ସହନୀୟ ଜୀବନଶୈଳୀ ପାଇଁ ଜିଲ୍ଲା ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ

Spread the love

କଟକ,(ନାଗରାଜ ନ୍ୟୁଜ): ଓଡିଶା ସରକାର ଙ୍କ ର ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଅଧିନସ୍ଥ ପରିବେଶ ଶିକ୍ଷାକେନ୍ଦ୍ର ଆନୁକୁଲ୍ୟରେ ରେଲୱେ ସେଟେଲ ମେଣ୍ଟ ହାଇ ସ୍କୁଲ ପରିସର ରେ ଏକ ଦିବସୀୟ ଜିଲ୍ଲା ସ୍ତରୀୟ ସହନୀୟ ଜୀବନ ଶୈଳୀ ଶୀର୍ଷକ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଦର୍ଶନୀ ରେ କଟକ ଜିଲ୍ଲା ଶିକ୍ଷା ଅଧିକାରୀ କୃଷ୍ଣ ଚନ୍ଦ୍ର ନାୟକ ଙ୍କ ସଭାପତିତ୍ବ ରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ବିଶିଷ୍ଟ ପରିବେଶ ବିଜ୍ଞାନୀ ଆଶୁତୋଷ ଦେବତା ମୂଖ୍ୟ ବକ୍ତା ଭାବେ ଜିବବିଜ୍ଞାନ ପ୍ରତିଷ୍ଠାନ ର ବରିଷ୍ଠ ବୈଜ୍ଞାନିକ ସଞ୍ଜୀବ କୁମାର୍ ସାହୁ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଳା ଶିକ୍ଷା ଅଧିକାରୀ ଡକ୍ଟର ସନ୍ତୋଷ କୁମାର୍ ରାଉତ ପରିବେଶ ଶିକ୍ଷା କେନ୍ଦ୍ର ର ପ୍ରୋଜେକ୍ଟ ଅଫିସର ସ୍ୱାଗତିକା ମିଶ୍ର ପରିବେଶ ବିଦ୍ ଅର୍ଜୁନ କୁମାର୍ ବିଶ୍ଵାଳ ପ୍ରମୁଖ ଯୋଗ ଦେଇ ଜୀବନ ଶୈଳୀ ଉପରେ ପରିବେଶ ପ୍ରଭାବ ସମ୍ବନ୍ଧ ରେ ବକ୍ତବ୍ୟ ରଖିଥିଲେ। ଜିଲ୍ଳା ବିଜ୍ଞାନ ପରିଦର୍ଶକ ଅକ୍ଷୟ କୁମାର ନନ୍ଦ ସ୍ବାଗତ ଭାଷଣ ପ୍ରଦାନ କରିଥିଲା ବେଳେ ଅନୁଷ୍ଠାନ ର ପ୍ରଧାନ ଶିକ୍ଷକ ସୁକାନ୍ତ କୁମାର୍ ଷଡ଼ଙ୍ଗୀ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି ପ୍ରଦର୍ଶନୀ ରେ କଟକ ଜିଲ୍ଲା ରୁ45 ଟି ପ୍ରକଳ୍ପ ସ୍ଥାନ ପାଇଥିଲା। ସେମାନଙ୍କ ମଧ୍ୟ ରୁ ଅମ୍ଳାନ ଜ୍ୟୋତି ଜେନା ପ୍ରଥମ ଦିପ୍ତିମୟୀ ସାହୁ ଦ୍ବିତୀୟ ଓ ବୀରେନ୍ଦ୍ର କୁମାର ସିଂ ତୃତୀୟ ସ୍ଥାନ ଅଧିକାର କରି ନଗଦ ପୁରସ୍କାର ରାଶି ଲାଭ କରିଥିଲେ। ମାନସ ରଂଜନ ପ୍ରଧାନ , ସ୍ମିତା ମହନ୍ତି, ସାଗରିକା ରାଉତ୍ ପ୍ରମୁଖ ବିଚାରକ ଭାବେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ କୁ ଚୌଧୁରୀ ରମାକାନ୍ତ ପ୍ରହରାଜ, ଶ୍ରୀମତୀ ବ୍ରଜବାସିନୀ ମିଶ୍ର, ସୌଦାମିନୀ ପାଲ,ନଗେନ୍ଦ୍ର କୁମାର ବିଶ୍ୱାଳ, ଦିଲ୍ଲୀପ କୁମାର ଜେନା, ଗୌରାଙ୍ଗ ଚନ୍ଦ୍ର ଘଡେଇ ପ୍ରମୁଖ ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *