ମହାନଦୀ ତଟ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ

Spread the love

କଟକ,(ନାଗରାଜ ନ୍ୟୁଜ): ନିରଙ୍କାରୀ ମିଶନ ପକ୍ଷରୁ ଆଜି ମହାନଦୀ ତଟ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ସମଗ୍ର ଭାରତବର୍ଷରେ 11ଶହ ଶାଖା ପକ୍ଷରୁ ବିଭିନ୍ନ ନଦୀରେ ଏହି ଭଳି ସଫେଇ କାର୍ଯ୍ୟ କ୍ରମ ଆୟୋଜନ କରାଯାଇଛି।ଦିନ କୁ ଦିନ ବିଭିନ୍ନ ନଦୀ ଗୁଡ଼ିକର ପ୍ରଦୂଷଣ ବୃଦ୍ଧି ପାଉଥିବାରୁ ନଦୀ ଗୁଡ଼ିକ ପ୍ରଦୂଷଣ ମୁକ୍ତ କରିବା ପାଇଁ ନୀରଙ୍କାରୀ ମିଶନ ପକ୍ଷରୁ ଏହି ଭଳି କାର୍ଯ୍ୟ କ୍ରମ ହାତକୁ ନିଆଯାଇଛି। ଆଜି କଟକ ଶାଖା ପକ୍ଷରୁ ଆଜି ମହାନଦୀ ତଟ ସଫେଇ କରାଯାଇଛି। ସଦଗୁରୁ ମତା ସୁଦିପ୍ତା ଜୀ ଏହି ସଫେଇ କାର୍ଯ୍ୟ କୁ ପରିଚାଳନା କରିଥିଲେ। ସକାଳ ଆଠ ଘଟିକା ଠାରୁ ଦିନ ବାର ଟା ପର୍ଯ୍ୟନ୍ତ କଟକ ଗଡ ଗାଡିଆ ଘାଟ ତଳ ବାଲି ଯାତ୍ରା ପଡିଆ ତଟ ସଫେଇ କରାଯାଇଛି। ପ୍ରାୟ ଚାରି ଶହ ରୁ ଉର୍ଦ୍ଧ୍ବ ସେବକ ମାନେ ଏହି କାର୍ଯ୍ୟରେ ଅଂଶ ଗ୍ରହଣ କରିଥିଲେ। ପୂର୍ବତନ ବିଧାୟକ ଡକ୍ଟର ପ୍ରଭାତ ରଞ୍ଜନ ବିଶ୍ଵାଳ ଆନୁଷ୍ଠାନିକ ଭାବରେ ସଫେଇ କାର୍ଯ୍ୟ କ୍ରମ କୁ ଉଦ୍ଘାଟନ କରି କହିଲେ ନଦୀ ଜଳକୁ ସ୍ଵଚ୍ଛ ନଦୀ ତଟ କୁ ପରିଷ୍କାର ରଖିବା ପାଇଁ ଆହ୍ଵାନ ଦେଇଥିଲେ।କ୍ଷତ୍ରିୟ ସଂଚାଳକ ଓ ଅକ୍ଷୟ କୁମାର ମହାରଣା, ଶିକ୍ଷକ ଦୟାଶଙ୍କର ଜୟସ୍ୱାଲ, କିଶୋର କୁମାର ମହାନ୍ତି,ପବିତ୍ର ମହାନ୍ତି,ମୋହନ ସାହୁ, ହାଡିବନ୍ଧୁ ଜୀ, ପୂର୍ବତନ କର୍ପୋରେଟର ଗୀରିବାଳା ବେହେରା ସ୍ଥାନୀୟ କର୍ପୋରେଟର ଲୀନାରାଣୀ ପ୍ରମୁଖ ସଫେଇ କାର୍ଯ୍ୟ କ୍ରମ ରେ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *