ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆମ ହସ୍ପିଟାଲ ଯୋଜନାରେ ଅନ୍ତର୍ଭୁକ୍ତ ପାଇଁ ଦାବି

Spread the love

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ମାତ୍ର ଉପଯୋଗୀ କେନ୍ଦ୍ର ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ହେଲେ ଏହି କେନ୍ଦ୍ରରରହିଛି ସମସ୍ୟା ଏଠାକାର ଜନସାଧାରଣ ଆଶା କରୁଥିବା ସେବା ସେମାନଙ୍କୁ ମିଳିପାରୁନାହି ୧୯୭୫–୭୬ମସିହାରେ ଏଠାରେ ପ୍ରଥମେ ଉକ୍ତନାମରେ ଏକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ମିତ ହୋଇଥିଲା ଓ ଏହାକୁ ସେ ସମୟରେ ମହାମହିମ ରାଜ୍ୟପାଳ ବି ଡି ଜଟି ଶୁଭ ଉଦଘାଟନ କରିଥିଲେ କାଳକ୍ରମେ ବର୍ତ୍ତମାନ ଏହା ଏକ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ରୁପା ନ୍ତରିତ ହୋଇଛି କିନ୍ତୁ ଏଥିରେ କୌଣସି ଲାଭ ଏହି ବ୍ଲକ ବାସୀଙ୍କୁ ମିଳି ପାରିନାହିଁ ଉକ୍ତ କେନ୍ଦ୍ରର ରହିଛି ଅନେକ ସମସ୍ୟା ଭୌଗଳିକ ଦୃଷ୍ଟି କୋଣରୁ ଉକ୍ତ ଗଁଦିଆ ବ୍ଲକ ଢେଙ୍କାନାଳ ଜିଲ୍ଲାର ଏକ ପ୍ରମୁଖ ବ୍ଲକର ମାନ୍ୟତା ରହିଛି ଏହାର ଲୋକ ସଂଖ୍ୟା ପ୍ରାୟ୨ଲକ୍ଷରୁ ଅଧିକ ଅଟେ୨୯ଗୋଟି ପଂଚାୟତକୁ ନେଇ ଏହି ବ୍ଲକ ଗଠିତ ହୋଇଛି ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏହି ଗୋଷ୍ଠି କେନ୍ଦ୍ର ଅଧୀନରେ୬ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କାର୍ଯ୍ୟ କରୁଛନ୍ତି ଉତ୍ତମ ସେବା ପାଇବା ପାଇଁ ଉକ୍ତ ବ୍ଲକର ବିଭିନ୍ନ ଅଞ୍ଚଳରୁ ପ୍ରତିଦିନ ଚିକିତ୍ସା ପାଇଁ ଏଠାକୁ ଶହ ଶହ ସଂଖ୍ୟରେ ଜନସାଧାରଣ ଆସିଥାନ୍ତି କିନ୍ତୁ ଦୁଃଖର କଥା ଏହି କେନ୍ଦ୍ରଟି ଗୋଷ୍ଠି କେନ୍ଦ୍ରର ମାନ୍ୟତା ପାଇଛି ହେଲେ ସେହି ଅନୁପାତରେ ସେପରି କୌଣସି ସେବା ରୋଗୀ ମାନଙ୍କୁ ମିଳିପାରୁନୀ ଯାହାକୁ ନେଇ ଅନେକ ସମୟରେ ଅସନ୍ତୋଷ ଦେଖାଦେଉଅଛି ଏହି କେନ୍ଦ୍ରର ପ୍ରମୁଖ ସମସ୍ୟା ଗୁଡିକ ମଧ୍ୟରେ ଏଠାରେ କୌଣସି ଵିଶେସଂଜ୍ଞଚିକିତ୍ସକ ନାହାନ୍ତି ବିଶେଷ କରି ସ୍ତ୍ରୀ ଓ ପ୍ରସ୍ତୁତି ବିଭାଗ ଶିଶୁ ବିଭାଗ ମେଡ଼ିସିନ ବିଭାଗ ଓ ଅନ୍ୟାନ୍ୟ ବିଭାଗରେ ଚିକିଶ୍ଚକ ନଥିବାରୁ ଅନେକ ସମୟରେ ରୋଗୀ ମାନେ ଅନ୍ୟ ସ୍ଵସ୍ଥ କେନ୍ଦ୍ର ଉପରେ ନିର୍ଭର କରିଥାନ୍ତି କେବଳ ଏଠାରେ କିଛି ଆୟୁଷ ଓ ଏମ ବି ବି ଏସ ଡାକ୍ତରଙ୍କୁ ନେଇ ଚାଲିଛି ରୋଗୀସେବା ଦୀର୍ଘଦିନ ଧରି ଦାବି ହୋଇ ଆସୁଥିଲେ ସୁଦ୍ଧା ଆଜି ପ୍ରଯ୍ୟନ୍ତ ଏଠାରେ ଏକ୍ସରେ ମେସିନ କାର୍ଯକ୍ଷମ ହୋଇପାରିନାହିଁ ସେହିପରି ଏଠାରେ ଶବ ବ୍ୟବଚ୍ଛେଦର ନୂତନ ଗୃହ ନିର୍ମାଣସମ୍ପୂର୍ଣ୍ଣ ହୋଇଛି କିନ୍ତୁ ପ୍ରଶାସନ ଅବହେଳା ଯୋଗୁଁ ତାହା କାର୍ଯ୍ୟକ୍ଷମ ହୋଇନାହିଁ ଉକ୍ତ କେନ୍ଦ୍ରକୁ୩୦ଶଯ୍ୟା ବିଶିଷ୍ଟ ସ୍ୱାସ୍ଥ୍ୟ କେନ୍ଦ୍ରରେରୂପାନ୍ତରିତ କରିବା ନିମନ୍ତେ ଅନେକ ଦାବି ପ୍ରଶାସନକୁ ଜଣାଯାଇଛି କିନ୍ତୁ ଆଜି ସୁଦ୍ଧା ସୁଫଳ ମିଳି ନାହିଁ ଏହି କେନ୍ଦ୍ର ପାଇଁ ଆବଶ୍ୟକ ହେଉଥିବା କର୍ମଚାରୀ ପଦବୀ ଖାଲି ରହିଛି ଉକ୍ତ କେନ୍ଦ୍ରର ଅନେକ ସମସ୍ୟା ରହିଛି ଗ୍ରାମାଞ୍ଚଳର ଜନସାଧାରଣ ମାନଙ୍କୁ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ପ୍ରଦାନ ପାଇଁ ଉକ୍ତ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ “‘ଆମ ହସ୍ପିଟାଲ”ଯୋଜନାରେ ସାମିଲ କରିବା ନିମନ୍ତେ ଗଁଦିଆ ଓକିଲ ସଂଘ ସଭାପତି ପ୍ରଦୀପ କୁମାର ସାହୁ ଗଁଦିଆ ପ୍ରେସ କ୍ଲବ ସଭାପତି ମହେନ୍ଦ୍ର କୁମାର ସାହୁ ଗଁଦିଆ ଆଞ୍ଚଳିକ ବିକାଶ ମଞ୍ଚ ସଭ୍ୟ ତଥା ଗଁଦିଆ ବ୍ଲକରପୂର୍ବତନ ଅଧ୍ୟକ୍ଷ ମଳୟ କୁମାର ସିଂହ ମାନ୍ୟବର ମୁଖ୍ୟମନ୍ତ୍ରୀ ଢେଙ୍କାନାଳ ସାଂସଦ ଢେଙ୍କାନାଳ ବିଧାୟକ ଓ ଢେଙ୍କାନାଳ ଜିଲ୍ଲାପାଳ ଙ୍କର ଦ୍ରୁଷ୍ଟି ଆକର୍ଷଣ କରିଛନ୍ତି .

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *