ଇକୋ କ୍ଳବ୍ ଶିକ୍ଷକମାନଙ୍କର ଦକ୍ଷତା ବିକାଶ କର୍ମଶାଳା ଅନୁଷ୍ଠିତ

Spread the love

କଟକ,(ନାଗରାଜ ନ୍ୟୁଜ): ଓଡ଼ିଶା ସରକାରଙ୍କର ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବେଶ ବିଭାଗ ତରଫରୁ ପରିବେଶ ବିକାଶ କେନ୍ଦ୍ର ଆନୁକୂଲ୍ୟରେ କଟକ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ରେଲୱେ ସେଟେଲ ମେଣ୍ଟ ସ୍କୁଲ ପରିସରରେ ଏକ ଦିନିକିଆ ଇକୋ କ୍ଳବ୍ ଶିକ୍ଷକ ମାନଙ୍କର ଦକ୍ଷତା ବିକାଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହାକୁ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ କୃଷ୍ଣ ଚନ୍ଦ୍ର ନାୟକ ଉଦଘାଟନ କରିଥିଲେ। ଏହି କର୍ମଶାଳାରେ କଟକ ଜିଲ୍ଲାର 50 ଟି ଇକୋ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦେଇ ପ୍ରଶିକ୍ଷଣ ନେଇଥିଲେ। ପ୍ରତି ଇକୋ ସ୍କୁଲରେ ଏକ ଚାରା ରୋପଣ କାର୍ଯ୍ୟ କ୍ରମ ନିମନ୍ତେ ପଦକ୍ଷେପ ନିଆଯାଇଥିଲା। ସ୍କୁଲର ପ୍ରଧାନ ଶିକ୍ଷକ ସୁକୁମାର ଷଡଙ୍ଗୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟ କ୍ରମରେ ରାଜ୍ୟ ପରିବେଶ ଶିକ୍ଷା କେନ୍ଦ୍ରର ପ୍ରୋଜେକ୍ଟ ଅଫିସର ଡକ୍ଟର ରାଜେଶ୍ କୁମାର ମହାନ୍ତ, ଏବଂ ସ୍ୱାଗତିକା ମିଶ୍ର, ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଡକ୍ଟର ସନ୍ତୋଷ କୁମାର ରାଉତ,ଜିଲ୍ଲା ବିଜ୍ଞାନ ପରିଦର୍ଶକ ଅକ୍ଷୟ କୁମାର ନନ୍ଦ, ଜିଲ୍ଲା ଇକୋ କ୍ଳବ୍ କୋର୍ଡି ନେଟର ଡକ୍ଟର ଅର୍ଜୁନ କୁମାର ବିଶ୍ବାଳ, ଯୋଗ ଦେଇ ପ୍ରଶି କ୍ଷାର୍ଥି ମାନଙ୍କୁ ଇକୋ କ୍ଳବ୍ ଭୂମିକା ଉପରେ ଆଲୋଚନା କରିଥିଲେ। ପ୍ରଶିକ୍ଷକ ଭାବରେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ବଳରାମ ପାତ୍ର କରୁଣାକର ବଂଗରା, ଅଭୟ କୁମାର ଜେନା,ପ୍ରମୋଦ କୁମାର ନାୟକ ପ୍ରମୁଖ ଯୋଗ ଦେଇ ଶିକ୍ଷାର୍ଥୀ ମାନଙ୍କୁ ଚାରା ରୋପଣ, ମଞ୍ଜି ପ୍ରସ୍ତୁତି, ଜଳବାୟୁ ପରିବର୍ତ୍ତନ,ସମ୍ପର୍କରେ ମାର୍ଗ ଦର୍ଶନ କରିଥିଲେ। ଶେଷରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟତ୍ରୀ ଡକ୍ଟର କବିତା ଚୌଧୁରୀ ଧନ୍ୟବାଦ୍ ଅର୍ପଣ କରିଥିଲେ .

Leave a Reply

Your email address will not be published. Required fields are marked *