ମାର୍ଶାଲ ଆର୍ଟ ଏବଂ ସିପକ ଟାକରୋ ପ୍ରତିଯୋଗିତା 2023 ଅନୁଷ୍ଠିତ

Spread the love

କଟକ,(ନାଗରାଜ ନ୍ୟୁଜ): ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ ସ୍କୋଏ ମାର୍ଶାଲ ଆର୍ଟ ଏବଂ ସିପକ ଟାକରୋ ପ୍ରତିଯୋଗିତା 2023 ଜିଲ୍ଲା ବିଦ୍ୟାଳୟ କ୍ରୀଡା ସଂଗଠନ ଆନୁକୁଲ୍ୟରେ କଟକ ସୟଦ୍ ସେମିନାର ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉଦ୍ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ କଟକ ମେୟର ସୁବାସ ସିଂ ଯୋଗ ଦେଇ ପ୍ରତିଯୋଗିତାକୁ ଉଦ୍ଘାଟନ କରି କହିଲେ ଛାତ୍ର ଛାତ୍ରୀମାନେ ଅଧ୍ୟୟନ ସହିତ ପ୍ରତ୍ୟେକ କ୍ରୀଡା କୁ ଆଦର ର ସହିତ ଅଭ୍ୟାସ କରାଇଲେ ନିଶ୍ଚିତ ସଫଳତା ମିଳିଥାଏ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ କ୍ରୀଡା ଶିକ୍ଷା ନିର୍ଦ୍ଦେଶକ କୈଳାସ ଚନ୍ଦ୍ର ପ୍ରଧାନ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡକ୍ଟର ସନ୍ତୋଷ କୁମାର ରାଉତ, ସୋନାମିକା ରାୟ, ଏମଡି ଆସଫାକ,ଜିଲ୍ଲା କ୍ରୀଡା ପରିଦର୍ଶକ ସୌଦାମିନୀ ଦାସ ପ୍ରମୁଖ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ। ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ କଟକ,ଖୋର୍ଦ୍ଧା,ଭୁବନେଶ୍ୱର, ଭଦ୍ରକ, ସୁନ୍ଦରଗଡ଼, ଢେଙ୍କାନାଳ, ପୁରୀ ଜିଲ୍ଲାରୁ 150 ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତା ରେ ଶାରିରୀକ କ୍ରୀଡା ଶିକ୍ଷକ ଶିକ୍ଷୟତ୍ରୀ ମାନେ ଏହାକୁ ପରିଚାଳନା କରିଥିଲେ।ଏହି ପ୍ରତିଯୋଗିତାରେ ଜିଲ୍ଲା ଶିକ୍ଷା ଅଧିକାରୀ କୃଷ୍ଣ ଚନ୍ଦ୍ର ନାୟକ ପୌରହିତ୍ୟ କରିଥିବା ବେଳେ ଶେଷରେ ଅନୁଷ୍ଠାନର ପ୍ରଧାନ ଶିକ୍ଷକ ଜାଭେଦା ବେଗମ୍ ଧନ୍ୟବାଦ୍ ଅର୍ପଣ କରିଥିଲେ। ପ୍ରାରମ୍ଭରେ ରେଭେନ୍ସା କଲିଜିଏଟ ସ୍କୁଲ ର ଶିକ୍ଷକ ବିଶ୍ଵନାଥ ମିଶ୍ର ଙ୍କ ନିର୍ଦ୍ଦେଶନାରେ ଛାତ୍ର ଛାତ୍ରୀ ମାନେ ସ୍ଵାଗତ ସଙ୍ଗୀତ ପରିବେଷଣ କରିଥିଲେ।

Leave a Reply

Your email address will not be published. Required fields are marked *