କପିଳାସ ପୀଠରେ ମହା ଶିବରାତ୍ରି ନିମନ୍ତେ ପ୍ରସ୍ତୁତି ବୈଠକ

Spread the love

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଆଜି କପିଳାସ ଠାରେ ଆସନ୍ତା 18 ତାରିଖରେ ପ୍ରଭୁ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ଙ୍କ ମହା ଶିବରାତ୍ରି ଜାଗର ଯାତ୍ରା ପର୍ବ ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି l ଏହି ବୈଠକ ରେ ଢେଙ୍କାନାଳ ସଦର ବିଧାୟକ ସୁଧୀର କୁମାର ସାମଲ, ଜିଲ୍ଲାପରିଷଦ ଅଧକ୍ଷା ଅର୍ଚନା ପୁହାଣ, ଜିଲ୍ଲାପାଳ ସରୋଜ କୁମାର ସେଠି,ଆରକ୍ଷୀ ଅଧିକ୍ଷକ ଜ୍ଞାନରଞ୍ଜନ ମହାପାତ୍ର, ଦେବତର ଅଧିକାରୀ ତଥା ଉପ ଜିଲ୍ଲାପାଳ ସ୍ନିଧାରାଣୀ ଧଳ, ପ୍ରମୁଖ ସେବାୟତ ମାନେ,ଗଁଦିଆ ବିଡ଼ିଓ ଆଶିଷ ରଞ୍ଜନ ସାହୁ, ଦେଓଗାଁ ସରପଞ୍ଚ ବିଜୟ ଦେହୁରୀ, ଗଁଦିଆ ବ୍ଲକ ଅଧକ୍ଷା ରୀନାରାଣୀ ଖଟୁଆ, ସମସ୍ତ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ମହା ଶିବରାତ୍ରି ଯାତ୍ରା କିପରି ଶାନ୍ତି ଶୃଙ୍ଖଳା ରେ ପାଳନ କରାଯିବ ସେ ସମ୍ପର୍କ ରେ ଆଲୋଚନା କରିଥିଲେ,
ଶ୍ରୀ ଜୀଉ ଙ୍କ ଗର୍ଭ ଗୃହରେ ପାଣି ଗାଲୁଥିବାରୁ ଏହାକୁ ଯଥାଶୀଘ୍ର ମରାମତି ନିମନ୍ତେ ବିହିତ ଵେବସ୍ଥା କରିବାକୁ ବିଧାୟକ ଗୁରୁତ୍ୱରୋପ କରିଥିଲେ,
ମନ୍ଦିର ବେଢା ମଧ୍ୟରେ ଖରା ବର୍ଷା କୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ଲାଷ୍ଟିକ ଚାଦର ର ଛାତ ନିର୍ମାଣ କରାଯିବ ବୋଲି ନିଷ୍ପତି ହୋଇଛି, ପୀଠର ବଡ ଦାଣ୍ଡ ପ୍ରଶସ୍ଥ କରାଯିବା ସହିତ ପ୍ରଭୁଙ୍କ ପୀଠର ସୌନ୍ଦର୍ଯ୍ୟ ବୃଦ୍ଧି କରାଯିବ, ଯାତ୍ରା ର ସୁପରିଚାଳନା ନିମନ୍ତେ ପାନୀୟଜଳ ଯୋଗାଣ, ଭ୍ରମ୍ୟାମାଣ ଶୌଚାଳୟ, ପୀଠର ପରିଷ୍କାର ପରିଛନତା, ପ୍ରଯ୍ୟାପ୍ତ ଆଲୋକୀକରଣ, ଯାନବାହାନ ନିୟନ୍ତ୍ରଣ, ପାର୍କିଂ ବ୍ୟବସ୍ଥା, ସ୍ଥାନୀୟ ଅଂଚଳର ସ୍ୱଛାସେବୀ ଯୁବକ ମୃତୟନ, ଆସୁଚିକିତ୍ସା ବ୍ୟବସ୍ଥା, ଆମ୍ବୁଲାନ୍ସ ମୃତୟନ, ଅଗ୍ନିଶମ ବାହିନୀ, ମୃତୟନ, ଏବଂ ପାହାଚ ଓ ବାରବାଙ୍କ ରାସ୍ତାରେ ବିଶ୍ରାମ ନିମନ୍ତେ ରହଣି ବ୍ୟବସ୍ଥା ଆଦି ସମ୍ପର୍କରେ ଆଲୋଚନା ହୋଇଥିଲା l

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *