ହସ୍ତଶିଳ୍ପ ଓ ହସ୍ତକଳାର ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ – ମନ୍ତ୍ରୀ ରିତା ସାହୁ

Spread the love

ପୁରୀ,(ନାଗରାଜ ନ୍ୟୁଜ): ହସ୍ତଶିଳ୍ପ ଓ ହସ୍ତକଳାର ବିକାଶ ପାଇଁ ରାଜ୍ୟ ସରକାର ପ୍ରତିଶୃତି ବଦ୍ଧ ବୋଲି କହିଛନ୍ତି ରାଜ୍ୟ ହସ୍ତଶିଳ୍ପ ତଥା ବୟନ ଶିଳ୍ପ ମନ୍ତ୍ରୀ ରିତା ସାହୁ। ଶ୍ରୀ ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ଆନୁକୂଲ୍ୟରେ କେନ୍ଦ୍ର ହସ୍ତଶିଳ୍ପ ଆୟୁକ୍ତ ଓ ଭାରତ ସରକାର ଙ୍କ ବସ୍ତ୍ର ମନ୍ତ୍ରଣାଳୟ ର ମିଳିତ ସହଯୋଗରେ ପୁରୀର ସ୍ୱର୍ଣ୍ଣାଭ ବେଳାଭୂମିରେ ଦଶ ଦିନ ଧରି ଆରମ୍ଭ ହୋଇଥିବା ଗାନ୍ଧିଶିଳ୍ପ ବଜାରକୁ ଉଦଘାଟନ କରି ମନ୍ତ୍ରୀ ଶ୍ରୀମତୀ ସାହୁ ଓଡ଼ିଶାର ହସ୍ତଶିଳ୍ପୀ ତଥା କୁଟୀର ଶିଳ୍ପୀ ମାନଙ୍କର ଆର୍ଥିକ ବିକାଶ କ୍ଷେତ୍ରରେ ନବୀନ ସରକାର ପ୍ରତିଶ୍ରୁତି ବଦ୍ଧ ବୋଲି କହିଥିଲେ। ସେ କହିଥିଲେ ଯେ- କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ମିଳିତ ସହଯୋଗରେ ଶ୍ରୀ ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ନେତୃତ୍ୱରେ ଜଗନ୍ନାଥ ଙ୍କ ନାମରେ ପୁରୀ ସମୁଦ୍ର ବେଳାଭୂମିରେ ଆଗାମୀ ବର୍ଷ ଏକ ମେଗା ମହୋତ୍ସବ କରାଯିବ। ଗାନ୍ଧିଶିଳ୍ପ ବଜାର କମିଟିର ଅଧ୍ୟକ୍ଷ ବଦ୍ରୀ ମିଶ୍ରଙ୍କ ଅଧ୍ୟକ୍ଷତା ତଥା ସମ୍ପାଦକ ରାଜେଶ କୁମାର ମହାନ୍ତି ଙ୍କ ପରିଚାଳନା ରେ ଏହି ଉତ୍ସବରେ ପୁରୀର ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ କେନ୍ଦ୍ର ଓ ରାଜ୍ୟ ର ଆର୍ଥିକ ସହଯୋଗ ରେ ପୁରୀର ସାମଗ୍ରିକ ବିକାଶ ସମ୍ଭବ ହୋଇ ପାରିଛି ବୋଲି ପ୍ରକାଶ କରିଥିଲେ। ଏହି ଉତ୍ସବରେ ମୁଖ୍ୟ ବକ୍ତା ଭାବେ ଶୁଭାଶିଷ ଖୁଣ୍ଟିଆ, ସ୍ୱତନ୍ତ୍ର ଅତିଥି ଭାବେ ଶ୍ରୀକ୍ଷେତ୍ର ସୂଚନା ର ଅଧ୍ୟକ୍ଷ ପ୍ରଫେସର ହରେକୃଷ୍ଣ ଶତପଥୀ ସମ୍ମାନିତ ଅତିଥି , ହସ୍ତଶିଳ୍ପ ଆୟୁକ୍ତ ସେବା କେନ୍ଦ୍ର ର ବରିଷ୍ଠ ସହ ନିର୍ଦେଶକ ଅଶୋକ କୁମାର ହୋତା, ହୋଲି ସିଟି ର ପରିଚାଳନା ଅଧକ୍ଷ ପ୍ରଭାସ କୁମାର ମହାନ୍ତି, ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଇଂ ରତ୍ନାକର ଦଳେଇ, ପୁରୀ ପୌରସଂସ୍ଥା ର କାର୍ଯ୍ୟ ନିର୍ବାହି ଅଧିକାରୀ ସରୋଜ କୁମାର ସ୍ବାଇଁ, ପ୍ରାକ୍ତନ ପୌରାପାଳ ଗୌରହରି ପ୍ରଧାନ ଯୋଗ ଦେଇଥିଲେ। ଦଶଦିନ ବ୍ୟାପି ଆୟୋଜିତ ଏହି ଜାତୀୟ ପ୍ରଦର୍ଶନୀରେ ଓଡିଶା ସମେତ ବାଇଶି ଟି ରାଜ୍ୟର ହସ୍ତକଳା ଓ ହସ୍ତଶିଳ୍ପ ଷ୍ଟଲ ଆରମ୍ଭ ହୋଇଛି ଯାହା ଆସନ୍ତା ମାର୍ଚ୍ଚ ୧ ତାରିଖରେ ଉଦଯାପିତ ହେବ। ପ୍ରତିଦିନ ଏହି ମେଳା ଦିନ ୧୧ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଚାଲିବ ଓ ପ୍ରତି ସନ୍ଧ୍ୟାରେ ମନୋରଞ୍ଜନ କାର୍ଯ୍ୟକ୍ରମ କରାଯିବ ବୋଲି ସମ୍ପାଦକ ରାଜେଶ କୁମାର ମହାନ୍ତି ଜଣାଇଛନ୍ତି। ଆଜି ଏହି ମେଳାରେ ବର୍ଷିୟାନ ମହାରଣା ସେବକ ରାମଚନ୍ଦ୍ର ମହାରଣା, ନନ୍ଦିଘୋଷ ରଥର ବିଶିଷ୍ଟ ରୂପକାର ସେବକ ରାଜେନ୍ଦ୍ର ମହାପାତ୍ର ଓ ସତ୍ୟବାଦୀର ବିଶିଷ୍ଟ ସଙ୍ଗୀତ ଓ ନୃତ୍ୟଗୁରୁ ବଦ୍ରୀ ନାରାୟଣ ଖୁଣ୍ଟିଆଙ୍କୁ ମାନ୍ୟବର ମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ କମିଟି ର ଉପାଧ୍ୟକ୍ଷ ବିଶ୍ୱନାଥ ମିଶ୍ର ଓ ସାଂସ୍କୃତିକ ସମ୍ପାଦକ ଶ୍ୟାମ ପ୍ରକାଶ ସେନାପତି ସଂଯୋଜନା କରିଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନା ରେ ମୁଖ୍ୟ ସଂଯୋଜକ ହେକ୍ଟର ମିଶ୍ର, ସଂଗ୍ରାମ କେଶରୀ କାନୁନଗୋ, ଦାମୋଦର ଶତପଥୀ, ଭରତ ନାୟକ, ସତ୍ୟବ୍ରତ ଦାଶ, ପ୍ରଦ୍ୟୁମ୍ନ ସାଠୁଆ, ସୌମ୍ୟ ରଞ୍ଜନ ମିଶ୍ର, ବିଦ୍ରୋହ କେଶରୀ ସିଂ, ନାରାୟଣ ପାତ୍ର, ଟୁଟୁ ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ଓଝା ଓ ରାକେଶ କୁମାର ସାହୁ ସହଯୋଗ କରିଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।

Leave a Reply

Your email address will not be published. Required fields are marked *