୭ ଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

Spread the love

ବାଲେଶ୍ଵର,(ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଅମରିଆ-ଅଗ୍ନିପୁର ପଞ୍ଚାୟତ ଖେଳ ପଡିଆରେ ଅନୁଷ୍ଠିତ ହୋଇଥିବା ୭ ଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏହି ଉଦଯାପନୀ ଦିବସ ଉପଲକ୍ଷେ ଅନୁଷ୍ଠିତ ସଭାରେ ସ୍ଥାନୀୟ ସରପଞ୍ଚ ସସ୍ମିତା ଧିନ୍ଦା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମିତି ସଭ୍ୟା ସଂଯୁକ୍ତା ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଏଥିରେ ମୋଟ ୮ ଗୋଟି ଦଳ ଭାଗ ନେଇଥିଲେ । ହରିଚନ୍ଦନପୁର ଓ ବିଦ୍ଯାଧରପୁର ଦଳ ଫାଇନାଲକୁ ଉତ୍ତିର୍ଣ୍ଣ ହୋଇଥିଲା । ହରିଚନ୍ଦନପୁର ପ୍ରଥମେ ବ୍ଯାଟିଙ୍ଗ୍ କରି ୧୯୮ ରନ୍ ଲକ୍ଷ୍ୟ ରଖି ବିପକ୍ଷ ଦଳକୁ ଦେଇଥିଲା । ବିପକ୍ଷ ବିଦ୍ଯାଧରପୁର ଦଳ ୧୬୦ ରନ୍ କରି ସମସ୍ତ ୱିକେଟ ହାରାଇଥିଲା । ଟୁର୍ଣ୍ଣାମେଣ୍ଟ କମିଟି ତରଫରୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଦ୍ବୟ ବିଜୟୀ ଦଳକୁ ୭୫୦୦ ଟଙ୍କା ସହିତ ଟ୍ରଫି ପ୍ରଦାନ କରିଥିଲେ । ମନୋରଞ୍ଜନ ଶଙ୍ଖୁଆ ଓ ଦୀପକ ମୁଖୀ ଓମ୍ପାୟାର ଦ୍ବୟ ଖେଳ ପରିଚାଳନା କରିଥିଲେ । ରବୀନ୍ଦ୍ର ବେହେରା, ସୁଭ୍ରତ୍ ମହାପାତ୍ର, ପପୁ ହାତୀ, ଲିଟୁ ହାତୀ, ଉମାକାନ୍ତ ସାହୁ, ଦୀପକ ମୁଖୀ, ଅକ୍ଷୟ ମୁଖୀ, ଚନ୍ଦ୍ରଶେଖର ଶଙ୍ଖୁଆ, ଶରତ ମହାରଣା, ରଘୁନାଥ ଶଙ୍ଖୁଆ, ଗୋରା ସାହୁ, ପିକୁ ହାତୀ, ଗୋଲୁରୁ ହାତୀ, ଚିନ୍ମୟ ମହାପାତ୍ର, ପଵିତ୍ର ମହାପାତ୍ର, ଉମେଶ ମହାରଣା ଓ ମଟୁ ହାତୀ ପ୍ରମୁଖ କମିଟି ମେମ୍ବର ମାନେ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *