ଜଗତପୁର ଟ୍ରକ୍ ଟର୍ମିନାଲରେ ବଡ଼ ଅଘଟଣ

Spread the love

କଟକ,(ନାଗରାଜ ନ୍ୟୁଜ): ଗତକାଲି ରାତିରେ ଜଗତପୁର ଟ୍ରକ୍ ଟର୍ମିନାଲ ରେ ଘଟିଯାଇଛି ଏକ ବଡ଼ ଅଘଟଣ,ଚା ପିଇବାକୁ ଆସି ଆଉ ଘରକୁ ଫେରି ନାହାନ୍ତି କୁନି ସାହୁ। ପ୍ରାଚୀ ଟ୍ରାନ୍ସପୋର୍ଟ ନିକଟରେ ଥିବା ଏକ ପରିତ୍ୟକ୍ତ ଘରେ ପଡ଼ି ରହିଛି ତାଙ୍କର ମୃତଦେହ। କେହି ଦୁର୍ବୃତ ତାଙ୍କୁ ବଳାତ୍କାର କରି ମାରିଦେଇଥିବା ତାଙ୍କ ସ୍ବାମୀ ମଦନ ସାହୁ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ଜଗତପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆଉ କିଛି ସମୟପରେ ସନ୍ଦାନି କୁକୁର ଓ ଫରେନସିକ ଟିମ୍ ପହଞ୍ଚି ଘଟଣାର ଅନୁଧ୍ୟାନ କରିବ ବୋଲି ଜଗତପୁର ଥାନା ଅଧିକାରୀ ରବିନ୍ଦ୍ର ମେହେର ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *