କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

Spread the love

କଟକ,(ନାଗରାଜ ନ୍ୟୁଜ): ଭାରତୀୟ ଜାତୀୟ କଂଗ୍ରେସ ଏକ ମାତ୍ର ଦଳ ଯେଉଁ ଦଳ ଟି ଦେଶବାସୀ ଙ୍କ ସ୍ୱାର୍ଥ ପାଇଁ ଅତୀତରେ ଲଢେଇ କରି ଆସିଛି l ବର୍ତ୍ତମାନ କରୁଛି ଏବଂ ଭବିଷ୍ୟତରେ ମଧ୍ୟ କରିବା l କେନ୍ଦ୍ରରେ ମୋଦି ସରକାର କ୍ଷମତା କୁ ଆସିବା ପରେ ମୋଦି ଙ୍କର ଅସଲ ଚେହେରା ପ୍ରକାଶ ପାଇଛି l ଭାରତ ବର୍ଷ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ରାଜ୍ୟର ଗୁଜୁରାଟି ବ୍ୟବସାୟୀ ବନ୍ଧୁ ଙ୍କୁ ଦେଶର ସମସ୍ତ ସମ୍ପତ୍ତି ଏବଂ ଦେଶର କୋଟି କୋଟି ଜନସାଧାରଣ ଙ୍କର ବ୍ୟାଙ୍କ ରେ ଥିବା ସଂଚୟ ରାଶି ଓ ଏଲ. ଆଇ. ସି. ଭଳି ସଂସ୍ଥା ରେ ଥିବା ଜମା ପୁଞ୍ଜି କୁ ନିଜର କ୍ଷମତା ବଳରେ ଚାପ ପ୍ରୟୋଗ ସୃଷ୍ଟି କରି ଆଦାନୀ ବ୍ୟବସାୟୀ ସାମ୍ରାଜ୍ୟ କୁ ବୃଦ୍ଧି କରିବା ପାଇଁ କୋଟି କୋଟି ଟଙ୍କା ଦେଇଛନ୍ତି l ଏବେ ଏହି ଘଟଣା ଗୋଟିଏ ରିପୋର୍ଟ ପ୍ରକାଶ ପାଇବ ପରେ ଲୋକ ଲୋଚନ କୁ ଆସିଛି l ଓଡ଼ିଶାରେ ଗଣତନ୍ତ୍ର ବିପନ୍ନ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଗଲାଣି l ଆଦାନୀ ଦୁର୍ନୀତି ଏବଂ ଓଡ଼ିଶାରେ ଆଇନ ଶୃଙ୍ଖଳା ପରିସ୍ଥିତି କୁ ନେଇ ରାଜ୍ୟ ବାସୀ ଆଗାମୀ ଦିନରେ ଏହାର ଉପଯୁକ୍ତ ଯବାବ ଦେବେ ବୋଲି ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସଭାପତି ଶ୍ରୀ ଜୟ ଦେବ ଜେନା ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି l କଟକ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଲିଙ୍କରୋଡ ସ୍ଥିତ କଂଗ୍ରେସ କାର୍ଯ୍ୟାଳୟ ଠାରେ ଶ୍ରୀ ଜେନା ସାମ୍ବାଦିକ ସମ୍ମିଳନୀ ରେ ସାମ୍ପ୍ରତିକ ଦେଶର ପରିସ୍ଥିତି ସମ୍ପର୍କ ରେ ସୂଚନା ଦେଇ କହିଲେ ଗତ 2014ମସିହା ରେ ଗୌତମ ଆଦାନୀ ଙ୍କର ସ୍ଥାନ ବିଶ୍ୱ ଧନୀ ତାଲିକା ରେ 609ରେ ଥିଲା l ତାଙ୍କର କମ୍ପାନୀର ସମୁଦାୟ ବ୍ୟବସାୟିକ ସମ୍ପତ୍ତି 52 ହଜାର କୋଟି ଟଙ୍କା ଥିଲା l

କିନ୍ତୁ ମୋଦି କ୍ଷମତା କୁ ଆସିବା ପରେ ଏହି 9 ବର୍ଷ ଭିତରେ 2022ମସିହା ଶେଷ ସୁଦ୍ଧା ଗୌତମ ଆଦାନୀ ବିଶ୍ୱ ରେ ତୃତୀୟ ବୃହତମ ଧନୀ ତାଲିକା ରେ ସ୍ଥାନ ପାଇଥିଲେ l ଏହି 9ବର୍ଷ ଭିତରେ ଆଦାନୀ ଗ୍ରୁପ ର ବ୍ୟବସାୟ ସମସ୍ତ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରକୁ ଲମ୍ବିଯାଇଛି l ଯଥା ବନ୍ଦର, ଜାତୀୟ ରାଜପଥ, ବିମାନ ବନ୍ଦର, ସିମେଣ୍ଟ, ରେଳ ବିଦ୍ୟୁତ ଆବଣ୍ଟନ, ତାପଜ ଶକ୍ତି ବିଦ୍ୟୁତ ଉତ୍ପାଦନ ଇତ୍ୟାଦି ଏବେ ଆଦାନୀ ଗ୍ରୁପ୍ ର ଦୁର୍ନୀତି କରିବାର ସମସ୍ତ ତଥ୍ୟ ପଦାରେ ପଡ଼ିଲାଣି । ଦେଶ ବାସୀ ଆଗାମୀ ଦିନରେ ଏହାର ଉଚିତ୍ ଜବାବ ଦେବେ।କଂଗ୍ରେସ ର ଭାରତ ଯୋଡ ଏକ ସଫଳ କାର୍ଯ୍ୟକ୍ରମ।ଏହି କାର୍ଯ୍ୟ କ୍ରମ ରେ କଂଗ୍ରେସ ଜନ ସଂପର୍କ ସ୍ଥାପନ ସୃଷ୍ଟି କରିଛି।ଭାରତ ଯୋଡ଼ କାର୍ଯ୍ୟ କ୍ରମ ଦ୍ଵାରା କଂଗ୍ରେସ ର ଲୋକ ପ୍ରିୟତା ବୃଦ୍ଧି ପାଇଛି ବୋଲି ଶ୍ରୀ ଜେନା ସାମ୍ବାଦିକ ମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ପ୍ରକାଶ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ମାନସ ଚୌଧୁରୀ , ପ୍ରିୟବ୍ରତ ରାୟ,ବିପ୍ଳବ ଶିଲାଡ଼ିତ୍ୟ, ଶୋଭା ସିଂ,ଶିଶିର ରଥ,ଦୀପକ ମହାନ୍ତି ଙ୍କ ସମେତ ଯୁବ କଂଗ୍ରସ ଓ ଛାତ୍ର କଂଗ୍ରେସ କର୍ମୀ ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *