ଡକ୍ଟର ହୁସେନ ରବି ଗାନ୍ଧୀଙ୍କର ପରଲୋକ

Spread the love

କଟକ,(ନାଗରାଜ ନ୍ୟୁଜ): ବିଶିଷ୍ଟ ସାହିତ୍ୟିକ ରାଜନେତା, ଓଡ଼ିଶା ସାହିତ୍ୟ ଏକାଡେମୀ ର ପୂର୍ବତନ ସଭାପତି ଏବଂ ଉତ୍କଳ ପ୍ରସଙ୍ଗର ପୂର୍ବତନ ସମ୍ପାଦକ ଡକ୍ଟର ହୁସେନ ରବି ଗାନ୍ଧୀଙ୍କର ଆଜି ପରଲୋକ ହୋଇଯାଇଛି। ମୃତୁ ବେଳକୁ ତାଙ୍କୁ 75ବର୍ଷ ହୋଇଥିଲା । ମୃତୁ ଶଯ୍ୟା ନିକଟରେ ତାଙ୍କର ସମ୍ପର୍କୀୟ ମାନେ ଉପସ୍ଥିତ ଥିଲେ । ସେ ଦୀର୍ଘ 4 ମାସ ହେବ କଟକ ବଡ ଡାକ୍ତର ଖାନାରେ ବିଭିନ୍ନ ରୋଗର ଶିକାର ହୋଇ ଚିକିତ୍ସିତ ହେଉଥିଲେ। ଆଜି ଦିନ 11 ଘଟିକା ସମୟରେ ଚିକିତ୍ସିତ ଅବସ୍ଥାରେ ମୃତୁ ଘଟିଛି। ତାଙ୍କ ମୃତ ଦେହକୁ ଦର୍ଘା ବଜାର ସ୍ଥିତ ବାଉଁଶ ଗଳି ବାସ ଭବନ କୁ ଅଣାଯାଇଥିଲା। ତାଙ୍କର ମୃତୁ ସମ୍ବାଦ ପ୍ରଚାରିତ ହେବା ପରେ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ତାଙ୍କ ବାସ ଭବନ କୁ ଆସି ଶେଷ ଦର୍ଶନ କରିଥିଲେ । ସ୍ବର୍ଗତ ହୁସେନ ଗାନ୍ଧୀଙ୍କୁ କଦମ ରସୁଲ ସମାଧୀ ପୀଠରେ ସମାଧୀ ଦିଆଯିବ। ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଦେବୀ ମିଶ୍ର, ପୂର୍ବତନ ବିଧାୟକ ପ୍ରଭାତ ବିଶ୍ଵାଳ, ସାହିତ୍ୟ ଏକାଡେମୀ ର ସଚିବ ବିଜୟ ନାୟକ, ପ୍ରଫୁଲ୍ଲ ସିଂ, ପ୍ରଶାନ୍ତ ନାୟକ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଶେଷ ଦର୍ଶନ କରିଥିଲେ । କଟକ ମହାନଗର ନାଗରିକ ମହାସଭା ପକ୍ଷରୁ ଡକ୍ଟର ରବିରଞ୍ଜନ ସାହୁ ଉତ୍କାକ ସାହିତ୍ୟ ସମାଜର ସଭାପତି ଡକ୍ଟର ଗୋବିନ୍ଦ ଚାନ୍ଦ, କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଡକ୍ଟର ବିଜୟା ନନ୍ଦ ସିଂ, ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ଅଧ୍ୟାପିକା ମୀରା ବେଉରା, ହୁସେନ ରବି ଗାନ୍ଧୀ ଙ୍କ ବିୟୋଗରେ ଶୋକ ପ୍ରକାଶ କରି ଏ ଭଳି ଦୁର୍ଦ୍ଦିନ ସମୟରେ ଭଗବାନ ତାଙ୍କ ପରିବାର କୁ ଧାର୍ଯ୍ୟ ସାହସ ଦେବା ପାଇଁ ବାର୍ତା ପ୍ରଦାନ କରିଛନ୍ତି । ହୁସେନ ରବି ଗାନ୍ଧୀ ଜଣେ ଯୁବ ସାହିତ୍ୟିକ ଭାବରେ ବେଶ୍ ପରିଚିତ। ସେ ବହୁ ପୁସ୍ତକର ରଚୟିତା। ତାଙ୍କ ବିୟୋଗରେ ଓଡ଼ିଆ ସାହିତ୍ୟ ଜଗତର ଏକ ଅପୂରଣୀୟ କ୍ଷତି ଘଟିଲା ବୋଲି ବହୁ ବିଶିଷ୍ଟ ସାହିତ୍ୟିକ ମାନେ ଶୋକ ବାର୍ତା ରେ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *