ବିଦ୍ୟୁତ ବିଭାଗର ଚରମ ଅବହେଳା, ଦାବି ପୂରଣ ହେଲା ସୁଧୁରିଲାନି ବିଦ୍ୟୁତ ସେବା

Spread the love

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ବାସି ଙ୍କର ଦୀର୍ଘଦିନର ଦାବି କେବେ ପୂରଣ ହେବ ନିରବଚ୍ଛିନ୍ନ ବିଦ୍ୟୁତ ସେବା ଅନେକ ଦାବି ଓ ପ୍ରତିବାଦ ସତ୍ୱେ ବ୍ଲକ ବାସୀଙ୍କର ଆଶା ଆଶାରେ ରହିଗଲା ବିଗତ ଦିନଠାରୁ ଆଜି ପ୍ରଯ୍ୟନ୍ତ ଅନୁଶୀଳନ ରୁ ଜଣାପଡେ ଏମିତି ଏକ ଦିନ ନାହିଁ ଯେଉଁଦିନ ବିଦ୍ୟୁତ ଯୋଗାଣ ବ୍ୟାହତ ହୋଇନାହିଁ ପ୍ରତିଦିନ ଏଠାରେ ବିଦୂତ କଟ ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଛି ଦୀର୍ଘ୫୦ବର୍ଷ ପୂର୍ବେ ଜିଲ୍ଲା ମୁଖ୍ୟକେନ୍ଦ୍ର ଢେଙ୍କାନାଳ ଗୁଣ୍ଡିଚାପଡା ଗ୍ରୀଡ଼ ଷ୍ଟେସନ ଠାରୁ ଯେଉଁ 33 କେଭି ବିଦ୍ୟୁତ ଲାଇନ ସଂଯୋଗ ଉକ୍ତ ବ୍ଲକକୁ ଯୋଗାଇ ଦିଆଯାଇଛି ତାହା ଆଜିପ୍ରଯ୍ୟନ୍ତ ରହିଛି ସେଇଥିରେ ବ୍ଲକ ସାରା ସମସ୍ତ ଉପଭୋକ୍ତା ସେବା ପାଉଛନ୍ତି ଯାହା ଫଳରେ ବିଦ୍ୟୁତ ସେବା କେତେବେଳେ ନିମ୍ନ ମାନର ରହୁଛି ଓ ଅନେକ ସମୟରେ ସାମାନ୍ୟ ବର୍ଷା ଯୋଗୁଁ ଏଠାରେ ଘଣ୍ଟା ଘଣ୍ଟା ଧରି ଅନ୍ଧାର ରହୁଛି କଥାରେ ଅଛି ଏଠାରେ ପତ୍ର ହଳିଲେ ବିଦ୍ୟୁତ ସେବା ମଧ୍ଯହଲି ଯାଏ ବିଦ୍ୟୁତ ସେବା ପ୍ରଦାନ କ୍ଷେତ୍ରରେ ଅନେକ କମ୍ପାନୀ ଆସିଛନ୍ତି ଓ ଯାଇଛନ୍ତି ହେଲେ ଉକ୍ତ ସମସ୍ୟାର ନିରାକରଣ ଚିନ୍ତା କରିନାହାନ୍ତି ଅନେକ ଦାବି ପରେ ଉକ୍ତ ବ୍ଲକର ଅର୍ଣ୍ଣପୁର ଗ୍ରାମଠାରେ ଗୋଟିଏ ନୂତନ ଗ୍ରୀଡ଼ ସବ ଷ୍ଟେସନ ସ୍ଥାପନ ହୋଇ ସମ୍ପୂର୍ଣ କାର୍ଯ୍ୟକ୍ଷମ ହୋଇଥିଲେ ସୁଦ୍ଧା ଦୁଃଖର କଥା ଏକ ବର୍ଷ ବିତିଯାଇଥିଲେ ମଧ୍ୟ ତାହାକୁ ଚାଲୁ କରାଯାଉନାହିଁ ଅଥବା ଉକ୍ତ ଷ୍ଟେସନରୁ 33 କେଭି ବିଦ୍ୟୁତ ସେବା ଯୋଗାଣ କରାଇପାରୁନାହିଁ ଉକ୍ତ ବ୍ଲକରଥିବା 3 ଗୋଟି ବିଦ୍ୟୁତ ଡିଭିଜନ ଗଁଦିଆ ଜୋରନ୍ଦା ପିଙ୍ଗୁଆ କୁ ଉକ୍ତ ଗ୍ରୀଡ଼ରୁ 33 କେଭି ବିଦ୍ୟୁତ ଯୋଗାଣ ତ୍ୱରାନ୍ୱିତ କରାଗଲେ ବ୍ଲକ ବାସୀଙ୍କର ସମସ୍ୟା ଦୂର ହୋଇପାରିବ କିନ୍ତୁ1ବର୍ଷ ହେଲା ଗ୍ରୀଡ଼ ସମ୍ପୂର୍ଣ ହୋଇଥିଲେ ମଧ୍ୟ କେଉଁ କାରଣରୁ ଆଜି ସୁଦ୍ଧା ଏଠାରୁ ବିଦ୍ୟୁତ ସଂଯୋଗ ପ୍ରଦାନରେ ବିଳମ୍ବ ଘଟୁଛି ତାହା ଜଣାପଡୁନାହିଁ ଟାଟା କମ୍ପାନବିଦ୍ୟୁତ ଯୋଗାଣ ଦାଇତ୍ୱ ନେଲା ପରେ ଜନସାଧାରଣ ଆଶା ରଖିଥିଲେ ତୁରନ୍ତ ସମସ୍ୟାର ସମାଧାନ ହେବ ହେଲେ ଉକ୍ତ କମ୍ପାନୀର ଉଚ୍ଚ ଅଧିକାରୀ ମାନେ ଏହି ଗ୍ରୀଡ଼ଷ୍ଟେସନକୁ ଅନୁଧ୍ୟାନ କରି ଛନ୍ତି କିନ୍ତୁ କେବେ ଏହି ଷ୍ଟେସନରୁ ବିଦ୍ୟୁତ ସେବା ସ୍ୱାଭାବିକ ହେବ ତାହାଉପରେ ସମସ୍ତଙ୍କର ନଜର ରହିଛି .

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *