ରାଜଗାଙ୍ଗପୁର ସହରରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଙ୍କ୧୨୬ତମ ଜୟନ୍ତୀ ଧୁମଧାମରେ ପାଳିତ

Spread the love

ସୁନ୍ଦରଗଡ଼,(ନାଗରାଜ ନ୍ୟୁଜ): ଆଜି ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ସହରରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୬ତମ ଜୟନ୍ତୀ ଧୁମଧାମରେ ପାଳିତ ହୋଇଯାଇଛି। ସୁବାଷ ବୋଷ କମିଟିର ଅଧ୍ୟକ୍ଷ ଇନ୍ଦ୍ରଜିତ ସିଂ ଏବଂ ସଚିବ ଶମ୍ଭୁ ସିଂ ଙ୍କ ନେତୃତ୍ବରେ ମୁଖ୍ୟ ଅତିଥି ରାଜଗାଙ୍ଗପୁର ଥାନା ଅଧିକାରୀ ଶ୍ରୀ ବିବଛପ୍ରଧାନଙ୍କ ଉପସ୍ଥିତି ରେ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଦେଶାତ୍ମବୋଧକ ସଙ୍ଗୀତ ଗାନ କରି ୧୨୬ତମ ଜୟନ୍ତୀ ପାଳନ କରାଯାଇଥିଲା । ଏହି ଅବସରରେ ବିଦ୍ୟାଳୟ ର‌ ଛାତ୍ର ଛାତ୍ରୀ ଙ୍କ ସହିତ ସହରର ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଙ୍କ ଉପସ୍ଥିତି ରେ ସହରର ସୁବାଷ ଛକଠାରେ ଥିବା ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତୀରେ ପ୍ରଥମେ ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ,ଉପନଗରପାଳ ଇରାନ ଅହମଦ,ପୂର୍ବତନ ଉପନଗରପାଳ ଅଶୋକ ଦାସ, କମିଟି ଅଧ୍ୟକ୍ଷ ଇନ୍ଦ୍ରଜିତ ସିଂ, ଶମ୍ଭୁ ସିଂ ଙ୍କ ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ସୁବାଷ ବୋଷଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। ପରେ ଭାରତମାତା କି ଜୟ, ସୁବାଷ ବୋଷ କି ଜୟ ଧ୍ୱନି ରେ ସହର ପ୍ରକମ୍ପିତ ହୋଇଥିଲା।(ସୁନ୍ଦରଗଡ଼ ରୁ ଦଶରଥ ପୋଡ଼ ଙ୍କ ରିପୋର୍ଟ ନାଗରାଜ ନିଉଜ)

Leave a Reply

Your email address will not be published. Required fields are marked *