ଆନ୍ତର୍ଜାିକ ନୃତ୍ୟ ଶିଳ୍ପୀ ତଥା ସମ୍ବଲ୍ ପୁର ବିଶ୍ଵବିଦ୍ୟାଳୟର କୁଳପତି ପଦ୍ମଶ୍ରୀ ଡକ୍ଟର ପ୍ରିୟମ୍ବଦା ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହାନଦୀର ଐତିହ ଦସ୍ତାବିଜ୍ କୁ ଉଦ୍ଘାଟନ କରିକହିଲେ ଏହି ଦସ୍ତାବିଜ୍ ଟି ଭବିଷ୍ୟତ ବଂଶ ଧର ପାଇଁ ଏକ ଅମୂଲ୍ୟ ସମ୍ପଦ ହୋଇ ରହିବ।ଯାହାଫଳରେ ଆଗାମୀ ଦିନର ଛାତ୍ର ଛାତ୍ରୀ ମାନେ ମହାନଦୀର ଅତୀତର ଐତିହ ସମ୍ପର୍କରେ ବହୁ ତଥ୍ୟ ଜାଣିପାରିବେ। ଅନ୍ୟ ମାନଙ୍କ ମଧ୍ୟରେ ମେଜର ଜେନେରାଲ ଲଳିତ କୁମାର ଗୁପ୍ତା, ରେଭେନ୍ସା ବିଶ୍ବବିଦ୍ୟାଳୟର କୁପତି ପ୍ରଫେସର୍ ଡକ୍ଟର ସଞ୍ଜୟ କୁମାର ନାୟକ ଅତିଥି ଭାବରେ ଯୋଗଦେଇ କହିଲେ ମହାନଦୀର ପ୍ରାକୃତିକ ସୌନ୍ଦର୍ଯ୍ୟ ସହିତ ସଭ୍ୟତାର ବିକାଶ ସାଙ୍ଗକୁ ମହାନଦୀରେ ବିକାଶ ଘଟିଛି।ମାତ୍ର ଭୌଗଳିକ ଦୃଷ୍ଟି କୋଣରୁ ଏହା ଦିନକୁ ଦିନ ଅବକ୍ଷୟ ଆଡ଼କୁ ଗତି କରୁଥିବା ଚିନ୍ତା ଜନକ ହୋଇପଡିଛି ବୋଲି ଅତିଥି ମାନେ ଆଲୋକପାତ କରିଥିଲେ। ପ୍ରାରମ୍ଭରେ ବୈକୁଣ୍ଠ ନାଥ ପାଣିଗ୍ରାହୀ ସ୍ଵାଗତ ଭାଷଣ ଦେଇଥିବାବେଳେ। ପୂର୍ବତନ ପୋଲିସ ଡିଜି ଅମିୟ ଭୂଷଣ ତ୍ରିପାଠୀ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ଦୁଇଟି ପୁସ୍ତକ “ହେରି ଟେଜ ଅଫ୍ ମହାନଦୀ”, “ଭାଲି ଇନ୍ ଓଡ଼ିଶା”କୁ ଅତିଥି ବୃନ୍ଦ ଉନ୍ମୋଚନ କରିଥିଲେ। ମହାନଦୀ ଉପରେ ବିଭିନ୍ନ ପ୍ରକାର ସଚେତନତା ପାଇଁ କାର୍ଯ୍ୟ କରିଥିବା ବ୍ୟକ୍ତିବିଶେଷ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Leave a Reply

Your email address will not be published. Required fields are marked *