କେନ୍ଦ୍ର ବିରୁଦ୍ଧରେ ବିଜେଡ଼ିର ରଣହୁଙ୍କାର

Spread the love

ପୁରୀ,(ନାଗରାଜ ନ୍ୟୁଜ): ଖାଦ୍ୟ ସୁରକ୍ଷା ଯୋଜନାରେ ଗରିବ ହିତାଧିକାରୀଙ୍କ ମୁଣ୍ଡ ପିଛା ୫ କେ.ଜି ଚାଉଳ କାଟିଥିବାରୁ କେନ୍ଦ୍ର ବିରୁଦ୍ଧରେ ବିଜେଡ଼ି ରଣହୁଙ୍କାର ଦେଇଛି। ପୁରୀ ଜିଲ୍ଲା ବିଜେଡ଼ି ପକ୍ଷରୁ ଟାଉନ୍ ହଲ ଛକ ଓ ସଦର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ସଭାପତି ମହେଶ୍ବର ମହାନ୍ତିଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଦଳ ଅଭିଯୋଗ ଆଣିଛି ଯେ କେନ୍ଦ୍ର ସରକାର ଏଥର ବଜେଟରେ ଖାଦ୍ୟ ଶସ୍ୟ କ୍ରୟ ପାଣ୍ଠିରେ ୨୦ ହଜାର କୋଟି ଟଙ୍କା ହ୍ରାସ କରିଛନ୍ତି। ଓଡ଼ିଶାରୁ ଉଷୁନା ଚାଉଳ ଉଠାଣ ପରିମାଣ କମାଇ ଦେଇଛନ୍ତି। ଖାଦ୍ୟ ସୁରକ୍ଷା ଯୋଜନା ଓ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ମିଳୁଥିବା ୫ କିଲୋ ମାଗଣା ଚାଉଳକୁ କେନ୍ଦ୍ର ସରକାର କାଟି ଦେବା ଦ୍ବାରା ଓଡ଼ିଶାର ଚାଷୀ ସହ ୩.୨୫ କୋଟି ପ୍ରଭାବିତ ହେବେ। ଗରିବଙ୍କ ସ୍ବାର୍ଥ ପାଇଁ ଦଳ ପଲ୍ଲୀରୁ ଦିଲ୍ଲୀ ଯାଏଁ ଆନ୍ଦୋଳନ କରିବ ବୋଲି ବିଜେଡି କହିଛି।

Leave a Reply

Your email address will not be published. Required fields are marked *